୫୬୧ ନଂ ରଖି ପ୍ରାଚୀ ମହାପାତ୍ର ଦଶପଲ୍ଲା ବ୍ଲକ ରେ ଟପର ।

ଦଶପଲ୍ଲା ; ତା-୦୩/୦୫ (ବିଏମସି ଟିଭି ଓଡ଼ିଆ)

   ଶିକ୍ଷାବର୍ଷ ୨୦୨୪-୨୫ର ମାଟ୍ରିକ ରେଜଲ୍ଟ ଫଳାଫଳ ଶୁକ୍ରବାର ଦିନ ପ୍ରକାଶ ପାଇଥିଲା। ତେବେ ଦଶପଲ୍ଲା ବ୍ଲକ ରେ ମୋଟ ୧୩୨୩ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୨୮୨ ଜଣ ସଫଳତା ହାସଲ କରିଛନ୍ତି। ଏ ୱାନ ରେ ଚାରିଜଣ ଉତୀର୍ଣ୍ଣ ହୋଇଥିବା ବ୍ଲକ ଶିକ୍ଷାଧିକାରୀ ଭକ୍ତ ବିନୋଦ ସଲ ମତ ରଖିଛନ୍ତି। ଦଶପଲ୍ଲା ଉଚ୍ଚ ବିଦ୍ୟାଳୟ ର ପ୍ରାଚୀ ମହାପାତ୍ର ୫୬୧ ନଂ ରଖି ଦଶପଲ୍ଲା ବ୍ଲକ ର ଟପର ହୋଇଛନ୍ତି।

ସେପରି ପିଏମଶ୍ରୀ ମଧ୍ୟଖଣ୍ଡ ନୋଡାଲ ଉଚ୍ଚ ବିଦ୍ୟାଳୟ ର ପବିତ୍ର କୁମାର ବେହେରା ୫୫୪ ନଂ ରଖି ଦଶପଲ୍ଲା ବ୍ଲକରେ ତୃତୀୟ ସ୍ଥାନରେ ରହିଛନ୍ତି। ସେ ମଧ୍ଯଖଣ୍ଡ ଭବିଷ୍ୟ କୋଚିଂ ସେଣ୍ଟର ରେ କୋଚିଂ ନେଉଥିଲେ ବୋଲି ନିଜ ବକ୍ତବ୍ୟ ରେ କହିଛନ୍ତି।

କୋଚିଂ ସେଣ୍ଟର ର ପ୍ରତିଷ୍ଠାତା ଲଷ୍ମୀଧର ମହାରଣା ପବିତ୍ର ବେହେରା ଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅନ୍ୟ ଉତୀର୍ଣ୍ଣ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ସେ ଦିନକୁ ୧୪ ଘଣ୍ଟା ପରିଶ୍ରମ କରି ଏ ସଫଳତା ପାଇଛନ୍ତି ଓ ଭବିଷ୍ୟତ ରେ ଡାକ୍ତରୀ ପାଠ ପଢିବାକୁ ମନସ୍ଥ କରିଛନ୍ତି। ସେଭଳି ୫୫୫ ନମ୍ବର ରଖି ଦଶପଲ୍ଲା ବ୍ଲକ ରେ ଦ୍ଵିତୀୟ ସ୍ଥାନରେ ଖମାରସାହି ନୋଡାଲ ଉଚ୍ଚ ବିଦ୍ୟାଳୟ ର ସାଇନ ସୁରଚିତା ସୁନ୍ଦରାୟ ଅବସ୍ଥାନ କରିବା ସହିତ ଦଶପଲ୍ଲା ହାଇସ୍କୁଲ ର ମନମୋହନ ମଲିକ ୫୫୦ ନଂ ରଖି ଚତୁର୍ଥ ସ୍ଥାନରେ ଅବତୀର୍ଣ୍ଣ ହୋଇଛନ୍ତି। ଏଥି ସହିତ ଦଶପଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୯୯ଜଣ ପରୀକ୍ଷା ଦେଇଥିବା ବେଳେ ୯୯ଜଣ ପାସ କରିଛନ୍ତି। ପ୍ରାଚୀ ମହାପାତ୍ର ଦଶପଲ୍ଲା ବ୍ଲକ ରେ ଟପ୍ପର ହୋଇଥିବା ବେଳେ ନୟାଗଡ଼ ଜିଲ୍ଲା ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।



ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା

Leave a Reply

Your email address will not be published. Required fields are marked *