ବିଜୟଙ୍କ ମୃତ୍ୟୁ, ବିଭିନ୍ନ ମହଲରେ ଶୋକ।

ନୟାଗଡ  :ତା-୨୭/୦୫(ବିଏମସି ଟିଭି ଓଡ଼ିଆ )

ସକାଳ ପାଇଲେ ପବିତ୍ର ସାବିତ୍ରୀ ଓଷା। ହେଲେ କାଳ ର କରାଳ ଗତି ରେ ଚାଲିଗଲା ଜଣଙ୍କ ଜୀବନ। ଏପରି ଏକ ଦୁଃଖଦ ଘଟଣା ଘଟିଛି ଦଶପଲ୍ଲା ସହର ଅନ୍ଧାରକୋଟ ଗ୍ରାମରେ। ଲଙ୍କାପୋଡି ଯାତ୍ରାରେ ଅରଟି ସେବା (ପୁଷ୍ପକ ବିମାନ) କାର୍ଯ୍ୟରେ ନିୟୋଜିତ ହୋଇ କାର୍ଯ୍ୟ ପରିଚାଳନା କରୁଥିବା ସେବକଙ୍କର ସୋମବାର ଦିନ ମୃତ୍ୟୁ ଘଟିଛି। ମୃତକ ଜଣକ ଦଶପଲ୍ଲା ଏନଏସି ଅନ୍ତର୍ଗତ ଅନ୍ଧାରକୋଟ ଗ୍ରାମର ବିଜୟ କୁମାର ବେହେରା। ବିଜୟଙ୍କ ମୃତ୍ୟୁ ଖବର ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମର ଶରୀର ଦଶପଲ୍ଲା ସହରରେ ପହଂଚିବା ପରେ ଶୋଭାଯାତ୍ରାରେ ନିଆଯାଇ ଅନ୍ତିମ ସଂସ୍କାର କରାଯିବା ସହିତ ବିଜୟଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି।ସୂଚନା ଯୋଗ୍ୟଯେ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା ର ଅନ୍ତିମ ଦିବସ ଅର୍ଥାତ ରାମ ଙ୍କ ଅଭିଷେକ ଦିନ ( ଏପ୍ରିଲ୨୩ )ର ଘଟଣା। ରାବଣ କୁ ନିଧନ କରି ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଦେବୀ ସୀତା ଙ୍କୁ ଅଗ୍ନି ପରୀକ୍ଷା ଶେଷ କରି ସୈନ୍ୟ ସାମନ୍ତ ଙ୍କୁ ସାଙ୍ଗ ରେ ଧରି ପୁଷ୍ପକ ବିମାନ ରେ ଅଯୋଧ୍ୟା କୁ ପ୍ରତ୍ୟାବର୍ତ୍ତନ କରୁଥିବା ସମୟ ରେ ପୁଷ୍ପକ ବିମାନ ରଥ ରେ ବ୍ୟବହୃତ ଶାଳ କାଠ ର ୪୨ ଫୁଟ ର ଭାରବାହି ଦଣ୍ଡ ଟି ଆକସ୍ମିକ ଭାବେ ଭାଙ୍ଗି ଯାଇ ୧୮ ଫୁଟ ତଳକୁ ଗଳି ପଡିଥିଲା। ଏହି ପୁଷ୍ପକ ବିମାନ ଉପରେ ବସିଥିବା କଳାକାର ଶ୍ରୀ ରାମଚନ୍ଦ୍ର, ମାତାସୀତା,ଭ୍ରାତା ଲକ୍ଷ୍ମଣ,ପୂରାଣ ପଣ୍ଡା ଙ୍କ ସମେତ ବିପରୀତ ଦିଗ ରେ ଝୁଲି ଥିବା ବାନର ସେନା ତିନି ଜଣ ତଳେ କଚାଡି ହୋଇ ପଡ଼ି ଯାଇଥିଲେ। ପୁଷ୍ପକ ବିମାନ ରଥ କୁ ଗଡ଼ାଇବା ପାଇଁ ନିୟୋଜିତ ସେବକ ଶ୍ରମିକ ବିଜୟ କୁମାର ବେହେରା ଙ୍କ ମୁଣ୍ଡ ଉପରେ ବିଶାଳ କାୟ ଶାଳ କାଠ ଦଣ୍ଡ ଟି ପଡ଼ି ଯିବା ଫଳରେ ସେ ଗୁରତ୍ୱ ର ଭାବେ ଆହତ ହୋଇଥିଲେ। ତାର ପ୍ରଭାବ ରେ ଅନ୍ୟ ଦୁଇ ସେବକ ଶ୍ରମିକ ସ୍ଥାନୀୟ ନଛିପୁର ଗ୍ରାମର ପଙ୍କଜ ବେହେରା ଓ଼ ପଥୁରିଆ ଗ୍ରାମ ର ଡାକ ବେହେରା ସାମାନ୍ୟ ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ତିନି ଆହତ ଙ୍କୁ ଦଶପଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇ ଥିଲା। ଗୁରୁତ୍ୱ ର ବିଜୟ କୁ ପ୍ରାଥମିକ ଚିକିତ୍ସା ପରେ ୧0୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ନୟାଗଡ ଓ଼ ପରେ ସଙ୍କଟ ଜନକ ଅବସ୍ଥା ରେ ଭୁବନେଶ୍ୱର ଏମ୍ସ ରେ ଭର୍ତ୍ତି କରା ଯାଇଥିଲା। ସେଠାରେ ଜୀବନ ମରଣ ଶହ ଦୀର୍ଘ ୧ ମାସ କାଳ ସଂଘର୍ଷ କରି ସୋମବାର ପ୍ରତ୍ୟୁଷ ୩ ଘଣ୍ଟା ରେ ମୃତ୍ୟୁ ବରଣ କରିଥିଲା। ପୋଲିସ ଅପମୃତ ମାମଲା ରୁଜୁ କରି ଏମ୍ସ ରେ ଶବ ବ୍ୟବଛେଦ ପରେ ବିଜୟ ଙ୍କ ପରିବାର କୁ ହସ୍ଥାନ୍ତର କରାଯାଇଥିଲା। ଭୁବନେଶ୍ୱର ରୁ ଦଶପଲ୍ଲା ଅନ୍ଧାରକୋଟ ଗ୍ରାମ ରେ ଶବ ପଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।ଯାତ୍ରା କମିଟି ପକ୍ଷ ରୁ ବିଜୟ ଙ୍କ ପରିବାର କୁ ସମବେଦନା ଦେବା ଶହ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।ମୃତ ବିଜୟ ଙ୍କ ଧର୍ମ ପତ୍ନୀ, ଦୁଇ ସନ୍ତାନ ଓ଼ ବୃଦ୍ଧ ପିତା ମଙ୍ଗୁଲୁ ବେହେରା ଅଛନ୍ତି। ଅନ୍ୟ ଦୁଇ ଆହତ ଇତି ମଧ୍ୟ ରେ ସୁସ୍ଥ ଥିବା ଜଣାପଡିଛି।ଏହି ଭଳି ଦେବ କାର୍ଯ୍ୟ ରେ ଅଘଟଣ ଓ଼ ଜଣେ ସେବକ ଙ୍କ ଅକାଳ ବିୟୋଗ ରେ ଦଶପଲ୍ଲା ଅଞ୍ଚଳ ର ସବୁ ମହଲ ରେ ଶୋକ ର ଛାୟା ଖେଳି ଯାଇଛି। ଯାତ୍ରା ପରିଚାଳନା କମିଟି ଓ଼ ରାମଲୀଳା କଳାକାର ମାନଙ୍କ ତରଫ ରୁ ସ୍ୱତନ୍ତ୍ର ଭାବେ ଶୋକ ବ୍ୟକ୍ତ କରାଯାଇଥିବା ବେଳେ ସରକାରୀ ସହାୟତା କରାଯିବ ବୋଲି କହିଥିଲେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।

Leave a Reply

Your email address will not be published. Required fields are marked *