ସେବା ସମିତି ପକ୍ଷରୁ ଆୟୋଜିତ ଯୁବ ଉତ୍ସବ ଉଦଯାପିତ।

ନୟାଗଡ; ତା-୧୩/୦୧(ବିଏମସି ଟିଭି ଓଡ଼ିଆ)

ନୟାଗଡ଼ ସେବାଉତ୍ସବ ସମିତି ପକ୍ଷରୁ ପୁରୁଣା ସହର ଠାରେ ଆୟୋଜିତ ଯୁବ ଉତ୍ସବ କାର୍ଯ୍ୟକ୍ରମ  ରବିବାର ବିଳମ୍ବିତ ରାତ୍ରିରେ ଉଦଯାପିତ ହୋଇଯାଇଛି ।ରବିବାର ନୟାଗଡ଼ ପୁରୁଣା ସହର ସ୍ଥିତ ଯଦୁମଣି ନାଟ୍ୟ ମଣ୍ଡପ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ  ଯୋଗଦେଇଥିବା ବେଳେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଅନ୍ୟତମ ଅତିଥି ଭାବେ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା କରିଥିଲେ ।

ପରେ ପରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହାଭାଗୀତରେ ଇଣ୍ଡିଆନ ଡ୍ୟାନ୍ସ ଏକାଡେମୀ, ନୟାଗଡ଼ ସରସ୍ବତୀ ଶିଶୁବିଦ୍ୟାମନ୍ଦିର, ବ୍ରହ୍ମପୁର କଳା ପରିଷଦ, ଢେଙ୍କାନାଳ ପାଇକ ଆଖଡ଼ା ଓ ଗନ୍ଧର୍ବ କଳା ପରିଷଦର କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପାରିବେଶିତ ହୋଇଥିଲା । ଓଡିଶୀ ଓ ଦେଶପ୍ରେମ ସଂଗୀତରେ ଦର୍ଶକ ମାନେ ଶୀତୁଆ ସନ୍ଧ୍ୟାକୁ ଭରପୁର ଉପଭୋଗ କରିଥିଲେ । ଶେଷରେ ସମସ୍ତ କଳାକାର ମାନଙ୍କୁ ବାଚସ୍ପତି ସୁରମା ପାଢ଼ି ସମ୍ବର୍ଦ୍ଧିତ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଅଭୟ କୁମାର ଜେନା ସଂଯୋଜନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଦେବଦୂତ ସେବା ସଂଗଠନର କର୍ମକର୍ତାଙ୍କ ସମେତ ସେବା ସମିତିର କର୍ମକର୍ତା ପ୍ରଶାନ୍ତ ସାହୁ, ପରମେଶ୍ୱର ସାହୁ, ଅଶୋକ କୁମାର ଭଟ, ଶୁଭାଶିଷ ବେହେରା, ଅମିତ କୁମାର ସାହୁ, ଉମାକାନ୍ତ ମହାପାତ୍ର, ବର୍ଷା ପ୍ରିୟଦର୍ଶିନୀ ପ୍ରଧାନ, ସୋମ୍ୟା ସ୍ୱୟଂ ପ୍ରଭା ପ୍ରମୁଖ ପରିଚାଳନା କରିଥିଲେ ।

ନୟାଗଡ  ରୁ ବିକ୍ରମ ସ୍ବାଇଁଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।

Leave a Reply

Your email address will not be published. Required fields are marked *