ଦୁର୍ଗାପୁରର ଅଧପନ୍ତରିଆ କଲ୍ୟାଣୀ ମଣ୍ଡପ ପଛରେ ଅନେକ ରହସ୍ୟ ।

ବେଗୁନିଆ ; ତା-୦୫/୦୧  (ବିଏମସି ଟିଭି ଓଡ଼ିଆ)

ବେଗୁନିଆ ବ୍ଲକର ସ୍ଥାନୀୟ ଦୁର୍ଗାପୁର ପଞ୍ଚାୟତରେ ଦୀର୍ଘ ଦିନ ଧରି ପଞ୍ଚାୟତ କଲ୍ୟାଣୀ ମଣ୍ଡପ ଅଧପନ୍ତରିଆ ହୋଇ ପଡିରହିଛି । ପୂର୍ବ ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିଲେ ସୁଦ୍ଧା ପୂର୍ବ ସରକାର ଯାଇ ରାଜ୍ୟରେ ନୂଆ ସରକାର ଆସିଲେଣି, ହେଲେ ଦୀର୍ଘ ଦଶବର୍ଷ ଧରି ସରି ପାରୁନାହିଁ କଲ୍ୟାଣୀ ମଣ୍ଡପ କାର୍ଯ୍ୟ ।

ବିଭାଗୀୟ ଅଧକାରୀ ଏବଂ ସ୍ଥାନୀୟ ସରପଞ୍ଚଙ୍କ ଉଦାସୀନତା ଯୋଗୁଁ ସରକାରୀ ଯୋଜନାର ଲାଭ ଉଠାଇବାରୁ ଏବେ ଦୁର୍ଗାପୁର ପଞ୍ଚାୟତ ବାସୀ ବଞ୍ଚିତ। ଜନ ପ୍ରତିନିଧିଙ୍କ ଇଛାଶକ୍ତିର ଅଭାବ କାରଣରୁ ୨୦୧୫ ମସିହାରେ ଆରମ୍ଭ ହେଇଥିବା କଲ୍ୟାଣୀ ମଣ୍ଡପ କାର୍ଯ୍ୟ ଦୀର୍ଘଦିନ ଧରି ଅଧପନ୍ତରିଆ ହୋଇ ପଡ଼ିରହିଛି ।

ଖୋଦ୍ ବ୍ଲକ୍ ଉପାଧ୍ୟକ୍ଷ ସେହି ଗ୍ରାମର ବାସିନ୍ଦା ହୋଇଥିବା ବେଳେ କଲ୍ୟାଣୀ ମଣ୍ଡପ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡିରହିବା ନିହାତି ଭାବରେ ଉପାଧ୍ୟକ୍ଷଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ କାର୍ଯ୍ୟରେ ଶିଥିଳତା କୁ ନେଇ ପଞ୍ଚାୟତ ବାସିନ୍ଦାଙ୍କ ମନରେ ଅସନ୍ତୋଷର ବାତାବରଣ ସୃଷ୍ଟି କରିଛି।

ସାଧାରଣତଃ ଗ୍ରାମାଞ୍ଚଳରେ ଆର୍ଥିକ ସ୍ୱଚ୍ଛଳ ନଥିବା ଲୋକ ନିଜ ପିଲାଛୁଆଙ୍କ ବିବାହ ବ୍ରତ କାର୍ଯ୍ୟ କରିବା ପାଇଁ ଏହି କଲ୍ୟାଣୀ ମଣ୍ଡପ ଏକମାତ୍ର ସାଧନ ହୋଇଥିବା ବେଳେ ଏହାର ନିର୍ମାଣ ଏବେ ଅନିଶ୍ଚିତତା ମଧ୍ୟରେ। ତେଣୁ ବାଧ୍ୟ ହୋଇ ଅଧିକ ଅର୍ଥରାଶି ଖର୍ଚ୍ଚ କରି ପାଖରେ ଥିବା ଘରୋଇ କଲ୍ୟାଣୀ ମଣ୍ଡପ ଉପରେ ନିର୍ଭର କରୁଥିବା ଜଣା ପଡିଛି। ସରକାରୀ କଲ୍ୟାଣୀ ମଣ୍ଡପର ନିର୍ମାଣକୁ ନେଇ ଉଠିଥିବା ପ୍ରଶ୍ଣ ପଛରେ ପାଖରେ ଗଢ଼ି ଉଠିଥିବା ଘରୋଇ କଲ୍ୟାଣୀ ମଣ୍ଡପ ଏକ ବଡ଼ କାରଣ ହୋଇଥିବା ସନ୍ଦେହ ପ୍ରକାଶ ପାଉଥିବା ବେଳେ ଅଧାପନ୍ତରିଆ ନିର୍ମାଣ ପଛରେ ଆହୁରି ଅନେକ ରହସ୍ୟ ଛପି ରହିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଲଟିଛି।

ବିଏମସି ନ୍ୟୁଜ୍ ଓଡିଶା।

Leave a Reply

Your email address will not be published. Required fields are marked *