ପରୀକ୍ଷା ବେଳେ ଘଣ୍ଟେଶ୍ୱର କନିଷ୍ଠ ମହାବିଦ୍ୟାଳୟରେ ପର୍ଯ୍ୟବେକ୍ଷକ ଙ୍କ ଅପ୍ରୀତିକର ବ୍ୟବହାର ,କାର୍ଯ୍ୟାନୁଷ୍ଠାନ ଦାବି।

ଭଦ୍ରକ ;ତା-୦୮/୦୩(ବିଏମସି ଟିଭି ଓଡ଼ିଆ)

ଘଣ୍ଟେଶ୍ୱର କନିଷ୍ଠ ମହାବିଦ୍ୟାଳୟ ରେ +୨ ୨ୟ ବର୍ଷ ଛାତ୍ର ଛାତ୍ରୀ ମାନଙ୍କ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ପ୍ରତିଦିନ ପରି ଘଣ୍ଟେଶ୍ୱର ମହାବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ, ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀ ମାନଙ୍କ ପକ୍ଷରୁ ମିଳିତ ଭାବେ ରାଜ୍ୟ ସ୍ୱୀକୃତି ପ୍ରାପ୍ତ ସଂଗୀତ “ବନ୍ଦେ ଉତ୍କଳ ଜନନୀ ” ଗାନ କରାଯାଉଥିବା ସମୟରେ ବିଏନ ଏମ୍ ଏ ମହାବିଦ୍ୟାଳୟ ର ଅଧ୍ୟାପିକା ଭାଗ୍ୟଶ୍ରୀ ଦାଶ ଓ ଅଧ୍ୟାପିକା ପ୍ରିୟଙ୍କା ସାହୁ ପରୀକ୍ଷା ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ । ଘଣ୍ଟେଶ୍ୱର କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷ ଗୋପାଳ ପ୍ରସାଦ ମହାପାତ୍ର ଦୁଇ ପର୍ଯ୍ୟବେକ୍ଷକ ଙ୍କୁ ରାଜ୍ୟ ସ୍ତରୀୟ ସଂଗୀତ ଗାନ କାର୍ଯ୍ୟକ୍ରମ କୁ ସମ୍ମାନ ପ୍ରଦର୍ଶନ କରିବା ପାଇଁ ନିବେଦନ କରିଥିଲେ । ହେଲେ ଦୁଇ ପର୍ଯ୍ୟବେକ୍ଷକ ବେଖାତିର କରି ରାଜ୍ୟ ସ୍ତରୀୟ ସଂଗୀତ କୁ ଅସମ୍ମାନିତ କରି ମହାବିଦ୍ୟାଳୟ କାର୍ଯ୍ୟାଳୟ ରେ ବସିରହିଥିଲେ । ପରେ ପରୀକ୍ଷା ଆରମ୍ଭ ହେବା ମାତ୍ରକେ ପର୍ଯ୍ୟବେକ୍ଷକ ଭାଗ୍ୟଶ୍ରୀ ଦାଶ ବଡ ପାଟି ରେ ଛାତ୍ର ଛାତ୍ରୀ ମାନଙ୍କୁ ଦୁର୍ବ୍ୟବହାର କରିଥିଲେ । “ଏହା ଗୋଟିଏ କପି ସେଣ୍ଟର, ସବୁ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତକୁ ମୁଁ ଅନ୍ଧାର କରିଦେବି” ବୋଲି ବଡ ପାଟି ରେ ଚିତ୍କାର କରିଥିଲେ । ଯାହା ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କ ପରୀକ୍ଷା ବାଧାପ୍ରାପ୍ତ ହୋଇଥିଲା । ଛାତ୍ର ଛାତ୍ରୀ ମାନେ ମାନସିକ ସ୍ତରରେ ଖୁବ୍ ଆଘାତ ପାଇଥିଲେ । ଛାତ୍ର ଛାତ୍ରୀ ମାନଙ୍କୁ ଚେକିଂ କରିବା ପାଇଁ ଏହି ଦୁଇ ଅଧ୍ୟାପିକାଙ୍କୁ ଅନୁମତି ମିଳି ନଥିବା ବେଳେ ବେଆଇନ ଭାବେ ଛାତ୍ର ଛାତ୍ରୀ ମାନଙ୍କୁ ଏହି ଦୁଇ ପର୍ଯ୍ୟବେକ୍ଷକ ଚେକିଂ କରି ଉଦ୍ଦେଶ୍ୟମୂଳକ ଭାବେ ଛାତ୍ର ଛାତ୍ରୀ ମାନଙ୍କୁ ମାନସିକ ନିର୍ଯ୍ଯାତନା ଦେଇଥିଲେ । ଘଣ୍ଟେଶ୍ୱର କନିଷ୍ଠ ମହାବିଦ୍ୟାଳୟ କୁ ଜଣେ ପର୍ଯ୍ୟବେକ୍ଷକ ଯିବାର ଅନୁମତି ଥିବା ବେଳେ, ବେଆଇନ ଭାବେ ଏହି ଦୁଇ ପର୍ଯ୍ୟବେକ୍ଷକ ପହଞ୍ଚି ସେଠାରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ । ଏହି ଦୁଇ ପର୍ଯ୍ୟବେକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଭଦ୍ରକ ଛାତ୍ର ମଞ୍ଚ ପକ୍ଷରୁ ଭଦ୍ରକ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ପ୍ରତିନିଧି ଦଳରେ ଭଦ୍ରକ ଛାତ୍ର ମଞ୍ଚ ର ସଭାପତି ବିକାଶ ନାଥ, ଛାତ୍ର ମଞ୍ଚର ସଂପାଦିକା ରୁଚିସ୍ମିତା ବାରିକ୍, ଘଣ୍ଟେଶ୍ୱର ମହାବିଦ୍ୟାଳୟ ପ୍ରତିଷ୍ଠାତା ସଭ୍ୟ ଆଇନଜୀବି ଗିରିଧାରୀ ନାଥ, ଛାତ୍ର ନେତ୍ରୀ ଗିତାଞ୍ଜଳୀ ମହାଳିକ, ସୀତା ମାଝି, ଛାତ୍ର ନେତା ସାଗର ରାଉତ, ବିଶ୍ବଜିତ ଜେନା, ପାର୍ଥସାରଥି ପାତ୍ର, ସୁଜିତ କୁମାର ପାକଳ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଦୁଇ ପର୍ଯ୍ୟବେକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭଦ୍ରକ ଛାତ୍ର ମଞ୍ଚ ପକ୍ଷରୁ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।


ଭଦ୍ରକରୁ ଅଶୋକ କୁମାର ସାହୁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *