ବସୁଧା ଯୋଜନା ରେ ଖୋଲା, ଖୋଲି ଅର୍ଥ ହଡ଼ପ ନେଇ ତୀବ୍ର ପ୍ରତିକ୍ରିୟା ।

ବଲାଙ୍ଗୀର ;ତା-୩୧/୦୫(ବିଏମସି ଟିଭି ଓଡ଼ିଆ)

ଟିଟିଲାଗଡ ବ୍ଳକ ଅନ୍ତର୍ଗତ ଶାଗୁନ ମୁଣ୍ଡା ଗ୍ରାମ ରେ ଓଡ଼ିଶା ସରକାର ଙ୍କ ତରଫ ରୁ କାର୍ଯ୍ୟକାରି ହୋଇ ଥିବା ବସୁଧା ଯୋଜନାକୁ ନେଇ ଖୋଲା, ଖୋଲି ଦୁର୍ନୀତି କରି ସରକାରୀ ଅର୍ଥ ହଡ଼ପ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ଲୁଥର ବନ୍ଦ ଗ୍ରାମ ପଞ୍ଚାୟତ ଅଧିନସ୍ତ ଶାଗୁନମୁଣ୍ଡା ଗ୍ରାମ ରେ ବସୁଧା ଯୋଜନାର କାମ ଅସମ୍ପୂର୍ଣ୍ଣ ଓ ନିମ୍ନମାନର କରା ଯାଇଥିବା ଯୋଗୁଁ ଜଳ ସଂଯୋଗ ବ୍ୟବସ୍ଥା ଥାଇ ସୁଦ୍ଧା ପାନୀୟ ଜଳ ଯୋଗାଣ ସମ୍ଭବ ପର ହୋଇ ପାରିନି । ବିଭାଗୀୟ ଅଧିକାରୀ ଓ ଠିକାଦାର ,ଯନ୍ତ୍ରୀ ସମସ୍ତେ ମିଶି ତରବରିଆ ଭାବରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କ୍ରମେ ଗ୍ରାମବାସୀ ମାନଙ୍କୁ ପାନୀୟ ଜଳ ଯୋଗାଣ ଆରମ୍ଭ ଦର୍ଶାଇ ସରକାର ଅର୍ଥ ପାନୀୟ ଜଳ ଯୋଗାଣ ସହ ପାଇପ ସଂଯୋଗ ଓ ପାନୀୟ ଜଳ ସଂରକ୍ଷଣ ନିମନ୍ତେ ଓଭର ହେଡ଼ ଟ୍ୟାଙ୍କର ନିର୍ମାଣ କାର୍ଯ୍ୟ ନିମନ୍ତେ ସରକାରୀ ଙ୍କ ଲକ୍ଷାଧିକ ଟଙ୍କା ଖୋଲା, ଖୋଲି ହଡ଼ପ କରିଥିବା ଅଭିଯୋଗ ହୋଇଛି । ଦୀର୍ଘ ବର୍ଷ ଧରି ଏହି ଗ୍ରାମବାସୀ ବିଶୁଦ୍ଧ ପାନୀୟ ଜଳ ଟ୍ୟାଙ୍କର ଯୋଗେ କିଣି ବ୍ୟବହାର କରିବାକୁ ବାଧ୍ୟ ହୋଇ ଆସୁଥିବା ଜଣା ଯାଇଛି । ଦୁଇ ରୁ ତିନି କି, ମି, ଦୂର ଯାଇ ବାଲି ଚୂଅ ରୁ ପାନୀୟ ଜଳ ସଂଗ୍ରହ କରି ଆଣି ବ୍ୟବହାର କରି ଥାଆନ୍ତି ଗ୍ରାମବାସୀ । ଏହି ଗ୍ରାମ ର ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ରେ କେବଳ ନାମ ଫଳକ ଦର୍ଶାଇ ଦେଇ କାର୍ଯ୍ୟ ଶେଷ ହୋଇଛି ତଥା ଉକ୍ତ ସୂଚନା କ୍ରମେ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ଥିବା ଦର୍ଷା ଯାଇଛି । ଅସମ୍ପୂର୍ଣ୍ଣ କାର୍ଯ୍ୟ ହୋଇଥିବା ସହ ନିର୍ମିତ ଟାଙ୍କି ରେ ପାଣି ରହିବା ଭଳି ବ୍ୟବସ୍ଥା ସହ ପାଇପ ସଂଯୋଗ ବ୍ୟବସ୍ଥା ସମ୍ପୂର୍ଣ ହୋଇ ପାରି ନାହିଁ । ହେଲେ ସରକାରୀ ଭାବେ ତ୍ରୁଟି ପୂର୍ଣ୍ଣ ତଥ୍ୟ ଜାଣି ଶୁଣି ପ୍ରକାଶ କରାଯାଇଛି । ସରକାରୀ ଅର୍ଥ ଆତ୍ମସାତ କରି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହା ଫଳରେ ଗ୍ରୀଷ୍ମ ଋତୁରେ ଜଳ ସଂକଟ ସମସ୍ୟା ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲାଗି ରହିବା ସହ ଏହି ଚିରା, ଚରିତ ଜଳ ସମସ୍ୟା ର ସମାଧାନ ହୋଇ ନ ପାରି ଥିବା ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି ।
ଗ୍ରାମବାସୀ ପାଣି ପାଇଁ ନଳକୂପ ଉପରେ ନିର୍ଭର କରି ଥିବା ଗୋଟିଏ ମାତ୍ର ନଳ କୂପ ରେ ଭିଡ ଲଗେଇ ଥାଆନ୍ତି । ବସୁଧା ଯୋଜନା ଆଳରେ ଏହି ବଲାଙ୍ଗୀର ଜିଲ୍ଲା ରେ ବ୍ୟାପକ ଅନିୟମିତତା କରାଯାଉଥିବା ଲିଖିତ ଅଭିଯୋଗ ହୋଇଛି,ଏ ଦିଗରେ ବିଭାଗୀୟ ମୁଖ୍ୟ ଶାସନ ସଚିବ ତୁରନ୍ତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି ହୋଇଛି ।

ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *