ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଙ୍କ କନ୍ଧମାଳ ଗସ୍ତ।

କନ୍ଧମାଳ ; ତା-୦୪/୦୧(ବିଏମସି ଟିଭି ଓଡ଼ିଆ)

ଖଣି ବିଭାଗର ମାନ୍ୟବର ମନ୍ତ୍ରୀ ବିଭୁତି ଭୁଷଣ ଜେନା ଆଜି ଦିନିକିଆ କନ୍ଧମାଳ ଜିଲ୍ଲା ଗ୍ରସ୍ତରେ ଆସି ନବ ନିର୍ମିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଗୃହର ଶୁଭାରମ୍ଭ କରିବା ସହିତ ସାର୍ତ୍ତାଗୁଡ଼ାରେ ଥ‌ିବା ସ୍ୱୟଂକ୍ରିୟ ଯାନଚାଳନା ପରୀକ୍ଷଣ କେନ୍ଦ୍ରର ଶୁଭାରମ୍ଭ କରିଥିଲେ। ଶୁଭାରମ୍ଭ ସମୟରେ ମାନ୍ୟବର ମନ୍ତ୍ରୀଙ୍କ ସହିତ କନ୍ଧମାଳ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ୍, ଆରକ୍ଷୀ ଅଧୀକ୍ଷକ କନ୍ଧମାଳ ହରୀଶ ବି.ସି., ମାନ୍ୟବର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ  ମହେନ୍ଦ୍ର ପଣ୍ଡା, ଆଞ୍ଚଳିକ ପରିବହନ ଅଧିକାରୀ ଶିଶିର କୁମାର ସାହୁଙ୍କ ସମେତ ବିଭାଗୀୟ ପଦାଧୋକାରୀମାନେ ଉପସ୍ଥିତ ଥିଲେ । ଏହାପରେ ମନ୍ତ୍ରୀ ଜେନା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ କନ୍ଧମାଳ ଜିଲ୍ଲାରେ ପରିବହନ ଓ ଖଣି ବିଭାଗର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ।

ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ସମୁଦାୟ ପଦବୀ ସଂଖ୍ୟା, ଖାଲିଥିବା ପଦବୀ ସଂଖ୍ୟା, ପ୍ରବର୍ତ୍ତନ ବ୍ୟବସ୍ଥା ଉପରେ ଆଞ୍ଚଳିକ ପରିବହନ ଅଧିକାରୀ ଶିଶିର କୁମାର ସାହୁଙ୍କ ସହିତ ଆଲୋଚନା କରିଥିଲେ । ମାନ୍ୟବର ମନ୍ତ୍ରୀ ଜେନା କହିଲେ, ସଚେତନତା ହେଉଛି ସଡ଼କ ସୁରକ୍ଷାର ମୂଳ ଆଧାର । ଏହା ଗୋଟିଏ ମାସ ନୁହେଁ ବରଂ ବର୍ଷ ତମାମ ଚାଲିବା କଥା। ବେପରୁଆ, ଅମାନିଆ ଓ ମଦୁଆ ଗାଡ଼ି ଚାଳକମାନେହିଁ ଦୁର୍ଘଟଣା ଘଟାଇଥାନ୍ତି । ତେଣୁ କେବଳ ସଦରମହକୁମା ନୁହେଁ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ, ପଞ୍ଚାୟତ ଓ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ସଚେତନ କରାଯିବା ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଭାବପ୍ରବଣତାର ସ୍ଲୋଗାନହେଲା ସୁନିଶ୍ଚିତ ଘରବାହୁଡ଼ା। ତେବେ ଚଳିତ ଆର୍ଥିକ ବର୍ଷରେ କେତୋଟି ପଞ୍ଜିକରଣ ହୋଇଛି ଓ କେତେଜଣଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଛି ସେ ବିଷୟରେ ଆଲୋଚନା କରିଥିଲେ । ଉଦ୍ଦେଶ୍ୟମୂଳକ ଭାବେ ଅର୍ଥ ଆଦାୟ କରିବା ପାଇଁ କାହାରିକୁ ହଇରାଣ ନ କରିବାକୁ ପରାମର୍ଶ ଦେଇଥିଲେ। ନିୟମିତ ବ୍ୟବଧାନରେ ଗାଡ଼ି ସୋ ରୁମ ଗୁଡ଼ିକୁ ପ୍ରବର୍ତ୍ତନ କରିବା ସ‌ହିତ ନିୟମ ଭିତରେ ରହି ମାଲିକମାନେ କାର୍ଯ୍ୟ କରୁଛନ୍ତ କି ନାହିଁ ତଦାରଖ କରିବାକୁ ପରାମର୍ଶ ଦେଇଥିଲେ ।

ହେଲମେଟ୍ ଚେକି”, ମଦ୍ୟପାନ କରି ଗାଡ଼ି ଚାଳନାରୁ ଆଦାୟ ଫାଇନ୍ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଜିଲ୍ଲାରେ ସଡ଼କ ଦୁର୍ଘଟଣାର କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇଦେବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ନୂଆ କାର୍ଯ୍ୟାଳୟ କୋଠରୀକୁ କାର୍ଯ୍ୟକ୍ଷମ କରିବାକୁ ଶିଘ୍ର ପଦକ୍ଷେପ ନେବାକୁ କହିଥିଲେ। ଜିଲ୍ଲାରେ କେଉଁ କେଉଁ ଅଂଚଳକୁ ସରକାରୀ, ବା ବେସରକାରୀ ଗାଡ଼ି ଯାଉନାହିଁ ତା’ର ତାଲିକା ଦେବାକୁ କହିଥିଲେ। ସେହି ସବୁ ଅଂଚଳକୁ ଗାଡ଼ି ବ୍ୟବସ୍ଥା କରିବାକୁ ସରକାର ପଦକ୍ଷେପ ନେବେ । ପରେ ପରେ ଖଣି ବିଭାଗର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ। ବେଧଡ଼କ ଚୋରାଚାଲାଣ ଉପରେ ନିଆଯାଉଥିବା ପଦକ୍ଷେପ ଉପରେ ମାନ୍ୟବର ମନ୍ତ୍ରୀ  ଜେନା ଆଲୋଚନା କରିଥିଲେ । ଉକ୍ତ ସମୀକ୍ଷା ବୈଠକରେ, କନ୍ଧମାଳ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ୍, ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ ରମେଶ କୁମାର ଜେନା, ମାନ୍ୟବର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ମହେନ୍ଦ୍ର ପଣ୍ଡା, ଆଞ୍ଚଳିକ ପରିବହନ ଅଧିକାରୀ ଶିଶିର କୁମାର ସାହୁ, ଜିଲ୍ଲା ଖଣି ଅଧିକାରୀଙ୍କ ସମେତ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

କନ୍ଧମାଳ ରୁ କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା

Leave a Reply

Your email address will not be published. Required fields are marked *