ସମ୍ବାଦ ସାହିତ୍ୟ ଘର, କେଶାଇବାହାଲ ପକ୍ଷରୁ ବୀର ଛବିଳ ସାଏ ଓ ସାଥିଙ୍କ ସ୍ମୁତି ଦିବସ ପାଳିତ।

ସମ୍ବଲପୁର ;ତା-୩୦/୧୨(ବିଏମସି ଟିଭି ଓଡିଆ)

ସମ୍ବାଦ ସାହିତ୍ୟ ଘର, କେସାଇବାହାଲ, ବାମରା ଶାଖା ପକ୍ଷରୁ ସମ୍ବଲପୁର କୁଦୋପାଲିଠାରେ ବୀର ସୁରେନ୍ଦ୍ର ସାଏଙ୍କ ଅନୁଗାମୀ ଭାଇ ବୀର ଛବିଳ ସାଏଙ୍କ ସମେତ ୫୩ ଜଣ ସାଥୀ ସହିଦ୍ ଓ ପରେ ଚାରି ଜଣ ଫାଶୀ ପାଇଥିବା ସୁରେନ୍ଦ୍ର ସେନାର ବିପ୍ଳବୀମାନଙ୍କର ସ୍ମୁତି ଦିବସ ପାଳିତ ହୋଇଯାଇଛି। ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ତଥା ସାହିତ୍ୟିକ ଦିଲ୍ଲୀପ ରାୟ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଉଭୟ ଡ଼ ସିଂହ ଓ ସହିଦ ଛବିଲ ସାଏ ଙ୍କ ଫଟୋ ଚିତ୍ରରେ ଅତିଥି ଗଣ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ । କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କୁଦୋପାଲିରେ ସୁରେନ୍ଦ୍ର ସେନା ଙ୍କ ଦେଶପ୍ରେମ , ବିପ୍ଳବ ଓ ଆତ୍ମୋତ୍ସର୍ଗ କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ହେବ ବୋଲି ମତପ୍ରକାଶ କରିଥିଲେ ।

ମୁଖ୍ୟବକ୍ତା ଭାବରେ ହାଡିପାଲି ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ତଥା କୁଦୋପାଲି ଗ୍ରାମର ଅଧିବାସୀ ଗୋପାଳ ନାଥ ଯୋଗଦେଇ ସେଇ ଗ୍ରାମରେ ଏହି ସଂଗ୍ରାମକୁ ନେଇ ହେଉଥିବା ଲୋକକଥା ଉପରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବରେ ଉଦୟ ଦ୍ୱିବେଦୀ ଯୋଗଦେଇ ପୂର୍ବତନ ପ୍ରଧାନ ମନ୍ତ୍ରୀ ଡଃ.ମନମୋହନ ସିଂ ଙ୍କ ଜୀବନୀ ଓ ରାଜନୀତିର ଉଚ୍ଚ ପ୍ରଶଂସା କରିଥିଲେ । ସମ୍ବାଦ ସାହିତ୍ୟ ଘର ସଭାପତି ତୁଳସୀ ମଞ୍ଜରୀ ବହିଦାର ପ୍ରାରମ୍ଭିକ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ଆୟୋଜିତ ଦେଶ ପ୍ରେମ ମୂଳକ କବିତା ପାଠ ଅବସରରେ କବି ରବୀନ୍ଦ୍ର ଦାସ, ନିରୁପମା ସାହୁ, ସୁଜ୍ଞାନି ପଟେଲ, ମିନାକ୍ଷୀ ଦ୍ବିବେଦୀ, ଶାନ୍ତିଲତା ପୃଷ୍ଟି, ଅନୁସୟା ପଟେଲ, ପଦ୍ମିନୀ ବାଂକରା, ଅଲେଖ ପତି, ପଙ୍କଜିନି ନାୟକ, ବୀଣାପାଣି ନାଏକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଆବାହକ ସନ୍ତୋଷ କୁମାର ଶୁକ୍ଳା ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *