ତିରିଂ ଓ ବହଳଦା ବ୍ଲକ ପକ୍ଷରୁ ବିଜ୍ଞାନ ପରିଦର୍ଶକ ନଳିନୀ ଚୌଧୁରୀଙ୍କୁ ସମ୍ବର୍ଦ୍ଧନା।

ରାଇରଙ୍ଗପୁର  ; ତା-୨୩/୦୨(ବିଏମସି ଟିଭି ଓଡ଼ିଆ)

ତିରିଂ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଓ ବହଳଦା ବ୍ଲକ ସେକେଣ୍ଡାରୀ ଶିକ୍ଷକ ମାନଙ୍କ ପକ୍ଷରୁ ପୂର୍ବତନ ଜିଲ୍ଲା ବିଜ୍ଞାନ ପରିଦର୍ଶକ ନଳିନୀ କୁମାର ଚୌଧୁରୀଙ୍କୁ ଯଦୁନାଥପୁର ସୀମାନ୍ତ ଉଚ୍ଚ ବିଦ୍ୟାଳୟ ନୂଆଡିହିରେ ପ୍ରଧାନ ଶିକ୍ଷକ ଡକ୍ଟର ରାଧାକାନ୍ତ ମହାରଣାଙ୍କ ସଭାପତିତ୍ୱରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ତିରିଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯଜ୍ଞ୍ନେ ଶ୍ୱର ଜେନା ଯୋଗ ଦେଇ ଜିଲ୍ଲାରେ କାର୍ଯ୍ୟ କରିଥିବା ତାଙ୍କର ବଳିଷ୍ଠ ଉଦ୍ୟମକୁ ପ୍ରଶଂସା କରିଥିଲେ । ମୁଖ୍ୟ ବକ୍ତା ଭାବେ ବଳଦେବ ହେମ୍ବ୍ରମ ଯୋଗ ଦେଇ ଶ୍ରୀ ଚୌଧୁରୀଙ୍କୁ ଜଣେ ସରଳ ଓ ଶାନ୍ତ ସ୍ଵଭାଵର ବ୍ୟକ୍ତିତ୍ବ ଭାବରେ ମତ ପ୍ରକାଶ କରିଥିଲେ ।

ସମ୍ମାନୀୟ ଅତିଥି ଭାବେ ଓଷ୍ଠାର ରାଜ୍ୟ ଉପ ସଭାପତି ଜ୍ଞାନ ରଞ୍ଜନ ପାଣିଗ୍ରାହୀ, ଜିଲ୍ଲା ଜୁନିୟର ରେଡ୍ କ୍ରସ୍ ଅଧିକାରୀ ସ୍ମୃତି ରଞ୍ଜନ ପାଣି,ଓଷ୍ଠାର ବହଳଦା ବ୍ଲକ ସଭାପତି ରାଜ କିଶୋର ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଚୌଧୁରୀଙ୍କ କାର୍ଯ୍ୟ କରିବାର କୌଶଳ ବିଷୟରେ ବିଭିନ୍ନ ଦିଗ ଉପରେ ସ୍ମୃତି ବଖାଣିଥିଲେ । ଏଥିସହିତ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ଘଣା,ବିମଳ କୁମାର ମହାନ୍ତ,ରଞ୍ଜନ କୁମାର ମହାନ୍ତ,ସୁଶ୍ରୀ ଚମ୍ପାମଣୀ ସୋରେନ, ବିଷ୍ଣୁ ପଦ ବାରିକ, ସଚିନ୍ଦ୍ର ରାଜ,ନିର୍ମଳ ମଣ୍ଡଳ,ନିର୍ମଳ ପାତ୍ର ପ୍ରମୁଖ ଉପସ୍ଥିତ ରହି ମତବ୍ୟକ୍ତ ରଖିଥିଲେ। କାର୍ଯ୍ୟକ୍ରମକୁ ଓଷ୍ଠାର କାର୍ଯ୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ନାୟକ ସଂଯୋଜନା କରିଥିଲାବେଳେ ତିରିଂ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପ୍ରିୟଦର୍ଶନୀ ସେଠୀ ଧନ୍ୟବାଦ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଶ୍ରୀଚୌଧୁରୀଙ୍କ ଛାତ୍ର ଗୌତମ ଲେଙ୍କା, ଶିକ୍ଷକ ପ୍ରଶାନ୍ତ କୁମାର ବେହେରା, ଗୁରୁ ଚରଣ ଧୂଙ୍ଗିଆ, ରତିକାନ୍ତ ଗିରି, ଆନନ୍ଦ ଚରଣ ବସା,ନିହାର ରଞ୍ଜନ ଗୋଛାୟତ, ଗିରିଧାରୀ ମହାନ୍ତ, ଦେବାଶିଷ ଗିରି, ଅବନୀ କୁମାର ଭଞ୍ଜ, ଜଗଦୀଶ ମୁଣ୍ଡା, ଶିକ୍ଷୟତ୍ରୀ ମାୟାରାଣୀ ମହାନ୍ତ, ସଂଯୁକ୍ତା ସାହୁ, ପ୍ରିୟା ଦେଓଗାମ, ସୁଚିନ୍ତିତା ନରେନ୍ଦ୍ର, ମୁଗୁଲି ହାଁସଦା, ହେମନ୍ତ ଗିରି, ଚନ୍ଦ୍ର ମୋହନ ମୁର୍ମୁ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।ଶେଷରେ ମଞ୍ଚାସୀନ ଅତିଥିଙ୍କ ପକ୍ଷରୁ ନଳିନୀ ଚୌଧୁରୀ ଓ ତାଙ୍କ ସହଧର୍ମଣୀ ସବିତା ଚୌଧୁରୀଙ୍କୁ ମାନପତ୍ର, ସାଲ୍ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।


ରାଇରଙ୍ଗପୁରରୁ ଉତ୍ତମ ରାମଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।

Leave a Reply

Your email address will not be published. Required fields are marked *