କେନ୍ଦୁଝର ;ତା-୦୬/୦୪(ବିଏମସି ଟିଭି ଓଡ଼ିଆ)
ଟିପିଏନ୍ଓଡିଏଲ୍ ତରଫ ରୁ ଟାଟା ସ୍ଵଚ୍ଛସେବା ସପ୍ତାହ ରେ ଏକ ଦୁଇ ଦିବସୀୟ ସି.ଏସ୍.ଆର୍ କମ୍ୟୁନିଟି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଶନିବାର ଉଦଯାପିତ ହୋଇ ଯାଇଛି।ଏଥି ରେ ସର୍ବମୋଟ ୮ ଦଳ ଅଂଶ ଗ୍ରହଣ କରିଥିଲେ।ଫାଇନାଲ ଖେଳରେ ପାଟଣା ୱାରିଆର୍ ଦଳ ୫୭ ରନ୍ ରେ ତୁରୁମୁଙ୍ଗା ଏକାଦଶ କୁ ପରାସ୍ତ କରି ଚମ୍ପିୟାନ ହୋଇଥିଲେ ।ଚମ୍ପିୟାନ ଓ ରନର୍ସଅପ ଦଳକୁ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା।।ଉଦଯାପନି ଉତ୍ସବରେ କେନ୍ଦୁଝର ସର୍କଲ ବିଦ୍ୟୁତ୍ ସୁପରିଟେଣ୍ଡେଣ୍ଟ ଇଂ ରଶ୍ମିକାନ୍ତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବିଦୁତ୍ ବିଭାଗ ମୁଖ୍ୟ ଏମ. ଆର୍. ଟି କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ରାଜଲକ୍ଷ୍ମୀ ମଲ୍ଲିକ , ପାଟଣା ସରପଞ୍ଚ ବିନତି ବାନାରା,ତୁରୁମୁଙ୍ଗା ଏସଡ଼ିଓ ଜନ୍ମେଜୟ ବେହେରା,ପାଟଣା ବିଦ୍ୟୁତ ସେକ୍ସନ କନିଷ୍ଠ ଯନ୍ତ୍ରୀ ଜ୍ୟୋତିରଞ୍ଜନ ମିଶ୍ର, ସିଏସଆର ଶିବା ମୁଖୀ, ପାଟଣା ବାଣୀଜ୍ଜିକ ମୁଖ୍ୟ ସ୍ୱରପ ସାଧୁ, ସାହାରପଡା କନିଷ୍ଠ ଯନ୍ତ୍ରୀ ରାକେଶ ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।ଉଦଯାପନି ଖେଳରେ ପ୍ରଦୀପ ଦାଶ ଓ ଅଭୟ କୁମାର ରାଉତ ଆମ୍ପାୟାର ଭାବେ ଖେଳ ପରିଚାଳନା କରିଥିବା ବେଳେ ମନୋଜ କୁମାର ମହାପାତ୍ର, ନରୋତ୍ତମ ମିଶ୍ର ଓ ଜୟନ୍ତ ମହାନ୍ତ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ।ସ୍କୋରର ଭାବେ ସୁଶାନ୍ତ ପାରମାଣୀକ,ପ୍ରହ୍ଲାଦ ନାଏକ ଓ ରାଜୀବ ମହାନ୍ତ ପରିଚାଳନା କରିଥିଲେ।ଏହି ଟୁର୍ଣ୍ଣାମେଣ୍ଟ କୁ ଲିଙ୍ଗରାଜ ମହାନ୍ତ, ନନ୍ଦ କିଶୋର ମହାନ୍ତ,ନିହାର ରଞ୍ଜନ ଖାଟୁଆ,ଦେବାଶିଷ ବାରିକ, ଚିନ୍ମୟ ଦାଶ ଏବଂ ଆଦର୍ଶ ବସା ପ୍ରମୁଖ ଖେଳ ପରିଚାଳନା କରିବାରେ ସହଯୋଗ କରିଥିଲେ।
କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ଦଶରଥ ବାରିକ୍ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।