ମାଲକାନଗିରି ;ତା-୧୭/୦୫(ବିଏମସି ଟିଭି ଓଡ଼ିଆ)
କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତର ପୋଲିସ ଫାଣ୍ଡି ଠାରେ ଗ୍ରାମ ଯୂବମଞ୍ଚ ର ଆବାହକ ଅକ୍ଷୟ କୁମାର ହୋତାଙ୍କ ଆବାହକତ୍ୱ ରେ ଭାରତୀୟ ସେନାର ମନୋବଳ ଓ ପରାକ୍ରମ ଦୃଢ଼ ଉଦ୍ଦେଶ୍ୟରେ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶୋଭାଯାତ୍ରାରେ ମାନ୍ୟବର ନବରଙ୍ଗପୁର ସା°ସଦ ବଳଭଦ୍ର ମାଝୀ ଯୋଗଦେଇଥିବା ବେଳେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଡମ୍ବରୁ ଶିଷା, ପୋଲିସ ଫାଣ୍ଡି ଅଧିକାରୀ କୃଷ୍ଣ ଚନ୍ଦ୍ର ହିଆଲ୍ , ଖଇରପୁଟ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବଳୀ ମାଝୀ, ଲ୍ୟାମ୍ପ ସଭାପତି ଗୋପୀ ପାଙ୍ଗୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜ୍ୟୋତି ରଞ୍ଜନ ସେଠୀ, ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ,ଓଏଲଏମ୍ ଅଧିକାରୀ ଚିନ୍ମୟ କୁମାର ସିଂ, ସମାଜସେବୀ ଅଶୋକ କୁମାର ପରିଡ଼ା, ପଦ୍ମ ଚରଣ ପଣ୍ଡା, ଭଗବାନ ସାହୁ, ପ୍ରଭାକର ସୁନା , ବିଦ୍ୟାଧର ସାହାଣୀ, ରବି ଧାକଡ, ଭବତୋଷ ମଣ୍ଡଳ, ମଣ୍ଟୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଶୋଭାଯାତ୍ରା ଟି କୁଡୁମୁଲୁଗୁମ୍ମା ପୋଲିସ ଫାଣ୍ଡିରୁ ଆରମ୍ଭ ହୋଇ ଝାଡେଶ୍ୱର ମନ୍ଦିର ନିକଟରେ ପରିସମାପ୍ତି ଘଟିଥିଲା ଓ ଏଥିରେ ସରକାରୀ କର୍ମଚାରୀ ଓ ବେସରକାରୀ ଜନସାଧାରଣଙ୍କୁ ମିଶାଇ ପ୍ରାୟ ଦୁଇଶହରୁ ଅଧିକ ଲୋକ ସାମିଲ ହେବା ସହ ଭାରତର ସାର୍ବଭୌମତ୍ୱ ସୁରକ୍ଷା ଦାୟିତ୍ବରେ ଥିବା ଭାରତୀୟ ସେନା ବାହିନୀ ର ମନୋବଳ ଓ ପରାକ୍ରମ ଦୃଢ଼ ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାରର ସ୍ଲୋଗାନମାନ ଦିଆଯାଇଥିଲା । ମାନ୍ୟବର ସାଂସଦ ଶ୍ରୀ ମାଝୀ କହିଥିଲେ ଯେ ଦେଶର ସୁରକ୍ଷାପାଇଁ ଅହରହ ନିଜ ଜୀବନକୁ ବାଜି ଲଗାଇ ଦେଶର ସେନାବାହିନୀ “ଅପରେସନ ସିନ୍ଦୂର” କୁ ସାକାର କରିବାରେ ଯେଉଁଭଳି ଭାବରେ ଅତର୍କିତ ଆକ୍ରମଣ ପାକିସ୍ତାନ ଉପରେ କରିଛି ତାହା ଯୁଗ ଯୁଗ ପାଇଁ ଲିପିବଦ୍ଧ ହୋଇ ରହିବାସହ ଆତଙ୍କବାଦ ର ସମାପ୍ତ ହେବା ପର୍ଯ୍ୟନ୍ତ ଏହିଭଳି ଭାବେ ଅନବରତ ଆକ୍ରମଣ ପାକିସ୍ତାନ ଉପରେ ଜାରି ରଖିବ ବୋଲି ନିଜର ଅଭିମତ ରଖିବା ସହ ସମସ୍ତଙ୍କୁ ଏହିପରି ତ୍ରିରଙ୍ଗା ଶୋଭାଯାତ୍ରା ରେ ସାମିଲ୍ ହେବାପାଇଁ ଆହ୍ୱାନ ଜଣାଇଛନ୍ତି ।
ମାଲକାନଗିରି ରୁ ହିମାଂଶୁ ଶେଖର ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।