ସମ୍ବଲପୁର:ତା.୦୯/୦୩(ବିଏମସି ଟିଭି ଓଡିଆ)
ଆଜି ପୂର୍ବାହ୍ନରେ ମାନ୍ୟବର ମନ୍ତ୍ରୀ ପଞ୍ଚାୟତିରାଜ ଏବଂ ପାନୀୟ ଜଳ,ଗ୍ରାମ ଉନ୍ନୟନ ବିଭାଗ , ରବି ନାରାୟଣ ନାଏକଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।ଉକ୍ତ ସମ୍ମିଳନୀରେ ମାନ୍ୟବର ମନ୍ତ୍ରୀ କହିଥିଲେ ରାଜ୍ୟର ଯେଉଁ ଅଞ୍ଚଳରେ ପାନୀୟ ଜଳ ସଙ୍କଟ ରହିଛି ସେହି ଅଞ୍ଚଳର ସମସ୍ୟାକୁ ଦୂର କରିବା ପାଇଁ ପ୍ରତ୍ୟେକ ଜ଼ିଲ୍ଲାପାଳ ଓ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ଚିଠି କରାଯାଇଛି ଏବଂ ଯେଉଁ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ରହିଛି ସେଠାରେ ତୁରନ୍ତ ନଳକୂପ ଖୋଲିବା ପାଈଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ବ୍ଲକରୁ ଜିଲ୍ଲା ପର୍ଯ୍ୟନ୍ତ ପାନୀୟ ଜଳ ସଙ୍କଟଥିଲେ ବିଭାଗ ପକ୍ଷରୁ ଅନେକ ଗୁଡିଏ କାର୍ଯ୍ୟକ୍ରମ ହାତକୁ ନିଆଯିବା ସହ ସେହି ସ୍ଥାନଗୁଡିକୁ ତୁରନ୍ତ ଚିହ୍ନଟ କରିବା ପାଈଁ ପ୍ରସ୍ତାବ ଦିଆଯାଇଛି ବୋଲି ସୂଚନା ଦେଇଥିଲେ। ଯେଉଁ ଅଞ୍ଚଳରେ ୭୧ ଜନ ସଂଖ୍ୟା ଥିଲେ ଓ ବହୁତ ଦୂରବର୍ତ୍ତୀ ସେପରି ସ୍ଥାନକୁ ପଞ୍ଚାୟତ ସ୍ତରରେ କାମ କରୁଥିବା ପିଇଓ ଚିହ୍ନଟ କରି ସରକାରଙ୍କୁ ପ୍ରସ୍ତାବ ଦେବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ବସୁଧା ଯୋଜନା ହେଉ କିମ୍ବା ସୋଲାର ପ୍ରୋଜେକ୍ଟରେ ବକେୟା ଟଙ୍କା ତୁରନ୍ତ ପଇଠ କରି ସେଗୁଡିକୁ ମଧ୍ୟ କାର୍ଯ୍ୟକ୍ଷମ କରିବା ପାଈଁ ନିର୍ଦେଶନାମା ଜାରି ହୋଇଛି ବୋଲି ସୂଚନା ଦେଇଥଲେ। ବିଭିନ୍ନ ଜିଲ୍ଲାର ତାପମାତ୍ରାକୁ ଧ୍ୟାନରେ ରଖି ଗତ ୭ ତାରିଖରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ତୁରନ୍ତ ଜଳଛତ୍ର ଖୋଲିବା ପାଇଁ ଚିଠି କରାଯାଇଛି। ସେହିପରି ଓଡ଼ିଶାର ଅଧିକାଂଶ ଅଞ୍ଚଳର ଜଙ୍ଗଲ ଜାତ ଦ୍ରବ୍ୟମାନଙ୍କ ଉପରେ ଜୀବନ ଜୀବିକା ନିର୍ବାହ କରେ । ସେଥିପାଇଁ କେନ୍ଦ୍ର ସରକାରଙ୍କ ଏକ ନିୟମ ପ୍ରଣୟନ ହୋଇଛି । ୧୯ ପ୍ରକାର ଲଘୁ ବନଯାତ ଦ୍ରବ୍ୟ ଗୁଡିକର ଏମଏସପି ନିର୍ଦ୍ଧାରିତ କରାଯାଇଛି । ଏହି ଲଘୁ ବନଯାତ ଦ୍ରବ୍ୟ ଗୁଡ଼ିକୁ ସ୍ୱୟଂ ସହାୟକ ଗୋଷ୍ଟି (ଏସଏଚଜି) ମାନଙ୍କ ଦ୍ୱାରା କିଣାଯିବ। ତେନ୍ତୁଳିର ଦାମ ୩୬ ଟଙ୍କା ରଖା ଯାଇଥିବା ବେଳେ ଏହାକୁ ମାର୍ଚ୍ଚ ୧୫ ରୁ ଏପ୍ରିଲ ଶେଷ ପର୍ଯ୍ୟନ୍ତ କିଣାଯିବ । ସେହିପରି ଶାଳ ମଞ୍ଜି ୨୦ ଟଙ୍କା ରଖାଯାଇଥିବା ବେଳେ ଏହା ମେ ମାସରୁ ଜୁନ ମଧ୍ଯରେ କ୍ରୟ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ସୂଚନା ଦେଇଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିସା।