ନୟାଗଡ; ତା-୨୪/୦୧(ବିଏମସି ଟିଭି ଓଡ଼ିଆ)
ସମର୍ପିତ ସମାଜ କୈବ୍ଦ୍ରିକ ସାହିତ୍ୟ ଅନୁଷ୍ଠାନ ମାଟିର ସ୍ୱର ର ଚତୁର୍ଥ ମୁଠି ଚାଉଳ ମହୋତ୍ସବ ପ୍ରତି ବର୍ଷ ପରି ଚଳିତ ବର୍ଷ ଦଶପଲ୍ଲାର ଐତିହାସିକ ମେଳିଆ ତୋଟାରେ ମହିଳା ମାନଙ୍କ ଉଦେଶ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟ ସାଧିକା ଡ଼ ବାସନ୍ତୀ ମହାନ୍ତି, ମୁଖ୍ୟ ଅତିଥି କୃଷିଦା ବେଗମ ଓ ବରେଣ୍ୟ ଅତିଥି ଭାବେ ବିଶିଷ୍ଟ ସମାଜ ସେବୀ ମମତାଜ ଯୋଗଦାନ କରିଥିବା ବେଳେ ଅଧ୍ୟକ୍ଷା ଓ ସାହିତ୍ୟିକା ଡ଼.ପୂର୍ଣ୍ଣମାସୀ ଦେବୀ ମହୋଦୟା ସଭାପତିତ୍ୱ କରିଥିଲେ। ମୁଣ୍ଡ ପୋତା କେଳା ଜନଜାତି ସମ୍ପ୍ରଦାୟର ମହିଳା ମମତା ପ୍ରଧାନ ଓ ଚମାର ବସ୍ତିର ଦଳିତ ମହିଳା ରୁନା ମେହର ଇତ୍ୟାଦି ପ୍ରଦୀପ ପ୍ରଜ୍ବଳନ କରି ଏ ଉତ୍ସବକୁ ଉଦଘାଟନ କରିବା ସହିତ ବୀର ସୁରେନ୍ଦ୍ର ସାଏ ଓ ନେତାଜୀଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଉକ୍ତ ସମାରୋହରେ ମାଟିର ସ୍ୱର ତରଫରୁ ଦମ୍ପତି ମର୍ଯ୍ୟାଦା ସ୍ୱର ସମ୍ମାନ ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଓଡିଶାର ପଚିଶ ଜଣ ବିଶିଷ୍ଟ ମହିଳା ବିଦୁଷୀ, ଲେଖିକା, ପଟ୍ଟଚିତ୍ର ଶୀଳ୍ପୀ, କଣ୍ଠ ଶିଳ୍ପୀ, କଳାକାର, ସାହିତ୍ୟ ସାଧିକା, ସମାଜ ସେବୀ ତଥା ନାରୀ ନେତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବହୁ କ୍ଷେତ୍ରରେ ଦକ୍ଷତା ଓ ପ୍ରତିଭା ଥିବା ପଲ୍ଲୀ ପ୍ରତିଭୂଙ୍କୁ ମାଟିର ସ୍ୱର ତରଫରୁ ମଞ୍ଚରେ ପରିଚୟ କରାଯିବା ସହିତ ସେମାନଙ୍କ ତ୍ୟାଗ, ବିଚାର ଓ ଜ୍ଞାନ ବିଜ୍ଞାନକୁ ଗଣ ଦୃଷ୍ଟିକୁ ମଞ୍ଚ ଦ୍ୱାରା ଅଣାଯାଇଛି। ସାମାଜିକ କର୍ମୀ ବିରଞ୍ଚି ଭାଇଙ୍କ କବିତା ସଂକଳନ ଚେତନା ବାରତା ଓ ମାଟିର ସ୍ୱର ଇ ପତ୍ରିକା ଅତିଥି ମାନଙ୍କ ଦ୍ୱାରା ଲୋକାର୍ପଣ ହୋଇଯାଇଛି।

ଦ୍ୱିତୀୟ ଅଧିବେଶନରେ ବିପ୍ଲବୀ କବିତା ଦରବାରକୁ ବରିଷ୍ଟ ଲେଖିକା କାନନ ବାଳା ଦାଶ ପୌରାହିତ୍ୟ କରିଥିବା ବେଳେ ବିପ୍ଲବୀ କବି ପ୍ରଫୁଲ୍ଲ ମାଝି ଏ କବିତା ପାଠ ଚକ୍ରକୁ ସମୀକ୍ଷା କରି ସମାଜ ଆଧାରିତ ପ୍ରସଙ୍ଗ ଭିତ୍ତିକ କବିତା ଲେଖିବା ପାଇଁ କବି ଓ ଲେଖକ ଲେଖିକାଙ୍କୁ ଆହ୍ୱାନ କରିଥିଲେ।ସନ୍ଧ୍ୟାରାଣୀ ଶତପଥୀ ମଞ୍ଚ ସଂଯୋଜନା କରିଥିବା ବେଳେ ପ୍ରିୟ ଦର୍ଶିନୀ ମିଶ୍ର ଅତିଥି ବୃନ୍ଦଙ୍କୁ ସ୍ୱାଗତ କରିଥିଲେ ଏବଂ କବୀ ସସ୍ମିତା ଦାଶ ମହୋଦୟା ଅନୁଷ୍ଠାନର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ବିଶେଷ କରି ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ସମ୍ବଲପୁର, ଅନୁଗୋଳ, କଳାହାଣ୍ଡି, ବଲାଙ୍ଗୀର, ବାଲେଶ୍ୱର, ଭଦ୍ରକ,ଗଞ୍ଜାମ ଓ ଢେଙ୍କାନାଳ ଇତ୍ୟାଦି ଜିଲ୍ଲାରୁ ଶତାଧିକ କବି, ଲେଖକ, ସମାଜ ସେବୀ, ସାରସ୍ୱତ ସାହିତ୍ୟ ସାଧକ,ପରିବେଶବିତ, ନାରୀ ନେତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦାନ କରି ସାହିତ୍ୟ ମାଧ୍ୟମରେ ସମାଜର ଆସୁ ପରିବର୍ତ୍ତନ ପାଇଁ ଦୃଢ଼ ବାର୍ତ୍ତା ଦେଇଥିଲେ।ସମାଜର ତଳ ଲୋକ ଚମାର ଓ ମୁଣ୍ଡ ପୋତା କେଳାଙ୍କ ସ୍ୱରକୁ ସମ୍ମାନ ଦେଇ ମାଟିର ସ୍ୱର ଏ ବର୍ଗର ମହିଳାଙ୍କୁ ବରଣ୍ୟ ଅତିଥି ଭାବେ ମଞ୍ଚରେ ଉପବେଶନ କରାଇ ଭେଦ ଭାବ ହିନ ସମତା ଭିତ୍ତିକ ସମାଜ ପ୍ରତିଷ୍ଠା କରିବା ପାଇଁ ଏ ଉଦ୍ୟମ କରି ଅନେକ ପ୍ରଶଂସା ପାଇଛି। ଶିଶୁ ପ୍ରତିଭା ଶ୍ରେୟାଂଶ କୁମାର ଙ୍କୁ ସ୍ୱତନ୍ତ୍ର ଭାବେ ସଂବର୍ଦ୍ଧିତ କରାଯାଇଥିଲା ବେଳେ ସମର୍ପିତ ଆଦିବାସୀ ନାରୀ ନେତ୍ରୀ ଆନ୍ନା କୁଜୁରୁ ଓ ବିଶିଷ୍ଟ ସମାଜ ସେବୀ ଶ୍ରୀଯୁକ୍ତ ବାଘମ୍ବାର ପଟ୍ଟନାୟକ ପରି ବ୍ୟକ୍ତିତ୍ୱଙ୍କୁ ଅନୁଷ୍ଠାନିକ ଭାବେ ସଂବର୍ଦ୍ଧିତ କରାଯାଇଛି।ଉତ୍ସବ ଶେଷରେ ସାମାଜିକ କର୍ମୀ ପ୍ରଭାତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।