ସମ୍ବଲପୁର :ତା.୨୨/୦୫(ବିଏମସିଟିଭି ଓଡିଆ)
ଭାରତ ସରକାରଙ୍କ ପାକିସ୍ଥାନ ବିରୁଦ୍ଧରେ ସିନ୍ଦୂର ଅପରେସନର ସଫଳତା ନେଇ ବିଜୟ ସୂଚକ ତ୍ରିରଙ୍ଗା ଯାତ୍ରା ସାରା ଭାରତରେ ଅନୁଷ୍ଠିତ ହେଉଥିବା ବେଳେ ଆଜି ଗୁରୁବାର ବରପାଲିରେ ଏହା ଅନୁଷ୍ଠିତ ହୋଇଯାଇଛି। ବିଜେପୁର ବିଧାୟକ ସନତ୍ କୁମାର ଗଡତିୟାଙ୍କ ନେତୃତ୍ୱରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ବରପାଲି ଗାନ୍ଧୀ ଛକଠାରେ ଗାନ୍ଧୀ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ଅନୁଷ୍ଠିତ ଏହି ବାଇକ୍ ଶୋଭାଯାତ୍ରା ଶ୍ୟାମା ଛକ, କଲେଜ ଛକ, ବ୍ଲକ ଅଫିସ ଛକ, ଡାକ୍ତର ଖାନା ଛକ ଦେଇ ବସ୍ ଷ୍ଟାଣ୍ଡ ଦେଇ ନଗର ପରିକ୍ରମା କରିଥିଲା। ବିଧାୟକ ଶ୍ରୀ ଗଡତିୟା ଭାରତୀୟ ସୈନିକଙ୍କ ଉଚ୍ଚ ପ୍ରଶଂସା କରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଏହି ସଫଳତା ସାରା ବିଶ୍ବରେ ଭାରତର ମସ୍ତକକୁ ଉଚ୍ଚ କରିଛି ବୋଲି ଉଲ୍ଲେଖ କରିଥିଲେ । ଏହି ବାଇକ୍ ରେଲିରେ ଶତାଧିକ କର୍ମୀ ଯୋଗ ଦେଇଥିଲେ ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।