ନୟାଗଡ଼ ; ତା-୨୫/୧୨(ବିଏମସି ଟିଭି ଓଡ଼ିଆ)
ଭାରତ ର ଇତିହାସ ପୃଷ୍ଠା କୁ ଅବଲୋକନ କଲେ ଅନେକ ମହାନାୟକ ଙ୍କ ନାମ ପରିଲକ୍ଷିତ ହେବା ସହିତ ସେଥି ମଧ୍ୟରୁ ସ୍ବର୍ଗତ ଅଟଳବିହାରୀ ବାଜପାୟୀ ଙ୍କ ନାମ ଅନ୍ୟତମ। ସେ ୧୯୨୪ ମସିହା ଡିସେମ୍ବର ୨୫ ଆଜିର ଦିନରେ ଗ୍ୱା୍ଲିୟର ସହରରେ ଜନ୍ମ ଗ୍ରହଣ କରି ୧୬ ଅଗଷ୍ଟ ୨୦୧୮ ରେ ତାଙ୍କର ତିରୋଧାନ ଘଟିଥିଲା। ୧୯୯୯ ମସିହାରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ଜଣେ ମହାନ୍ ଦେଶପ୍ରେମୀ ଓ ଆମ ସମସ୍ତଙ୍କ ପ୍ରେରଣାର ଉତ୍ସ ତଥା ଭାରତ ରତ୍ନ ପ୍ରାପ୍ତ ସ୍ବର୍ଗତ ପରମ ପୂଜ୍ୟ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଆଜି ସାରା ଦେଶ ଜଣାଉଛି। ଏହି ପୁଣ୍ୟତିଥିରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଗୋବିନ୍ଦ ଭବନ ଠାରେ ସମସ୍ତ ଦଳୀୟ କର୍ମକର୍ତ୍ତା ଙ୍କୁ ନେଇ ବାଜପେୟୀ ଙ୍କ ପ୍ରତିଛବି ସମ୍ମୁଖରେ ଦ୍ୱୀପ ପ୍ରଜ୍ବଳନ ସହ ପୁଷ୍ପ ଗୁଚ୍ଛ ଅର୍ପଣ କରିଥିଲେ ଓ ମହାନାୟକ ବାଜପାୟୀ ଙ୍କ ଦେଶ ପ୍ରତି ଅବଦାନ ଓ ତାଙ୍କର ଗୁଣ ଗାନ କରିଥିଲେ।ଏଥି ସହିତ ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ନାୟକ, ଅବସରପ୍ରାପ୍ତ ବନପାଳ ପ୍ରଫୁଲ୍ଲ କୁମାର ଦାଶ, ଜିଲ୍ଲା ସମ୍ପାଦକ ବସନ୍ତ କୁମାର ମହାନ୍ତି, ନୂଆଗାଁ ବ୍ଲକ ସାଂସଦ ଙ୍କ ପ୍ରତିନିଧି ଭୀମସେନ ସେଠି, ଏବଂ ଅନ୍ୟ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।