ଗଞ୍ଜାମ ;ତା-୧୦/୦୭(ବିଏମସି ଟିଭି ଓଡ଼ିଆ)
ଆଜି ନିଳାଦ୍ରୀବିହାରସ୍ଥିତ ଗାୟତ୍ରୀ ଶକ୍ତିପୀଠ ରେ ବ୍ୟାସପୁର୍ଣିମା ପର୍ବ ପାଳନ କରାଯାଇଥିଲା ପ୍ରାତଃ ଘ. ୫ ରେ ପ୍ରଭାତଫେରି ପରେ ଯଜ୍ଞ ଓ ପୂର୍ଣାହୁତୀ,ଗୁରୁଗୀତା ପାଠ ହୋଇଥିଲା। ଏହାପରେ ଏକ ଧର୍ମସଭା ର ଆୟୋଜନ କରାଯାଇଥିଲା। ଶକ୍ତିପୀଠ ର ବ୍ୟବସ୍ଥାପକ ପ୍ରଫୁଲ୍ଲ ଦାସ ଉପସ୍ଥିତ ପରିଜନଙ୍କୁ ମାର୍ଗଦର୍ଶନ ଦେଇଥିଲେ,ସେଥିରେ ସେ ଗୁରୁଙ୍କ ଗୁଣଗାନ କରି କହିଥିଲେ ଯେ ଗୁରୁ କୌଣସି ବ୍ୟକ୍ତି ନୁହନ୍ତି ସେ ଦିବ୍ୟ ଚେତନ ଶକ୍ତିର ଆଧାର।ସଦଗୁରୁଙ୍କ କୃପା ଯାହାକୁ ହୋଇଯାଏ ସେ ନର ରୁ ନାରାୟଣ ଓ ମାନବ ରୁ ମହମାନବ ହୋଇଯାଏ।କିନ୍ତୁ ଏଥିପାଇଁ ଗୁରୁ ନିଜ ଶିଷ୍ୟଙ୍କୁ କଠିନ ପରୀକ୍ଷା ର ସମ୍ମୁଖିନ କାରାଇଥାନ୍ତି।
ସେହି ପରୀକ୍ଷା ରେ ଯିଏ ଉତ୍ତୀର୍ଣ ହୁଏ ତାକୁ ହିଁ ପ୍ରକୃତରେ ଶିଷ୍ୟତ୍ଵ ଓ ମୋକ୍ଷ ପ୍ରାପ୍ତି ହୋଇଥାଏ।ଏହିସବୁ ମାର୍ମିକ ପ୍ରସଙ୍ଗ ଗୁଡିକୁ ସ୍ମରଣ ଏବଂ ଅନୁଭବ କରିବା ସକାଶେ, ଗୁରୁଙ୍କ ପ୍ରୀୟ ଶିଷ୍ୟ ମାନେ ଗୁରୁପୂର୍ଣ୍ଣିମା ପର୍ବ ପାଳନ କରିଥାନ୍ତି। ଉକ୍ତ କାର୍ଯ୍ୟକ୍ରମ ରେ ଅତିଥିଭାବେ ସ୍ଥାନୀୟ କର୍ପୋରେଟର ଆର. ପାବନୀ ଓ ଆରବନ ବ୍ୟାଙ୍କର ସଭାପତି ଆର. ମୁରଲୀମୋହନ ଯୋଗଦେଇଥିଲାବେଳେ, ସମାଜ ସଂସ୍ଥା ଜାଗୃତିର ପ୍ରମୁଖ ଅଧିକାରୀ ସୁଧୀର ସାବତ,ଅବସରପ୍ରାପ୍ତ ଆରକ୍ଷୀ ଅଧ୍ୟକ୍ଷ ପ୍ରକାଶ୍ଚନ୍ଦ୍ର ସାହୁ, ଗାୟତ୍ରୀ ପରିବାର କାର୍ଯ୍ୟକର୍ତା ସି. ଏଚ. ଲକ୍ଷ୍ମୀ ପାତ୍ର,ଜୟକିଶୋର ପଣ୍ଡା, ବିଜୟ କୁମାର ନାୟକ, ଟ୍ରଷ୍ଟି ରୀନା ନାହାକ, ଙ୍କ ସମେତ ସାହସ୍ରାଧିକ ଶ୍ରଦ୍ଧାଳୁ ଭାଗ ନେଇଥିଲେ।
ଗଞ୍ଜାମ ରୁ ନିମାଇଁ ଚରଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।