ରାଇରଙ୍ଗପୁର ; ତା-୦୩/୦୧(ବିଏମସି ଟିଭି ଓଡ଼ିଆ)
ବହଳଦା ବ୍ଲକ ଅନ୍ତର୍ଗତ ଝରାଡ଼ିହି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଜିଲ୍ଲା ଜୁନିୟର ରେଡ୍ କ୍ରସ୍ ଅଧିକାରୀ ସ୍ମୃତି ରଞ୍ଜନ ପାଣି ଓ ଜାରିତାଣ୍ଡୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସୁବୋଧ କୁମାର ସାହୁଙ୍କୁ ବାଲେଶ୍ୱର ସ୍ଥିତ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବରେ ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି ।ଉକ୍ତ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଭାରତ ଅମ୍ବାସାଡାର ଦୀପକ ଭୋରା, ଫକିର ମୋହନ ବିଶ୍ୱ ବିଦ୍ୟାଳୟର ଉପ କୁଳପତି ସନ୍ତୋଷ କୁମାର ତ୍ରିପାଠୀ,ବାଲେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀ ତନୟା ଗିରି, କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ପ୍ରଶାନ୍ତ କୁମାର ମହାନ୍ତି ଓ ବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଶ୍ରୀ ପାଣି ଓ ଶ୍ରୀ ସାହୁ ଙ୍କୁ ଉଲ୍ଲେଖନୀୟ ସେବା ଓ ଶିକ୍ଷା ପାଇଁ ପୁଷ୍ପ ଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ସୂଚନାଯୋଗ୍ୟ ଶୀ ପାଣି ଏହା ପୂର୍ବରୁ କରୋନା ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ଯୋଦ୍ଧା, ଲାଇଫ ସଭେର ଆୱାର୍ଡ, ରକ୍ତ ଦାତା ସଂମ୍ମାନ, ପ୍ରାଥମିକ ଚିକିତ୍ସା ସଂମ୍ମାନ ପ୍ରଭୁତି ପାଇ ଜିଲ୍ଲା ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି ।ଏହି ଅବସରରେ ଜେ.ଆର.ସି.ଓ ଶ୍ରୀ ପାଣି ଓ ଶ୍ରୀ ସାହୁ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ସୁଧାଂଶୁ ପଣ୍ଡାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ଅବସରରେ ବହଳଦା ବ୍ଲକର ବିଇଓ ଶୁଭଶ୍ରୀ ସିଂ, ବିଆରସିସି ଭୁତନାଥ ସିଠ, ଏବିଇଓ ଦେବେନ୍ଦ୍ର ନାଥ ସାହୁ, ପ୍ରଧାନ ଶିକ୍ଷକ ମନୋରଞ୍ଜନ ଗିରି, ପ୍ରଧାନ ଶିକ୍ଷକ ରାଜ କିଶୋର ମହାନ୍ତ, ଓଷ୍ଠା ରାଜ୍ୟ ଉପ ସଭାପତି ଜ୍ଞାନ ରଞ୍ଜନ ପାଣିଗ୍ରାହୀ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ନାୟକ,ପ୍ରଧାନ ଶିକ୍ଷକ ସଚିନ୍ଦ୍ର ରାଜ, ଶିକ୍ଷକ ଅଶୋକ କୁମାର ବେହେରା, ତପନ କୁମାର ସାହୁ, ଜେଆରସି କାଉନସେଲର ମନୋଜ କୁମାର ବେଶ୍ରା, ହିମାଂଶୁ ଶେଖର ମହାନ୍ତ, ଦତେଶ୍ୱର ଦଳେଇ ପ୍ରମୁଖ ଶୁବେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
ରାଇରଙ୍ଗପୁରରୁ ଉତ୍ତମ ରାମ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।