ଦୋକାନ ମାଲିକକୁ ବୋମା ଫିଙ୍ଗି ହତ୍ୟା ଉଦ୍ୟମରେ ଦୁଇ ଗିରଫ ।

ରଣପୁର ; ତା-୧୪/୦୨ (ବିଏମସି ଟିଭି ଓଡ଼ିଆ)

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀ କାର୍ଯ୍ୟ କରୁଥିବା ଦୋକାନ ମାଲିକଙ୍କ ଉପରେ ବୋମା ଫିଙ୍ଗି ହତ୍ୟା ଉଦ୍ୟମ ଘଟଣା । ଦୁଇ ଅଭଯୁକ୍ତଙ୍କୁ ବୋଲଗଡ ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଛି ରାଜସୁନାଖଳା ଫାଣ୍ଡି ପୋଲିସ।  ସୂଚନା ଅନୁସାରେ ରାଜସୁନାଖଳା ତ୍ରିନାଥ ବଜାରରେ ସନ୍ତୋଷ କୁମାର ସାହୁଙ୍କ ଏକ ଦୋକନ ଅଛି। ଏହି ଦୋକାନରେ ଅଭିଯୁକ୍ତ ବିକାଶ ଜେନାଙ୍କ ସ୍ତ୍ରୀ କାମ କରୁଥିଲେ। ସନ୍ତୋଷଙ୍କ ଦୋକାନରେ ତାଙ୍କ ସ୍ତ୍ରୀଙ୍କୁ ନରଖିବା ପାଇଁ ବିକାଶ ବାରମ୍ବାର ଧମକ ଦେଇଥିଲେ । ଦୋକାନ ମାଲିକ ଏହାକୁ ପ୍ରତ୍ୟାଖାନ କରିଆସୁଥିଲେ। ଏହାକୁ ନେଇ ବିକାଶ ଉତ୍ୟକ୍ତ ହେଇ ସହଯୋଗୀ ଦିବ୍ୟଜ୍ୟୋତି ସହିତ ମିଶି ବୋମା ତିଆରି କରିଥିଲେ। ଶୁକ୍ରବାର ରାତିରେ ସନ୍ତୋଷ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଏକ ନମ୍ବର ବିହୀନ ଗାଡ଼ିରେ ଆସି ଏହି ଦୁଇ ଅଭିଯୁକ୍ତ ତାଙ୍କ ଉପରକୁ ବୋମା ମାଡ଼ କରିଥିଲେ। ଏନେଇ ରାଜସୁନାଖଳା ଫାଣ୍ଡିରେ ଲିଖିତ ଅଭିଯୋଗ ପରେ ଫାଣ୍ଡି ଅଧିକାରୀ ପ୍ରୀତି ପ୍ରକାଶ ମହାନ୍ତି ସଦଳ ବଳେବିଭିନ୍ନ ସ୍ଥାନରେ ଚଢାଉ କରି ଦୁଇ ଆସାମୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ତେବେ ଅଭିଯୁକ୍ତ ଦୁଇ ଜଣ ହେଲେ ବୋଲଗଡ ଅଞ୍ଚଳର ବିକାଶ ଜେନା ପିତା ବେଣୁଧର ଜେନା ଗ୍ରାମ ତୃତୀୟାପଡା ହେଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ଦିବ୍ୟଜ୍ୟୋତି ରାଉତ ପିତା ଲକ୍ଷ୍ମୀଧର ରାଉତ ଗ୍ରାମ ଗୌଡ଼ସାହି ବୋଲି ଜଣାପଡିଛି। ତେବେ ଗିରଫ ଅଭିଯୁକ୍ତଙ୍କୁ ରଣପୁର କେସ ନମ୍ବର ୩୭/୨୫ରେ ମାମଲା ରୁଜୁ କରାଯାଇ ସେକସନ୍ ୨୯୬,୧୨୬(୨),୧୧୫(୨),୧୦୯,୩(୫) ଏକ୍ସକ୍ଲୋଷିଭ ଆକ୍ଟରେ ଗିରଫ କରାଯାଇ କୋର୍ଟ ଫରୱାର୍ଡ କରାଯାଇଛି।

ବିଏମସି ନ୍ୟୁଜ ଓଡିଶା 

Leave a Reply

Your email address will not be published. Required fields are marked *