ତ୍ରିମୂର୍ତ୍ତି କ୍ଲବ ଆନୁକୂଲ୍ୟରେ ବହଳଦା ଠାରେ ଟୁସୁ ମେଲଣ ଉତ୍ସବ।

ରାଇରଙ୍ଗପୁର ; ତା-୧୯/୦୧(ବିଏମସି ଟିଭି ଓଡ଼ିଆ)

ମୟୁରଭଞ୍ଜ ଜିଲ୍ଲାର ଗଣପର୍ବ ମକର ଉତ୍ସବ ପାଳନ ଅବସରରେ ବହଳଦା ଠାରେ ତ୍ରିମୂର୍ତ୍ତି କ୍ଲବ ଆନୁକୂଲ୍ୟରେ ଶନିବାର ଅପରାହ୍ନ ସମୟରେ ଏକ ବିରାଟ ଟୁସୁମେଳା ଆୟୋଜନ କରାଯାଇଥିଲା। ବହଳଦା ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ହିରଣ ଭାଇଙ୍କ ନେତୃତ୍ୱରେ ତ୍ରିମୂର୍ତ୍ତି କ୍ଲବର ସମସ୍ତ ସଦସ୍ୟଙ୍କ ମିଳିତ ପ୍ରୟାସରେ ମେଳାର ଆୟୋଜନ କରାଯାଇଥିଲା।ଏଥିରେ ଟୁସୁଦେବୀଙ୍କ ମୁରଣ୍ମୟୀ ପ୍ରତିମୂର୍ତ୍ତି ପ୍ରଦର୍ଶନୀ ସହିତ ପ୍ରତିଯୋଗିତା ମଧ୍ୟ କରାଯାଇ ଥିଲା।

ବହଳଦା ତଥା ଆଖପାଖ ଅଞ୍ଚଳରୁ ଶହ ଶହ ଲୋକଙ୍କର ଭିଡ଼ ପରିଲକ୍ଷିତ ହୋଇ ଥିଲା।ପ୍ରତିଯୋଗିତାରେ ବଡ଼ଟୁସୁରୁ ତିଖିଆ ଟୁସୁ ଦଳକୁ ପ୍ରଥମ ପୁରସ୍କାର ₹ ୨୦,୦୦୦/ଟଙ୍କା ହିରନ ବସା ପ୍ରଦାନ କରିଥିଲେ।ସେହିପରି ଦ୍ୱିତୀୟ ପୁରସ୍କାର ₹ ୧୦,୦୦୦/ଟଙ୍କା ବର୍ଗୀଡ଼ିହି ଟୁସୁ ଦଳକୁ ପ୍ରଦାନ କରାଯାଇ ଥିଲା।ଛୋଟ ଟୁସୁ ମଧ୍ୟରେ ପ୍ରଥମ ବଡ଼ଡାଳିମା ଟୁସୁ ଦଳକୁ ₹ ୯୦୦୦/ଟଙ୍କାଏବଂ ଦ୍ୱିତୀୟ ଗୋପୀନାଥପୁର ଟୁସୁ ଦଳକୁ ₹ ୭୦୦୦/ଟଙ୍କା ପ୍ରଦାନ କରିଥିଲେ।ସେହିପରି ସାଇକେଲରେ ଆଣିଥିବା ଟୁସୁ ମାନଙ୍କୁ ₹ ୨୦୦/ଟଙ୍କା ଲେଖାଏଁ ସ୍ୱାନ୍ତାନ ମୂଳକ ପୁରସ୍କାର ପ୍ରଦାନ କରିଥିଲେ।ଉକ୍ତ ମେଳାକୁ କୁନା, ବାପି, ଶମ୍ଭୁ, ରାମ, ଶଙ୍କର, ରୂପେଶ, ସ୍ୱରୂପ, ସୁରତ, ବାବୁ, ମୁନା, ଭାରତକର, ମାନସ, ସୁରଜ, ନିଲେଶ, ମୁକେଶ ଏବଂ ସମସ୍ତ ତ୍ରିମୂର୍ତ୍ତି କ୍ଲବର ସଦସ୍ୟ ମାନେ ସହଯୋଗ କରିଥିଲେ।

ରାଇରଙ୍ଗପୁରରୁ ଉତ୍ତମ ରାମଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *