ଢେଙ୍କାନାଳ ;ତା-୨୧/୦୩(ବିଏମସି ଟିଭି ଓଡ଼ିଆ)
ଶୁକ୍ରବାର ଦିନ ୧୦ ଘଟିକା ସମୟ ରେ ଭୁବନେଶ୍ୱର ଲୋୟର ପିଏମ୍ ଜି ଛକରେ ଵିଶ୍ଵ ହିନ୍ଦୁ ପରିଷଦର ଡାକରା ରେ ସମଗ୍ର ଓଡ଼ିଶା ସେଵା ଅଭିଯାନ, ରାଜ୍ୟ ସମାଜ ସେବୀ ସଂଘ,ନିଖିଳ ଓଡ଼ିଶା ସମାଜ ସେବୀ ମହାସଂଘ ରେ ସାମିଲ୍ ଥିବା ଶତାଧିକ ସାମାଜିକ ଅନୁଷ୍ଠାନ ର ସମାଜ ସେବୀ ଭାଇ ଭଉଣୀ,ତଥା ଓଡ଼ିଶା ର ବିଭିନ୍ନ ଜିଲ୍ଲା ର କୋଣ ଅନୁକୋଣ ରୁ ଆସିଥିବା ହଜାର ହଜାର ଗୋ ପ୍ରେମୀ,
ସାଧୁ,
ସନ୍ଥ,
ସାଧାରଣ ଜନତା ଏବଂ ସମଗ୍ର ଓଡ଼ିଶା ଏ:ଆଇ କର୍ମଚାରୀ

ସଂଘ ର ଶତାଧିକ କର୍ମଚାରୀ ଗଣ ନିଜର ଉପସ୍ଥିତି ପୂର୍ବକ ସମର୍ଥନ ଜାହିର୍ କରିବା ସହିତ ମିଳିତ ଗୋ ରକ୍ଷା ମହାସମାବେଶ ଜରିଆ ରେ ଦୁଇ ଦଫା ଦାବି ନେଇ ରାଜ ରାସ୍ତା ଜୟ ଶ୍ରୀ ରାମ,ଜୟ ଗୋ ମାତା ନାରା ରେ ପ୍ରକମ୍ପିତ ହେଉଥିବା ବେଳେ ଗୋ ମାତା କୁ ଦାନା ନୁହେଁ ସମ୍ମାନ ଦରକାର ବୋଲି ସରକାର ଙ୍କୁ
ସଚେତନତା ର ବାଣୀ ଶୁଣାଇ ଗୋହତ୍ୟା ନିଷେଧାଦେଶ ଓ ଗୋ ସଂରକ୍ଷଣ ବିଲ୍ ୨୦୨୪ କୁ ଯଥାଶୀଘ୍ର କାର୍ଯ୍ୟକାରୀ ପାଇଁ ଦୃଢ ଦାବି ରଖିଥିଲେ।

ଦାବି ପୂରଣ ନହେଲେ ଆଗାମୀ ଦିନରେ ବିଦ୍ରୋହ ର ସ୍ବର ତୀବ୍ର ହେଵ ବୋଲି ମୋହନ ସରକାର ଙ୍କୁ ଚେତାବନୀ ଦେଇଥିଲେ।
ସାମାଜିକ ଅନୁଷ୍ଠାନ ତରଫରୁ ଦହି ସର୍ବତ, ଥଣ୍ଡା ଜଳ ଦାନ କରାଯାଇ ହଜାର ହଜାର ଗୋ ସେବକ, ଗୋ ପ୍ରେମୀ ସାଧୁଜନ ମାନଙ୍କର ତୃଷ୍ଣା ନିଵାରଣ କରିବାର ପ୍ରୟାସ ଜାରି ରହିଥିବା ବେଳେ ଗୋମାତାଙ୍କର ଆଶୀର୍ବାଦ ପ୍ରାପ୍ତ ପୂର୍ବକ ସମସ୍ତ ଙ୍କ ଭିତରେ ଏକ ଅଦ୍ଭୁତ ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ ହେଉଥିଲା।

ଢେଙ୍କାନାଳରୁ ବିଭୁ ପ୍ରସାଦ ଶତପଥୀ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡିଶା।