୨୪ ବର୍ଷ ର ଶାସନ କାଳରେ ପୁରଣ ହୋଇ ପାରି ନ ଥିବା କାର୍ଯ୍ୟ ଛଅ ମାସ ରେ ପୁରଣ।

ବଲାଙ୍ଗୀର  ; ତା-୧୦/୧୨(ବିଏମସି ଟିଭି ଓଡ଼ିଆ)

ଦୀର୍ଘ ୨୪ ବର୍ଷ ଧରି ଶାସନ କାଳରେ କେବଳ ସଭା,ସମିତି ଓ ଭାଷଣ ବାଜି ରେ ଲୋକ ଙ୍କୁ ଭୁଆଁ ବୁଲାଇବା ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇ ଚାଲିଥିବା ବେଳେ ଚଳିତ ନିର୍ବାଚନରେ ବିଜେଡି କୁ ବାଜିମାତ କରି ବିଜେପି ଅସଂଖ୍ୟ ଭୋଟ ରେ ବିଜୟ ଲାଭ କରି ଥିବା ବିଧାୟକ ନବୀନ ଜୈନ ଏବେ ନିଜ ଦକ୍ଷତା କୁ କାର୍ଯ୍ୟକାରିତା ନେଇ ବେଶ୍ ତତ୍ପରତା ପ୍ରକାଶ କରିଛନ୍ତି ।ଟିଟିଲାଗଡ ର ଦିର୍ଘ ଦିନ ର ବିଦ୍ୟୁତ୍ ଗ୍ରିଡ ସ୍ଥାପନ,ମହାରାଜ ସାଗର ପୁନଃ ଉଦ୍ଧାର, ହାଟପଦା ବଜାର ର ପୁନଃଉଦ୍ଧାର, ଡାଇଲାସିସ କେନ୍ଦ୍ର,ସହ ବିଭିନ୍ନ ଉନ୍ନତି କରଣ କାର୍ଯ୍ୟ, ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ମାନ୍ୟତା ପ୍ରଦାନ ଦାବି ତଥା କେନ୍ଦ୍ରୀୟ ବିଦ୍ୟାଳୟ ମାନ୍ୟତା ପ୍ରଦାନ,ନିର୍ବାଚନ ମଣ୍ଡଳୀ ର ଚାଷୀ ଙ୍କ ସୁବିଧା,ସୁଯୋଗ ସହ ପୋତି ହୋଇ ଯାଇଥିବା କୋଟି,କୋଟି ଟଙ୍କା ର କଙ୍କଡା ଜୋର୍ ପ୍ରକଳ୍ପ ର ପୁନରୁଦ୍ଧାର ଆଦି ବିଭିନ୍ନ ପଦକ୍ଷେପ ନେଇ ଗତ ଛଅ ମାସରେ ବେଶ୍ ତତ୍ପରତା ପ୍ରକାଶ ନେଇ ସ୍ବାଗତ ଯୋଗ୍ୟ ପଦକ୍ଷେପ ନେଇ ଜନ ସାଧାରଣ ଙ୍କ ଅସ୍ତା ଭାଜନ ହୋଇ ପାରିଛନ୍ତି । ସେହିଭଳି ପଡୋଶୀ ଜିଲ୍ଲା ର ଅସହାୟ ଗରିବ ରୋଗୀ ଏହି ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ତଥା ପିପଲ୍ ପଦର ମାତୃ, ଓ ଶିଶୁ ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା ବେଳେ ଡାକ୍ତର ଓ କର୍ମଚାରୀଙ୍କ ଅଭାବ ନେଇ ଯଥାଶୀଘ୍ର ସ୍ଥାୟୀ ପ୍ରତିକାର କରାଯିବା ନେଇ ଦାବି କରିଛନ୍ତି । ଏପରିକି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଟିଟିଲାଗଡ ଆସି ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ମାତ୍ର ଛଅ ମାସ ମଧ୍ୟରେ ବିଧାୟକ ଙ୍କ ତତ୍ପରତା ଯୋଗୁଁ ଆଗାମୀ ଦିନରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ନିଶ୍ଚିତ ସୁବିଧା ,ସୁଯୋଗ ପାଇ ପାରିବା ଦୃଢ଼ ବିଶ୍ବାସ ରହିଛି । ବିଶେଷ ଦ୍ରଷ୍ଟବ୍ୟ ଯେ,ବିଧାୟକ ଶ୍ରୀ ଜୈନ ଙ୍କ ଦାବି ଅନୁଯାୟୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭାବେ ଜାନୁୟାରୀ ୧ ତାରିଖ ରେ କାର୍ଯ୍ୟକାରୀ ହୋଇ ଯିବା ବୋଲି ପ୍ରକାଶ ପାଇଛି ।

ବଲାଙ୍ଗୀର  ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।

Leave a Reply

Your email address will not be published. Required fields are marked *