ବନ୍ଧୁ ହେଵତ ଏମିତି : ବାପା ଛେଉଣ୍ଡ କୁନି ଝିଅକୁ ୩ ଲକ୍ଷ ଟଙ୍କାର ସୁକନ୍ୟା ଯୋଜନା ଦେଲେ ଯୁବ ସମାଜସେବୀ ରାହୁଲ ମୋଦକ।

ସମ୍ବଲପୁର  ; ତା-୩୧/୦୧(ବିଏମସି ଟିଭି ଓଡ଼ିଆ)

ସାଙ୍ଗର ଗଙ୍ଗା ଭୋଜିରେ ଗାମୁଛ

ା କି କପଡା ନାହିଁ, ବାପା ଛେଉଣ୍ଡ କୁନି ଝିଅକୁ ୩ ଲକ୍ଷ ଟଙ୍କାର ସୁକନ୍ୟା ଯୋଜନାରେ ସାମିଲ କରି ଯୁବ ସମାଜସେବୀ ରାହୁଲ ମୋଦକ ଦେଖାଇଛନ୍ତି ନିଜର ମହାନତା। ତପନ କୁମାର ମହାନ୍ତି ଯାହାଙ୍କ ବୟସ ୨୮ ବର୍ଷ ହେଉଥିଲା ତାଙ୍କର ଦୁଇଟି ଛୁଆ । ଗୋଟିଏ ପୁଅ ୩ ମାସର ଓ ଅନ୍ୟଟି ୫ ବର୍ଷର ଝିଅ। ଏହି ଝିଅର ରହିଛି ୯୦ ହଜାର ଟଙ୍କା ଜମା ରାଶିର ପ୍ରଧାନ ମନ୍ତ୍ରୀ ସୁକନ୍ୟା ସମୃଦ୍ଧି ଯୋଜନା । ଯାହା ୧୮ ବର୍ଷ ପାଇଁ ବର୍ଷକୁ ୬୦୦୦ ଟଙ୍କା ରାଶିର ୧୫ ବର୍ଷରେ ୯୦,୦୦୦ ଟଙ୍କା ଭରିବା ପାଇଁ ପଡିଥାଏ। ସେ ସବୁତକ ଅର୍ଥ ରାହୁଲ ମୋଦକ ନିଜେ ଭରିବେ ବୋଲି ପ୍ରତିଶ୍ରୁତି ଦେଲେ ଓ ପୋଷ୍ଟ ଅଫିସ୍‌ରେ ଜମା ମଧ୍ୟ କରିଛନ୍ତି। ତାହା ୧୮ ବର୍ଷ ପରେ ସେ ଝିଅକୁ ୩ ଲକ୍ଷ ଟଙ୍କା ମିଳିବ। ଗତ ୧୯ ତାରିଖରେ ରେମେଡ ଲକ୍ଷ୍ମୀଡୁଙ୍ଗୁରି ବିରଜା ମନ୍ଦିର ପୁଝାରୀ ଘରୋଇ କଳହକୁ ନେଇ ଘରେ କେହି ନଥିବା ସମୟରେ ବଡ ଭାଇ ଘରକୁ ଯାଇ ବେକରେ ଶାଢ଼ି ଲଗେଇ ଆତ୍ମହତ୍ୟା କରିଥିଲେ। ତାଙ୍କ ସ୍ତ୍ରୀ ଓ ୫ ବର୍ଷର ଝିଅ ଓ ୩ ମାସର ପୁଅଟିଏ ଅଛନ୍ତି । ଗତକାଲି ଗୁରୁବାର ତାଙ୍କ ଗଙ୍ଗା ଭୋଜିରେ ରାହୁଲ ଉଚିତ୍ ଉପହାରର ଭେଟି ଦେଇଛନ୍ତି। ଏହାକୁ ନେଇ ରାହୁଳଙ୍କ ଏହି ମହାନତା ପାଇଁ ସବୁ ଦିଗରୁ ଶୁଭେଚ୍ଛାର ସୁଅ ଛୁଟୁଛି। ସ୍ବର୍ଗତ ତପନ ମହାନ୍ତି ରେମେଡ ଲକ୍ଷ୍ମୀଡୁଙ୍ଗୁରିର ଜଣାଶୁଣା ବିରଜା ମନ୍ଦିରର ପୂଜକ ଥିଲେ।ଏପରିକି ସେହି ପଡ଼ାର ସେ ଥିଲେ ସମସ୍ତଙ୍କ ଦୁଃଖ ସୁଖର ସାଥି। ଅନ୍ୟର ଅସୁବିଧା ସମୟରେ ସହାୟତାର ହାତ ମଧ୍ୟ ବଢ଼ାଉଥିଲେ । ଦିନରାତି ସମାନ କରି ତପନ ଯେଉଁ ସେବାର ତ୍ୟାଗ ଦେଖାଉ ଥିଲେ ତାହାକୁ ଜୀବନ୍ତ କରିବାକୁ ନିଜ ବନ୍ଧୁର ଆବର୍ତ୍ତମାନରେ କୁନି ଝିଅକୁ ସୁକନ୍ୟା ଯୋଜନାରେ ସାମିଲ କରାଇ ରାହୁଲ ଯେ କେବଳ ବନ୍ଧୁ ପ୍ରୀତି ଦେଖାଇ ନାହାଁନ୍ତି, ବରଂ ସମାଜର ଆଖି ଖୋଲି ଦେବାକୁ ଏକ ପ୍ରୟାସ କରିଛନ୍ତି। ଜନସାଧାରଣରେ ପ୍ରଶଂସାର ଲହରୀ ଉଠିଛି: ବନ୍ଧୁ ହେବତ ଏମିତି…! ସାବାସ୍ ରାହୁଲ, ଜଣେ ଯୁବକ ହେଲେ ମଧ୍ୟ ସାବାସୀ ତୁମର ଉଚ୍ଚମନା ମହାନତାକୁ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡିଶା।

Leave a Reply

Your email address will not be published. Required fields are marked *