ନୟାଗଡ ;ତା-୨୦/୦୫(ବିଏମସି ଟିଭି ଓଡ଼ିଆ)
ଦଶପଲ୍ଲା ଏନ ଏ ସି ଅନ୍ତର୍ଗତ ଜଗାପୁର ରୋଡସ୍ଥିତ ବିଜେପି କର୍ମୀ ତଥା ଯୁବସମାଜସେବୀ ଓ ଆଦିତ୍ୟବାହିନୀ ର ସଦସ୍ୟ ଦିବଂଗତ ରଞ୍ଜନ କୁମାର ସାହୁ (ଜିଲୁ) ଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ସୋମବାର ସଂଧ୍ୟା ରେ ନିଜ ବାସଭବନ ଠାରେ ବିଜେପି ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଜ୍ଞାନ ରଞ୍ଜନ ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିଲା। କନ୍ଧମାଳ ସାଂସଦଙ୍କ ବ୍ଲକ ପ୍ରତିନିଧି କିଶୋର ଚନ୍ଦ୍ର ବେହେରା, ଏନ ଏ ସି ମଣ୍ଡଳ ସଭାପତି, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ର ମାନସ କୁମାର ସାହୁଙ୍କ ସହିତ ବିଜେପି ର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଏକ ସୃତି ଚାରଣ ସଭା କରିଥିଲେ। ଜଣେ ଉଦୟମାନ ନେତୃତ୍ୱ କୁ ଦଶପଲ୍ଲା ହରାଇଛି ବୋଲି ସମସ୍ତେ ପ୍ରକାଶ କରିଥିଲେ। ଅନେକ ଭଲ କାମ କରିଥିଲେ ବୋଲି ମଧ୍ୟ ସମସ୍ତ ଉପସ୍ଥିତ ବ୍ୟକ୍ତି ନିଜର ମତ ବ୍ୟକ୍ତ କରିବା ସହିତ ଦୁଃଖଦ ଓ ମର୍ମାହତ ସୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣେଇବା ସହିତ ଅମର ଆତ୍ମା ର ସଦଗତି କାମନା କରିଥିଲେ ।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।