କଟକ ; ତା-୨୭/୦୨(ବିଏମସି ଟିଭି ଓଡ଼ିଆ)
ବାଙ୍କୀ ଦମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତ ଗ୍ରାମ ସ୍ଥିତ ବେସରକାରୀ ଶିକ୍ଷା ଅନୁଷ୍ଠାନ ସରସ୍ବତୀ ଶିଶୁ ମନ୍ଦିରର ଦ୍ଵାଦଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦଘାଟକ ତଥା ମୁଖ୍ୟ ଅତିଥି ଭାବେ ଅକ୍ଷୟ ଯୁବ ସଂଗଠନର ସଭାପତି ଯୁବ ସମାଜସେବୀ ଅବିନାଶ ପଟ୍ଟନାୟକ ଯୋଗ ଦେଇ ପିଲାମାନଙ୍କୁ ଡିଜିଟାଲ ସହିତ ଆଧ୍ୟାତ୍ମିକ ମାର୍ଗରେ ପରିଚାଳିତ ହେବାକୁ ପରାମର୍ଶ ଦେଇଥିଲେ ।

ମୁଖ୍ୟ ବକ୍ତା ଭାବେ ଆଧ୍ୟାତ୍ମିକ ଗୁରୁ ତଥା ଆମ ପରିବାର ଚକ୍ରର ଅଧକ୍ଷ କୁମାର ଅମୀୟ (ବୁଲୁ ବାବା ), ସମ୍ମାନିତ ଅତିଥି ଭାବେ ଓଡ଼ିଆ ଅଧ୍ୟାପିକା ଶ୍ରୀମତୀ ମମତା ଜେନା, ତାଳବସ୍ତ ସରପଞ୍ଚ ଜ୍ୟୋତିମୟୀ ସାହୁ, ବିଦ୍ୟାଳୟ ସଭାପତି ପ୍ରତିମା ସାହୁ ଯୋଗ ଦେଇ ପିଲାମାନଙ୍କୁ ସୁ ନାଗରିକ ହେବାର ନିର୍ଦ୍ଧିଷ୍ଟ ଲକ୍ଷ ରଖି ଉଭୟ ପାଠ ଓ ସାଠ ରେ ଏକ ନମ୍ବର ହେବାକୁ ଉପଦେଶ ଦେଇଥିଲେ ।ପୂର୍ବତନ ସରପଞ୍ଚ ତଥା ଯୁବ ଶିକ୍ଷବିତ ଦୀନବନ୍ଧୁ ସାହୁଙ୍କ ସଂଯୋଜନାରେ ଆୟୋଜିତ ସାଧାରଣ ସଭାରେ ବିଦ୍ୟାଳୟ ପ୍ରତିଷ୍ଠାତା ପ୍ରଦୀପ କୁମାର ଦାସ ସ୍ୱାଗତ ଭାଷଣ ରଖିଥିଲେ ।

ପ୍ରଧାନ ଆଚାର୍ଯ୍ୟ ମିନତୀ ଦାସ ବାର୍ଷିକ ବିବାରିଣୀ ପାଠ କରିଥିଲେ ।କୃତି ଛାତ୍ର ଛାତ୍ରୀମାନେ ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିବା ସହିତ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ବିଦ୍ୟାଳୟର ସମସ୍ତ ଅଭିଭାବକ ଏବଂ ଗୁରୁମା ଗୁରୁଜୀମାନେ ଉପସ୍ଥିତ ରହି ବାର୍ଷିକ ଉତ୍ସବକୁ ସରସ ସୁନ୍ଦର କରିବାରେ ସହଯୋଗ କରିଥିଲେ ।

ବାଙ୍କୀ ଡମପଡ଼ା ରୁ ସୁଶାନ୍ତ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।