ସମ୍ବଲପୁର ;ତା-୦୩/୦୧(ବିଏମସି ଟିଭି ଓଡିଆ)
ତଦନ୍ତ ବେଳେ ଧରା ପଡିଲା ଜିଲ୍ଲାପାଳଙ୍କୁ ଦିଆଯାଇଥିବା ଅଭିଯୋଗ ମିଥ୍ୟା, ଓଲଟା ପ୍ରଧାନ ଶିକ୍ଷୟତ୍ରୀଙ୍କ ଉପରେ ଗ୍ରାମବାସୀ ତାତି ପ୍ରଧାନ ଶିକ୍ଷୟତ୍ରୀଙ୍କୁ ତୁରନ୍ତ ବଦଳି କର ନଚେତ ସ୍କୁଲରେ ତାଲା ପକାଇଦେବୁ ବୋଲି ଗ୍ରାମବାସୀ ଚେତାବନୀ ଦେବାରୁ ଅଭିଯୋଗ ଘଟଣା ଭିନ୍ନ ମୋଡ଼ ନେଇଛି। ଯୁଯୁମୁରା ବ୍ଲକ କବରାପାଲି ପଞ୍ଚାୟତ କବରାପାଲି ନୋଡାଲ ଅପର ପ୍ରାଇମେରୀ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସ୍ବର୍ଣ୍ଣକାନ୍ତି ସାହୁ କେତେକଙ୍କୁ ଧରି ସ୍କୁଲର କେତେକ କର୍ମଚାରୀଙ୍କ ବିରୁଦ୍ଧରେ ଅର୍ଥ

ହେରଫେର, ଚୋରୀ ଭଳି ମିଥ୍ୟା ଅଭିଯୋଗ ସହିତ ଜାଲି ଦସ୍ତଖତ କରାଇଥିବା ଭଳି ସତ ଆଜି ପଦାରେ ପଡିଛି। ଜିଲ୍ଲାପାଳଙ୍କ ନିର୍ଦେଶରେ ଅଭିଯୋଗର ତଦନ୍ତ କରିବାକୁ ଆସିଥିବା ଅଧିକାରୀମାନଙ୍କ ଆଗରେ ଏଭଳି ସତ୍ୟର ପର୍ଦାଫାସ ହୋଇଛି। ଆଜି ସମ୍ବଲପୁର ଏଡିଇଓ ମୁରଲୀଧର ବେହେରା, ବିଇଓ ଉଜାଗର ପଧାନଙ୍କ ଉପସ୍ଥିତିରେ ଶିକ୍ଷକ, ଅଭିଭାବକ, ଗ୍ରାମବାସୀ, ସ୍କୁଲ ପରିଚାଳନା କମିଟି ସଦସ୍ୟ ଏବଂ ଭଦ୍ରବ୍ୟକ୍ତି ଅଭିଯୋଗର ତଦନ୍ତ ବେଳେ ମିଥ୍ୟା ପ୍ରମାଣିତ ହୋଇଛି। ଦୁଇ ତୃତୀୟାଂଶରୁ ଅଧିକ ପୂର୍ବ ଅଭିଯୋଗରେ ଦସ୍ତଖତକାରୀ ଆମଠୁ ସ୍କୁଲ ଉନ୍ନତି ପାଇଁ କହି ସାଦା କାଗଜରେ ଦସ୍ତଖତ ନେଇଥିଲେ। ଅଭିଯୋଗ ଶୁଣିବା ପରେ ଗ୍ରାମବାସୀ ଆଶ୍ଚର୍ଯ୍ୟ ପ୍ରକଟ କରି ଏହା ମିଛ ଓ ସ୍କୁଲକୁ ବଦନାମ କରିବାକୁ ଏକ ହୀନ ଚକ୍ରାନ୍ତ ବୋଲି ଦସ୍ତଖତକାରୀମାନେ କହିବା ସହିତ ଶିକ୍ଷାର୍ଥୀଙ୍କୁ ୫ ଶହ ଟଙ୍କା ବଦଳରେ ୪୫୦ ଟଙ୍କା ଦେଇ ବଳକା ୫୦ ଟଙ୍କା

ପ୍ରଧାନ ଶିକ୍ଷୟତ୍ରୀ ହଡ଼ପ କରୁଥିବା ନେଇ ଶିକ୍ଷାର୍ଥୀଙ୍କ ଅବିଭାବକମାନେ ଗୁରୁତର ଅଭିଯୋଗ ଆଣିବା ସହିତ ପ୍ରଧାନ ଶିକ୍ଷୟତ୍ରୀ ଉତ୍କୋଚ ଦେଇ କେତେକଙ୍କୁ ହାତ ବାରିଶି କରି ନିଜର କାୟା ବିସ୍ତାର କରିବା ଭଳି ଘଟଣା ତଦନ୍ତ ବେଳେ ପ୍ରଧାନ ଶିକ୍ଷୟତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତିକୁ ପଦାରେ ପକାଇଛି। ଏହାଦ୍ୱାରା ସ୍କୁଲର ସୁନାମରେ ଆଞ୍ଚ ଆସିଥିବା ନେଇ ଗ୍ରାମବାସୀ ରୋକଠୋକ୍ ଶୁଣାଇ ତୁରନ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବଦଳି କରିବାକୁ ତଦନ୍ତ ପାଇଁ ଆସିଥିବା ଅଧିକାରୀଙ୍କୁ ଶୁଣାଇ ଦେଇଥିଲେ। ପୂର୍ବରୁ ସ୍କୁଲ ଖୁବ ଭଲରେ ଚାଲୁଥିଲା। ଏଇ ଶିକ୍ଷୟତ୍ରୀ ଆସିବା ପରଠୁ ନାନା ସମସ୍ୟା ଦେଖା ଦେଉଛି। ସବୁ ସମସ୍ୟାର ମୂଳକାରଣ ଏହି ଶିକ୍ଷୟତ୍ରୀ। ସେ ଆସିବା ଦିନଠାରୁ ସ୍କୁଲର ଅତୀତ ସୁନାମରେ କଳଙ୍କ ଲାଗିଛି। ନାନା ଅସାଧୁ କାର୍ଯ୍ୟରେ ଲିପ୍ତ ରହୁଥିବାରୁ ତାଙ୍କୁ ଏଠାରୁ ତୁରନ୍ତ ବଦଳି କରାଯାଉ ବୋଲି ବହୁ ସଂଖ୍ୟାରେ ଗ୍ରାମବାସୀ ଦାବୀ କରିଥିଲେ। ତଦନ୍ତ ରିପୋର୍ଟକୁ କେନ୍ଦ୍ରକରି ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଥିବା ଅସମର୍ଥିତ ସୂତ୍ରରୁ ଜଣା ପଡିଛି। ତେବେ ଆଜିର ଏହି ତଦନ୍ତ ପରେ ପ୍ରଧାନ ଶିକ୍ଷୟତ୍ରୀ ୧୫ ଦିନିଆ ଛୁଟି ନେଇଥିବା ଘଟଣାକୁ ଅଧିକ ରହସ୍ୟାବୃତ୍ତ କରିଛି।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।