ସମ୍ବଲପୁର ;ତା-୧୮/୦୧(ବିଏମସି ଟିଭି ଓଡିଆ)
ଚାରୁକଳା ଓ କାରୁକଳା ଅନୁଷ୍ଠାନ ‘କଳାଭୂମି’, ବରପାଲି ର ସପ୍ତବିଂଶତମ ବାର୍ଷିକ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଚିତ୍ରକଳା ହସ୍ତଶିଳ୍ପ ପ୍ରଦର୍ଶନୀକୁ ବରପାଲି ତହସିଲଦାର ରୁକ୍ମଣ ଭୋଇ ଉଦଘାଟନ କରିଥିଲେ। ବରିଷ୍ଠ କଳାକାର ବିଶିଷ୍ଟ ବାନ୍ଧଶିଳ୍ପୀ ଡ.ସୁରେନ୍ଦ୍ର କୁମାର ମେହେର, ଅନୁଷ୍ଠାନର ସଭାପତି ରମାକାନ୍ତ ତ୍ରିପାଠୀ, ଚିତ୍ରଶିଳ୍ପୀ ଚନ୍ଦ୍ରଶେଖର ରାଉତ, କଳାଶିକ୍ଷକ ବିନୋଦ କେଶବ ଆନନ୍ଦ, ଶିକ୍ଷୟିତ୍ରୀ ପ୍ରଜ୍ଞା, ସଭ୍ୟ ଲଳିତ, ଚାରୁ କଳାକାର ବନ୍ଦିତା ପ୍ରଧାନ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ଉତ୍ସବରେ ସରସ୍ବତୀ ଶିଶୁ ଵିଦ୍ୟାମନ୍ଦିର ଓ କଳାଭୂମି ଆର୍ଟ ସ୍କୁଲର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଆୟୋଜିତ କଳା ପ୍ରଦର୍ଶନୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସନ୍ତା ୧୯ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଆୟୋଜକ ମାନେ ଜଣାଇଛନ୍ତି।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।