ନୟାଗଡ଼ ;ତା-୧୫/୦୫(ବିଏମସି ଟିଭି ଓଡ଼ିଆ)
ଗୁରବାର ଦିନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଫୁଲବାଣୀ ଗସ୍ତ ସମୟରେ ଦଶପଲ୍ଲା ତ୍ରିନାଥ ବଜ଼ାରସ୍ଥିତ ଏସ ଆର ପେଟ୍ରୋଲ ପମ୍ପ ନିକଟରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବି ଜେ ପି ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ବି ଜେ ପି ନେତା ରାଘବ ମଲ୍ଲିକ , କନ୍ଧମାଳ ସାଂସଦଙ୍କ ବ୍ଲକ ପ୍ରତିନିଧି କିଶୋର ଚନ୍ଦ୍ର ଦଳବେହେରା ଓ ଏନ ଏ ସି ପ୍ରତିନିଧି ଅଞ୍ଜନ ଦାସ,ପୂର୍ବତନ ଜିଲ୍ଲା ସଭାପତି ପ୍ରସନ୍ନ ଦାଶ,ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ସଂଯୋଜକ ବସନ୍ତ କୁମାର ମହାନ୍ତି, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଜ୍ଞାନରଞ୍ଜନ ସାହୁଙ୍କ ସମେତ ପ୍ରାୟ ୧୫୦ରୁ ଅଧିକ ବି ଜେ ପି କର୍ମୀ ଓ ଶୁଭେଛୁ ଯୋଗଦେଇ ଫୁଲବାଣୀ ଗସ୍ତ ସମୟରେ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ।ସମ୍ୱର୍ଦ୍ଧନା ସମୟରେ ଏମିତି ଏକ ମହଲ ସୃଷ୍ଟି ହୋଇଥିଲା ଯେମିତି ଦଶପଲ୍ଲା ବିଜେପି ର ସଂଗଠନ ମଜଭୂତ ଅଛି ବୋଲି ଜଣାପଡୁଥିଲା। ଏମିତି ଯଦି ସଂଗଠନ ମଜଭୂତ ରୁହେ ତାହାହେଲେ ପଞ୍ଚାୟତ ନିର୍ବାଚନ ବାଜିମାତ ମାରିବା ନିଶ୍ଚିନ୍ତ ବୋଲି ଆଲୋଚନା ଚାଲିଛି।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।