କୋରାପୁଟ ବସଷ୍ଟାଣ୍ଡ ର ପୁରୁଣା କୋଠା ର ଉପର ମହଲା ଭୁସୁଡ଼ିଲା।

କୋରାପୁଟ;ତା-୦୫/୦୪(ବିଏମସି ଟିଭି ଓଡ଼ିଆ)

ଗତ କାଲି ରାତି ରେ କୋରପୁଟ ବସ ଷ୍ଟାଣ୍ଡ ର ଉପର ମହଲା ର କୋଠା ଟି ର କିଛି ଅଂଶ ହାଠାତ ଭୁଶୁଡ଼ି ପଡ଼ିବାରୁ ଅଳ୍ପକେ ଯାତ୍ରୀ ମାନେ ଏକ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିବାବେଳେ ତାହା ବିପପୂର୍ଣ୍ଣ ଭାବେ ରହିଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ କାହିଁକି ବୋଲି ସାଧାରଣ ରେ ପ୍ରଶ୍ନ ଉଠିଛି । 1993ମସିଆ ରେ ନିର୍ମିତ ହେଇଥିବା ଏହି ବସ ଷ୍ଟାଣ୍ଡ ଟିର ଦୂରବସ୍ଥା ପ୍ରତି ପ୍ରଶାସନ କାହିଁକି ଦୃଷ୍ଟି ଦେଉନି ବୋଲି ସାଧାରଣ ରେ ଆଲୋଚନା ହେଉଛି । ଏହି ବସ ଷ୍ଟାଣ୍ଡଟି ଓଡ଼ିଶା ର ମୂଖ୍ୟ ବସ ଷ୍ଟାଣ୍ଡ ମଧ୍ୟରୁ ଗୋଟିଏ ହୋଇଥିବା ବେଳେ ବିଶାଖା ପାଟଣା ରୁ ଜଗଦଲପୂର ଭୁବେଶ୍ବରରୁ ମାଲକାନଗିରି ଯାଏ ସମସ୍ତ ବସ ଠୁ ଧରି ଯାତ୍ରୀ ମାନେ ନିଜର ଗନ୍ତବ୍ୟସ୍ଥଳକୁ ପ୍ରତିଦିନ ଯାତ୍ରା କରିଥାନ୍ତି । ଅନ୍ୟପଟେ ଦେଖିବାକୁ ଗଲେ ହକି ପଡ଼ିଆ ଠାରେ ନୂତନ ଭାବେ ନିର୍ମିତ ହେବାକୁ ଥିବା ବେଳେ ନୂତନ ବସ ଷ୍ଟାଣ୍ଡଟି ର କାମ ଆଜି ଯାଏ ଆରମ୍ଭ ହୋଇନି ଯାହାକି ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି ।ଜନ ପ୍ରତିନିଧି ଙ୍କ ର ଆନ୍ତରିକତା ର ଅଭାବ ନା ପ୍ରଶାସନ ର ଅନିଛା ଯୋଗୁଁ ଏ ଅବସ୍ଥା ସୃଷ୍ଟି ହୋଇଛି ବୋଲି ସାଧାରଣ ରେ ଆଲୋଚନା ହେଉଛି ।


କୋରାପୁଟ ରୁ ଦେବାଶ୍ରିତ୍ ପଟନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *