ସମ୍ବିଧାନ ବିରୋଧି ମନ୍ତବ୍ୟକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ।

ସମ୍ବଲପୁର ;ତା-୨୪/୧୨(ବିଏମସି ଟିଭି ଓଡିଆ)

ସମ୍ବଲପୁର ଜିଲ୍ଲା ସାମ୍ବାଦିକ ଭବନ ଠାରେ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ତରଫରୁ ସମ୍ବିଧାନ ବିରୋଧି ମନ୍ତବ୍ୟ ମାନ ଦେଉଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଏକ ସାମ୍ବାଦିକ ସମ୍ମିଳନୀ ଅଧ୍ୟକ୍ଷ ନିହାଲ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ସିଂ ଡକ୍ଟର ବିଆର ଆମ୍ବେଦକର ୧୯୫୦ ରେ ଭାରତକୁ ଜନସାଧାରଣଙ୍କ ହିତ ପାଇଁ ସମାନତାର ସମ୍ବିଧାନ ଦେଇ ରାଜତନ୍ତ୍ର କୁ ସମାପ୍ତ କରି ଜନତନ୍ତ୍ରର ସେବକ ବ୍ୟବସ୍ଥା ବିଧାନସଭା, ଲୋକସଭା, ରାଜ୍ୟସଭା ଭଳି ମର୍ଯ୍ୟାଦା ସମ୍ପୂର୍ଣ୍ଣ ସାମ୍ବିଧାନିକ ପଦ ଜନତାଙ୍କ ଦ୍ୱାରା ନିର୍ବାଚନ କରାଇଛନ୍ତି। ଏହିମାନେ ସବୁ ବର୍ଗର ଜନହିତ କାର୍ଯ୍ୟକରି ମାନବବାଦର ବ୍ୟବସ୍ଥା କରାଇବାର ପ୍ରମୁଖ ଭୁମିକା ନେବେ । କିନ୍ତୁ ଅତ୍ୟନ୍ତ ଦୁଃଖର କଥା ଜନତାଙ୍କ ଭୁଲ୍ ନିଷ୍ପତ୍ତି ଯୋଗୁଁ ଯେଉଁ ମାନେ ରାଜତନ୍ତ୍ର ବ୍ୟବସ୍ଥାକୁ ପିଢ଼ି ଉପରେ ପିଢ଼ି ରାଜତ୍ବ କରିଥିଲେ ସେହିମାନଙ୍କର ମାନସିକତାର ବ୍ୟକ୍ତି ବିଶେଷ ଅଧିକାଂଶ ରାଜନୀତିର ନିର୍ବାଚନ ପ୍ରତିନିଧି ହୋଇଛନ୍ତି। ଏଣୁ ଭାରତୀୟ ସମ୍ବିଧାନ ଶିକ୍ଷା, ସ୍ୱାସ୍ଥ୍ୟ, ବିକାଶ ର କାର୍ଯ୍ୟକାରିତାକୁ ଦୁରେଇ ରଖି ଜାତି ,ଧର୍ମ , ମହାପୁରୁଷମାନଙ୍କ ନାମରେ ଅପପ୍ରଚାର , ଅସମ୍ମାନ କରି ଜନତାଙ୍କୁ ମୁଖ୍ୟ ସ୍ରୋତରୁ ଦୁରେଇ ରଖିବାର ପ୍ରୟାସ ଜାରିରଖି ଦୀର୍ଘ ୭୫ ବର୍ଷରୁ ଉର୍ଦ୍ଧ୍ବ ହେବ ଜନସାଧାରଣଙ୍କୁ ଗରିବ ଦୁର୍ବଳ କରିବାରେ ସଫଳ ହେଉଛନ୍ତି। ଏହିମାନଙ୍କ ବିରୁଦ୍ଧରେ ସମ୍ବିଧାନ ବିରୋଧି ଦେଶଦ୍ରୋହୀ ଧାରା ଜନତା ଲଗାଇବା କଥା । ଏପରି ବ୍ୟକ୍ତିଙ୍କୁ ରାଜନୀତିରୁ ଦୂରେଇ ରଖି ମାନବବାଦର ବିକାଶର ସାମ୍ବିଧାନିକ ବ୍ୟବସ୍ଥାର ହକ୍ ପାଇଁ ଲଢ଼ୁଥିବା ବ୍ୟକ୍ତି ବିଶେଷଙ୍କୁ ନିର୍ବାଚିତ କରାଇ ଏମାନଙ୍କୁ ଉପଯୁକ୍ତ ଶିଷା ଦେବାକୁ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଭାରତର ଭୋଟର ତଥା ଜନସାଧାରଣଙ୍କୁ ଆହ୍ବାନ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପରିଷଦ ପକ୍ଷରୁ ଉପାଧ୍ୟକ୍ଷା ରୁପାଞ୍ଜଲି ରଡବିଡା, ମହାସଚିବ ଶିବଶଙ୍କର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ ‌।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *