କଳାକାରମାନଙ୍କ ଅସ୍ମିତାର ପ୍ରତୀକ ବରିଷ୍ଠ କଳାକାର ସଂଘ।

ଗଞ୍ଜାମ ;ତା-୦୩/୦୭(ବିଏମସି ଟିଭି ଓଡ଼ିଆ)

କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ”ର ଷଷ୍ଠ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଆଜି ମହୋତ୍ସବର ଦ୍ଵିତୀୟ ଦିନରେ ଏକ ରାଜ୍ୟସ୍ତରୀୟ ବର୍ଣାଢ୍ୟ କଳାକାର ଶୋଭାଯାତ୍ରା ସ୍ଥାନୀୟ ଗାନ୍ଧି ନଗର ଛକ ଗାନ୍ଧି ପ୍ରତିମୂର୍ତ୍ତି ସ୍ଥଳରୁ ବାହାରି ପୁରୁଣା ବସଷ୍ଟାଣ୍ଡ, ଅର୍ଣ୍ଣପୂର୍ଣ୍ଣା ମାର୍କେଟ, ସତ୍ୟନାରାୟଣ ମନ୍ଦିର ରୋଡ଼ ଦେଇ ଗିରି ମାର୍କେଟ ସ୍ଥିତ ପ୍ରକାଶମ୍ ହାଲ୍ ଯାଇଥିଲେ। ଏଥିରେ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ଅନ୍ୟୁନ ଷାଠିଏ ଗୋଟି କଳାକାର ଦଳ ବିଭିନ୍ନ ବେଶଭୁଷାରେ ସଜ୍ଜିତ ହୋଇ ନଗର ପରିକ୍ରମା କରିଥିଲେ। କନ୍ଧମାଳ ଜିଲ୍ଲା ସଂଘ କାର୍ଯ୍ୟକାରୀ ସଭାପତି ତ୍ରିନାଥ ପଣ୍ଡା, ଶବର ପାତ୍ର, ସନାତନ ଗୌଡ଼, କଳାପ୍ରାଣ କୈଳାସ ପାଣିଗ୍ରାହୀ, କେ. କାମରାଜୂ ପାତ୍ର, ପି. ଶିବ ପ୍ରସାଦ ରାଓ, ବ୍ରହ୍ମାନନ୍ଦ ଗୌଡ଼, ମହେନ୍ଦ୍ର କୁମାର ସାହୁ, କେଶବ ସିଅ, ମୃତ୍ୟୁଞ୍ଜୟ ତ୍ରିପାଠୀ, ନାଟ୍ୟ ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ପ୍ରଫୁଲ୍ଲ ବେହେରା, ସୁଦାମ ପଟ୍ଟନାୟକ, ଭଗବାନ ନାୟକ, ରାମ ପ୍ରସାଦ ସାବତ ପ୍ରମୁଖ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ। କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା। ପ୍ରକାଶମ୍ ହାଲ୍ ଠାରେ ଶଙ୍କର୍ଷଣ ସାବତଙ୍କ ସଂଯୋଜନା କ୍ରମେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାମଗତ କଳାକାରମାନେ ଦଳଗତ ନୃତ୍ୟ ପରିବେଷଣ କରିଥିଲେ। ତତ୍ପରେ ସଂଘ ସଭାପତି ସୀମାନ୍ତ ନାଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକୋତ୍ସବ ସାଂସ୍କୃତିକ ସଭାକୁ କିନ୍ନର ମହାସଂଘ ସଭାପତି ସୁଇଟି ସାହୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ପ୍ରାକ୍ତନ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପ୍ରାକ୍ତନ ବି. ଡ଼ି. ଏ. ଚେୟାରମ୍ୟାନ ସୁବାସ ମହାରଣା, ରଶ୍ମି ଏଣ୍ଟେରପ୍ରାଇଜର୍ସ ପ୍ରପାଇଟର କେ. ରାଜକୁମାର ସେନାପତି, ବରିଷ୍ଠ ଯାତ୍ରା କଳାକାର ରାଜେନ୍ଦ୍ର ମୋହନ ପତି, ନାଟ୍ୟଶ୍ରୀ ଫାଉଣ୍ଡେସନ ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର, ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ଉପଦେଷ୍ଟା ସୁରେନ୍ଦ୍ର କୁମାର ଜେନା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଆଜି ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ କଳାକାର ସମାଜର ଅସ୍ମିତାର ଦ୍ୟୋତକ ରୂପେ ପ୍ରତିଭାତ ହୋଇଥିବା ନିଜ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। ସଂଘ ପକ୍ଷରୁ ବରିଷ୍ଠ କେନ୍ଦରା ବାଦକ ଜି. ଆରେୟା ଓ ଜି. କୋଟେଶୁ, ମୁଖବୀଣା ବାଦକ ଇ. ସୋମନାଥ, ବରିଷ୍ଠ କଳାକାର କୃଷ୍ଣ ଚନ୍ଦ୍ର ଗୌଡ଼ ଏବଂ ଆନ୍ତଃରାଷ୍ଟ୍ରୀୟ ଖ୍ୟାତି ସମ୍ପନ୍ନ ଲୋକକଳାବିତ୍ ରାଜେନ୍ଦ୍ର ପ୍ରସାଦ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ ଅଭିରାମ ରାଉଳ, ପ୍ରଦୀପ କୁମାର ସାହୁ, କୁନୁ ବେହେରା, ମହେନ୍ଦ୍ର କୁମାର ସାହୁ, କିଶୋର ମହାରଣା, ହରିଶ୍ଚନ୍ଦ୍ର ବରଡ଼, ବିଜୟ ପଲେଇ, ବଳଦେବ ସାହୁ, ଚନ୍ଦ୍ରଭାନୁ ନାୟକ, ପାଣ୍ଡବ ପ୍ରଧାନ, ଗୁରୁପ୍ରସାଦ ଦୀକ୍ଷିତ, ଅଳୟ ଜେନା, ଚିତ୍ତ ରଞ୍ଜନ ଦଳେଇ, ସୁରେନ୍ଦ୍ର ପ୍ରଧାନ, ସନ୍ତୋଷ କୁମାର ସ୍ୱାଇଁ, ଗୀତା ସ୍ୱାଇଁ, ବନ୍ଦନା ମହାପାତ୍ର, ଛବିରାଣୀ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ ପ୍ରାରମ୍ଭରେ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

ଗଞ୍ଜାମ ରୁ ନିମାଇଁ ଚରଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *