ନୟାଗଡ଼ ;ତା-୨୮/୦୬(ବିଏମସି ଟିଭି ଓଡ଼ିଆ)
ପୂର୍ତ୍ତ ବିଭାଗ ଅଧିନରେ ଥିବା ଗଣିଆ ଦଶପଲ୍ଲା ମୁଖ୍ୟ ରାସ୍ତା ମଝିରେ ବହୁଦିନ ଧରି ବଡ଼ ବଡ଼ ଖାଲ ହୋଈଥିବା ଯୋଗୁଁ ରାସ୍ତାରେ ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ ହେଉଥିବା ବେଳେ ଅନେକ ସମୟରେ ଦୁର୍ଘଟଣା ମଧ୍ଯ ହେଉଅଛି ।ଏ ନେଇ ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ।ପ୍ରକାଶ ଥାଉ କି ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ କରଡ଼ାପଡ଼ା ନିକଟରେ ଅବସ୍ଥିତ ଖାଲରାସ୍ତା ଧୋଇହୋଇ ଯିବା ଯୋଗୁଁ ଉକ୍ତ ରାସ୍ତା ଉପରେ ଶୁକ୍ର ବାର ମଧ୍ଯ ରାତ୍ରୀ ସମୟରେ ଏକ ବଡ଼ ଟ୍ରକ୍ ଯାତାୟାତ କଲାବେଳେ ଫସି ରହିଥିବା ବେଳେ, ସଂକୀର୍ଣ୍ଣ ରାସ୍ତା ଥିବାରୁ ରାସ୍ତା ର ଉଭୟ ପଟେ ଗାଡ଼ି ଯିବାବେଳେ ଗାଡ଼ି ଅଟକି ଥିଲା । ଯା ଫଳରେ ଯାତାୟାତ ଠପ୍ ହୋଇଯାଇଥିଲା । ପୂର୍ତ୍ତ ବିଭାଗ ର ଅବହେଳା ଯୋଗୁଁ ଏଭଳି ସମସ୍ୟା ବାରମ୍ବାର ଘଟୁଛି ବୋଲି ଜନସାଧାରଣ ଅଭିଯୋଗ କରିଥଲେ।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।