ପେଗଡ଼ା ଛକ ଠାରେ ବାଇକ କାର ମୁହାଁ ମୁହିଁ ଧକ୍କାରେ ଦୁଇ ଗୁରୁତ୍ତର ।

ଗଜପତି ; ତା-୨୭/୦୧(ବିଏମସି ଟିଭି ଓଡ଼ିଆ)

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ପେଗଡ଼ା ଛକ ଠାରେ ଆଜି ପ୍ରାୟ ଦୁଇଟା ବେଳେ ବାଇକ ଓ କାର ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିବା ସୁଚନା ରହିଛି। ଦୁଇ ଜଣ ବାଇକ ଆରୋହୀ ପାରଳାଖେମୁଣ୍ଡିରୁ ନିଜ ଗାଡ଼ି ସର୍ଭିସ୍ କରି ଘରକୁ ଫେରୁଥିବା ବେଳେ ଅପର ପଟୁ ଏକ କାର ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ଦୁଇ ବାଇକ ଆରୋହୀ ଛିଟିକି ପଡି ଗୁରୁତ୍ତର ଥିବା ଜାଣି ବାକୁ ମିଳିଛି । ଗୁରୁତ୍ତର ଦୁଇ ଜଣ ହେଲେ ପେକଟ ଗ୍ରାମର 32 ବର୍ଷୀୟ ବାସୁଦେବ ରାଇକା ଅନ୍ୟ ଜଣ ହେଲେ 30 ବର୍ଷୀୟ ସୁଶାନ୍ତ ଶବର ବୋଲି ଜାଣିବାକୁ ମିଳିଛି। ଘଟଣା ଘଟିବା ପରେ କାର ଡ଼୍ରାଇଭର ଜଣଙ୍କ ଫେରାର ଥିବା ସୂଚନା ରହିଛି। ସ୍ଥାନୀୟ ଲୋକେ ଦୁଇ ଗୁରୁତ୍ତର ଙ୍କୁ ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ଜିଲ୍ଲା ଚିକିତ୍ସାଳୟ କୁ ପଠାଇଛନ୍ତି।ଡାକ୍ତର ବାସୁଦେବଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତ୍ତର ଜାଣି ତାଂକୁ ବ୍ରହ୍ମପୁର ମେଡିକଲ୍ କୁ ସ୍ଥାନାନ୍ତର କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବ ବୋଲି କହିଛି।

ଗଜପତି ରୁ ମନୋଜ କୁମାର ପାଢୀ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।

Leave a Reply

Your email address will not be published. Required fields are marked *