ରୋଜ ରୁଟି ପାଇଁ ସଂଘର୍ଷ କରି ଚାଲିଗଲା ଶ୍ରମିକ ଜୀବନ।

ଅନଗୁଳ  ;ତା-୩୦/୦୧(ବିଏମସି ଟିଭି ଓଡ଼ିଆ)


ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣବିଲ  ଗ୍ରାମର ପ୍ରଫୁଲ୍ଲ ଗୋଚ୍ଛାୟତ  ରୋଜ ରୁଟି ପାଇଁ ଶ୍ରମିକ କାର୍ଯ୍ୟ  କରନ୍ତି । ସେଇଭଳି ଆଜି ମଧ୍ୟ ଶ୍ରମିକ ଭାବରେ କାନ୍ଧୁରୁ ପ୍ରଧାନଙ୍କ ଧାନ ବସ୍ତା ଉଠାଇକୁ ଯାଇଥିବା ବେଳେ ୩୦ ରୁ ଉର୍ଦ୍ଧ ଧାନ ବସ୍ତା ଉଠାଇ ସାରିଥିବା ବେଳେ ଗୋଟିଏ ଧାନ ବସ୍ତା ମାଡ଼ି ବସିଥିବା ବେଳେ ଘଟଣା ସ୍ଥଳରେ ଅଚେତ୍ ହୋଇ ପଡ଼ିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ କୋଶଳା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିବା ବେଳେ ଡ଼ାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।


ଅନଗୁଳ ଜିଲ୍ଲା ଛେଣ୍ଡିପଦା ରୁ ପୁରୀ ଗୋଛାୟତ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।

Leave a Reply

Your email address will not be published. Required fields are marked *