କେନ୍ଦୁଝର ; ତା-୦୪/୦୧(ବିଏମସି ଟିଭି ଓଡ଼ିଆ)
ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକଙ୍କୁ ଗାଦିଚ୍ୟୁତ କରିବା ପାଇଁ ସମିତି ସଭ୍ୟ ସଭ୍ୟା ମାନେ ଅନାସ୍ଥା ଆଣିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପାଟଣା ବ୍ଲକ ସଭା କକ୍ଷରେ ଅନାସ୍ଥା ପାଇଁ ଭୋଟ ଗ୍ରହଣ କରାଯାଇଛି।ତେବେ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକଙ୍କ ପକ୍ଷରୁ ହାଇକୋର୍ଟରେ କେସ ଅନୁଯାଇ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଭୋଟ ଗ୍ରହଣ ଉପରେ ରୋକ ଲଗାଇ ନଥିଲେ ମଧ୍ୟ ଫଳାଫଳ ଘୋଷଣା ଉପରେ ରୋକ ଲଗାଇ ଥିବାରୁ ଆଜି ଭୋଟ ଫଳାଫଳ କୁ ଆଗାମି ୧୭ ତାରିଖ ଉଚ୍ଚ ନ୍ୟାୟାଳୟ ଚୂଡାନ୍ତ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।ବ୍ଲକ ଅଧ୍ୟକ୍ଷା ଙ୍କୁ ଗାଦିରୁ ହଟାଇବା ପାଇଁ ବର୍ତ୍ତମାନ ର ବ୍ଲକ ଉପାଧକ୍ଷା ଥିବା ସରସକୋଲା ସମିତି ସଭ୍ୟା ବୀଣାପାଣି ନାୟକ ଓ ତାଙ୍କ ସ୍ୱାମୀ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ପଳାଣଘାଟି ସମିତି ସଭ୍ୟ ବିଶ୍ୱନାଥ ନାୟକ ଅନାସ୍ଥା ଆଣିଥିଲେ।
ବ୍ଲକ ସଭା କକ୍ଷରେ ପ୍ରିଜାଇଡିଙ୍ଗ ଅଧିକାରୀ ସାହାରପଡା ବିଡିଓ ରଣଜିତ ମହାନ୍ତ ଓ ସହଯୋଗୀ ଘଟଗାଁ ଏବିଡିଓ ଚିତ୍ତରଞ୍ଜନ ନାୟକ ଆଜି ଭୋଟ ଗ୍ରହଣ ଦାୟିତ୍ୱରେ ଥିବାବେଳେ ମୋଟ ୨୦ଜଣ ସମିତି ସଭ୍ୟ ଙ୍କ ମଧ୍ୟରୁ୧୪ ଜଣ,ମୋଟ ୨୦ଜଣ ସରପଞ୍ଚ ଙ୍କ ମଧ୍ୟରୁ୧୯ ଜଣ ଉପସ୍ଥିତ ରହି ଭୋଟିଂ ପ୍ରକ୍ରିୟା ରେ ଅଂଶ ଗ୍ରହଣ କରିଥିଲେ।ଏପରିକି ବ୍ଲକ ଅଧ୍ୟକ୍ଷା ଉପସ୍ଥିତ ଥାଇ ଭୋଟିଂ ରୁ ବିରତ ଥିବା ବେଳେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଭୋଟ ଦେଇଥିଲେ।ଭୋଟ ଗ୍ରହଣ କାର୍ଯ୍ୟ କୁ ଶାନ୍ତି ପୂର୍ଣ୍ଣ ଭାବେ ପରିଚାଳନା ପାଇଁ ଘଟଗାଁ ଏସ୍ଡ଼ିପିଓ ପ୍ରଭାତ କୁମାର ତ୍ରିପାଠୀ, ପାଟଣା ଥାନାଧିକାରୀ ମାନସ କୁମାର ମହାକୁଲ,ଘଟଗାଁ ଥାନାଧିକାରୀ ଶୁଭାନ୍ତ କୁମାର ଜେନା, ତୁରୁମୁଙ୍ଗା ଥାନାଧିକାରୀ ଙ୍କ ସହିତ ପୁଲିସ ଫୋର୍ସ ଉପସ୍ଥିତ ଥିଲେ।
କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ଦଶରଥ ବାରିକ୍ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।