କୁଦୋପାଲିରେ ଛବିଳ ସାଏ ଓ ୫୭ ଜଣ ଶହୀଦଙ୍କ ସ୍ମୃତିରେ ତ୍ରିରଙ୍ଗା ପଦଯାତ୍ରା ଓ ଶ୍ରଦ୍ଧାଞ୍ଜଳି ସଭା।

ସମ୍ବଲପୁର ;ତା-୩୦/୧୨(ବିଏମସି ଟିଭି ଓଡିଆ)

ସମ୍ବଲପୁର ସଂଘର୍ଷ ଓ ବଳିଦାନର ତୀର୍ଥଘର।ସମ୍ବଲପୁର ଜିଲ୍ଲା ସହ ଯୋଡି ହୋଇ ରହିଥିବା ଐତିହାସିକ କୁଦୋପାଲି ଆମର ତ୍ୟାଗ ଓ ବୀରତ୍ୱର ପ୍ରତୀକ । ୧୮୫୭ ମସିହାର ଆଜିର ଦିନରେ କୁଦୋପାଲି ଘାଟିରେ ବ୍ରିଟିଶମାନଙ୍କ ବିରୋଧରେ ଲଢେଇ କରି ଶହୀଦ ହୋଇଥିବା ବୀର ଛବିଳ ସାଏ ଓ ୫୭ ଜଣ ଶହୀଦଙ୍କ ସ୍ମୃତିରେ ଆୟୋଜିତ ତ୍ରିରଙ୍ଗା ପଦଯାତ୍ରା ଓ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋମବାର ସମ୍ବଲପୁର କୁଦୋପାଲି ଠାରେ ଜିଲ୍ଲା ପ୍ରଶାସନ ସହଯୋଗରେ ‘ବୀର ଛବିଳ ସାଏ ସ୍ମୃତି କମିଟି’ ପକ୍ଷରୁ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ଆଜିର ଦିନଟି ଆମ ସମସ୍ତଙ୍କ ପାଇଁ ପବିତ୍ର ଦିନ ।

କୁଦୋପାଲିର ତ୍ୟାଗ, ଇତିହାସ ଓ ସମର୍ପଣ ଭାବନା କୌଣସି ଗୁଣରେ ଜାଲିଆନାୱାଲା ବାଗ ହତ୍ୟାକାଣ୍ଡରୁ କମ୍ ନୁହେଁ । କୁଦୋପାଲି ଘାଟିରେ ଶହୀଦ ହୋଇଥିବା ସ୍ୱାଧୀନତା ସଂଗ୍ରାମୀ ଛବିଳ ସାଏ ଓ ତାଙ୍କ ସହଯୋଗୀଙ୍କ ବଳିଦାନ କାରଣରୁ ଦେଶ ସ୍ୱାଧୀନତା ପାଇବା ସହ ଆମର ଗଣତନ୍ତ୍ର ମଜଭୂତ୍ ହୋଇପାରିଛି । ଏହି ବୀର ଶହୀଦ ମାନଙ୍କ ତ୍ୟାଗ, ନିଷ୍ଠା ଓ ପରାକ୍ରମ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ମନ୍ତ୍ରୀ କହି କୁଦୋପାଲିର ବଳିଦାନକୁ ଦେଶ ଜାଣିବା ଉଚିତ୍ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଓଡ଼ିଶାର ପଶ୍ଚିମାଞ୍ଚଳ ବିଶେଷ ଭାବରେ ମାତୃଭୂମିର ସୁରକ୍ଷା ପାଇଁ ଧ୍ରୁବ ସାଏ , ଉଜ୍ଜଳ ସାଏ, ଛବିଳ ସାଏ, ଯାଜ୍ଜଳ ସାଏ, ମେଦିନୀ ସାଏ, କୋଲାବିରା ଜମିଦାର କରୁଣାକର ସିଂହ ନାଏକ, ଘେଁସ ଜମିଦାର ପରିବାରର ମାଧୋ ସିଂହ, କୁଞ୍ଜଲ ସିଂହ, ଐରୀ ସିଂହ, ବୈରୀ ସିଂହ, ହଟେ ସିଂ, ଶହୀଦ ମଧୁ ଗଡ଼ତ୍ୟାଙ୍କ ଅବଦାନ ଅତୁଳନୀୟ ଥିଲା ବୋଲି ମନ୍ତ୍ରୀ ସ୍ମରଣ କରିଥିଲେ। ଛବିଳ ସାଏ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସଭାପତି ଜୟବ୍ରତ ଦେଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ କମିଟି ଅଧ୍ୟକ୍ଷ ତଥା ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାଏକ ସ୍ୱାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଶେଷ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତରାଜ ଓ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ଆରଡିସି ସଚିନ ଆର ଯାଦବ, ଆଇଜି ହିମାଂଶୁ କୁମାର ଲାଲ, ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର, ଏସପି ମୁକେଶ ଭାମୁ ପ୍ରମୁଖ ମଞ୍ଚାସିନ ଥିଲେ। ଶେଷରେ ଚନ୍ଦ୍ର ଶେଖର ପଣ୍ଡା ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ କମିଟି ଉପାଧକ୍ଷ ଲକ୍ଷ୍ମଣ ଦେହୁରୀ, କୋଷାଧ୍ୟକ୍ଷ ସାନୁଞ୍ଜୟ ଡନସେନା, ପ୍ରଦ୍ୟୁମ୍ନ ସେଟ, କିଶୋର ମହାକୁଡ଼, ପ୍ରଦୀପ ସୁପକାର, ଡା. ରାଜାରାମ ଷଡ଼ଙ୍ଗୀ, ଶ୍ୟାମଳ ବିଶ୍ୱାସ, ଭରତ ସାହୁ, ଦେବଦତ୍ତ ପ୍ରଧାନ, କପିଳ ପ୍ରଧାନ, ଚନ୍ଦନ ସାହାଣୀ, କ୍ରିଷ୍ଣା ମହାକୁଡ଼, ମାଧବ ଓରାମ, ପୁଷ୍ପାଞ୍ଜଳି ରାଉତ, ଅଞ୍ଜୁ ଭଞ୍ଜ, କେଦାର ବାଗ, ଗଣେଶ ମିର୍ଧା ପ୍ରମୁଖ ପରିଚାଳନା କରିଥିବା ବେଳେ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସମ୍ବଲପୁର ମହାନଗର ନିଗମ କମିଶନର ବେଦଭୂଷଣଙ୍କ ସହିତ ଉପ ଜିଲ୍ଲାପାଳ ଡ଼ଃ ପୁଷ୍ପାଞ୍ଜଳୀ ପଣ୍ଡା ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧ କୈଳାସ ମହାରଣା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *