ନୟାଗଡ ;ତା-୩୧/୧୨(ବିଏମସି ଟିଭି ଓଡ଼ିଆ)
ପଦ୍ମାବତୀ ମହାନଦୀର ଜଳରାଶିରେ ୨ଟି ମୂର୍ତ୍ତି ଉଦ୍ଧାର ହୋଇଛି। ବହୁବର୍ଷ ପ୍ରାଚୀନ ମୂର୍ତ୍ତି ହୋଇଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି।ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ଜଣେ ଧୀବର ମାଛ ଧରିବା ପାଇଁ ମହାନଦୀକୁ ଯାଇଥିଲେ। ତାଙ୍କ ଜାଲରେ ଦୁଇଟି ମୂର୍ତ୍ତି ଲାଗିବାରୁ ସେ ଭୟରେ ଆସି ଗ୍ରାମବାସୀଙ୍କୁ ଜଣାଇଥିଲେ। ପରେ ଗ୍ରାମବାସୀ ଯାଇ ଦେଖିବା ବେଳକୁ ଜାଲରେ ୪ ଫୁଟର ଶନି ଦେବ ଓ ମହାବୀରଙ୍କ ଦୁଇଟି ମୂର୍ତ୍ତୀ ଦେଖିଥିଲେ। ପରେ ଗ୍ରାମବାସୀ ଏହି ମୂର୍ତ୍ତୀକୁ ଜଗନ୍ନାଥ ମନ୍ଦିରରେ ଆଣି ରଖିଥିବା ସୂଚନା ମିଳିଛି। ପୂର୍ବରୁ ଏହି ମହାନଦୀ ଏକ ମନ୍ଦିର ଚୂଳ ଦେଖିଵାକୁ ମିଳିଥିବା ବେଳେ କିଛି ଦିନ ୮ ଗୋଟି ନାଗ ଦେବତାଙ୍କ ମୂର୍ତ୍ତି ଉଦ୍ଧାର କରାଯାଇଥିଲା। ଆଜି ହନୁମାନ ଓ ଶନିଦେବଙ୍କ ମୂର୍ତ୍ତୀ ମିଳିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ନାନାପ୍ରକାର ଚର୍ଚ୍ଚା ଚାଲୁଥିବା ଦେଖିଵାକୁ ମିଳିଛି।
ନୟାଗଡ଼ ରୁ ବିକ୍ରମ ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।