ସମ୍ବଲପୁର ;ତା-୩୧/୧୨(ବିଏମସି ଟିଭି ଓଡିଆ)

ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ମଙ୍ଗଳବାର ଜିଲ୍ଲା ରେଡକ୍ରସ ସୋସାଇଟିରେ ୧୩ ଜଣ ନୂତନ ସଭ୍ୟ ଯୋଗଦାନ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ରେଡକ୍ରସ ସୋସାଇଟିର ପୁଷ୍ଠପୋଷକ ନିହାଲ ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ
ଉପ-ପୁଷ୍ଠପୋଷକ ଦୀପକ ପାଣ୍ଡେଙ୍କ ସହଯୋଗରେ ୧୨ ଜଣ ନୂତନ କରି ଆଜୀବନ ସଦସ୍ୟ ଭାବେ ଜିଲ୍ଲା ରେଡକ୍ରସ ସୋଇଇଟିର ସଦସ୍ୟତା ଗ୍ରହଣ କରିଛନ୍ତି। ଏଥିସହ ଡାକ୍ତର ଅରବିନ୍ଦ ମହାକୁଡ଼ ଜିଲ୍ଲା ରେଡକ୍ରସ୍ର ଉପ- ପୁଷ୍ଠପୋଷକ ହୋଇଥିବା ବେଳେ ଏମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ସୁଚାରୁ କୁମାର ବଳ ନିଜ କାର୍ଯ୍ୟାଳୟରେ ସ୍ଵୀକୃତି ପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲା ରେଡକ୍ରସ ସୋସାଇଟିର ସମ୍ପାଦନ ଜୟ ଜର୍ଜ, ପୁଷ୍ଠପୋଷକ ନିହାଲ ସିଂ, ଉପ-ପୁଷ୍ଠପୋଷକ ମୋମିନା ଖାତୁନ, ଆଜୀବନ ସଭ୍ୟ ତ୍ରିବିକ୍ରମ ସାହୁ, ପ୍ରଦୀପ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।