ନୟାଗଡ ; ତା-୨୬/୦୨(ବିଏମସି ଟିଭି ଓଡ଼ିଆ)
ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଶିମିଳି ସାହି, ପୋଖରୀଗୋଚ୍ଛା, ହନୁବନ୍ତ, କଳସା ଖମଣ ଓ ନୂଆଗାଁ କୁ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ ଗ୍ରସ୍ତ ସମୟରେ ବିଭିନ୍ନ ଶୈବ ପୀଠ ଓ ଦୈବୀ ପୀଠ ଦର୍ଶନ କରିଥିଲେ। ପ୍ରତ୍ୟେକ ସ୍ଥାନରେ ସାଂସଦ ଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ପବିତ୍ର ଜାଗର ଦିବସରେ ସାଂସଦ ଙ୍କ ଗସ୍ତ କୁ ନେଇ ଲୋକ ମାନଙ୍କ ନାହିଁ ନ ଥିବା ଉତ୍କଣ୍ଠା।

ନିଜ ପାଖରେ ସାଂସଦ ଙ୍କୁ ପାଇ ଖୁସିର ଲହରୀ ସ୍ଥାନୀୟ ଜନସାଧାରଣ ମଧ୍ୟରେ ଦେଖାଯାଇଛି। କୌଣସି ସାଂସଦ ଆସିନଥିବା ବେଳେ ବର୍ତ୍ତମାନର ସାଂସଦ ଗ୍ରସ୍ତ କରିଛନ୍ତି। ଏ ଗସ୍ତ ସମୟରେ ତାଙ୍କ ସହିତ ସାଂସଦ ଙ୍କ ଦଶପଲ୍ଲା ବ୍ଲକ ପ୍ରତିନିଧି କିଶୋର ଚନ୍ଦ୍ର ଦଳବେହେରା, ଦଶପଲ୍ଲା ଏନ ଏ ସି ଙ୍କ ପ୍ରତିନିଧି ଅଞ୍ଜନ କୁମାର ଦାସ, ବସନ୍ତ କୁମାର ମହାନ୍ତି ଓ ଅନେକ କର୍ମୀ ଉପସ୍ଥିତ ଥିଲେ।

ଚଢ଼େୟାପଲ୍ଲି ପଞ୍ଚାୟତ ର ପୂର୍ବତନ ସରପଞ୍ଚ ରାମ ଭରସା ନାୟକ ଓ ବଶିଷ୍ଠ ନେତା ନିରଂଜନ ମହାକୁଡ (ବେଲେରାସନ) ସାଂସଦ ଙ୍କ ଉପସ୍ଥିତିର ଦଳୀୟ ଉତ୍ତରୀୟ ପକାଇ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ। ଏଥିସହିତ ପୂର୍ବତନ ସଂଗଠକ ବିଭୀଷଣ ନାୟକ ଙ୍କର ଦେହ ଅସୁସ୍ଥ ଥିବାରୁ ସାଂସଦ ପାଖକୁ ଯାଇ ଭେଟିବା ସହ କିପରି ଶିଘ୍ର ଆରୋଗ୍ୟ ଲାଭ କରିବେ ସେହି ବିଷୟରେ ଆଲୋଚନା କରିଥିଲେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।