ପ୍ରତ୍ୟେକ ପଞ୍ଚାୟତ କୁ ଗଡ଼ିଲା “ବିକାଶ ବାହାନ” ରଥ



ଦଶପଲ୍ଲା :- ତା – ୧୩/୦୬/୨୫ (ବିଏମସି ଟିଭି ଓଡ଼ିଆ)

ଦଶପଲ୍ଲା ବ୍ଲକ କାର୍ଯ୍ୟଳୟ  ପରିସରରେ ଗୁରୁବାର ଦିନ ବିକାଶ ବାହାନ ରଥ ଭ୍ରମଣ କୁ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ମଣ୍ଡଳ ଉନ୍ନୟନ ଅଧିକାରୀ ଭୁବନାନନ୍ଦ ପଟ୍ଟନାୟକ   ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏଥି ସହିତ ଅନ୍ୟ ସମସ୍ତ କର୍ମଚାରୀ ଶୁଭାରମ୍ଭ ସମୟରେ ଉପସ୍ଥିତ ଥିଲେ। ସାଧାରଣ ଜନତାଙ୍କ ନିକଟରେ ବିଜେପି ସରକାରଙ୍କର ଲୋକଭିମୁଖୀ ଯୋଜନା ଗୁଡିକ ଉପରେ କିପରି ସଚେତନ କରାଯିବ ତାହା ଏହି ବିକାଶ ବାହନ ର ମୂଳ ଲକ୍ଷ୍ୟ। ରାଜ୍ୟରେ ବିଜେପି ସରକାର ତଥା ମୋହନ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ମଧ୍ୟରେ ବିଭିନ୍ନ ଯୋଜନାର ଉପଲବ୍ଧିକୁ ଲୋକଙ୍କ ପାଖରେ ପହଂଚାଇବା ଉଦେଶ୍ୟରେ ଜନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ଭlବରେ କରାଯିବା ଆଦି ଏହାର ମୂଳ ଲକ୍ଷ୍ୟ। ଜୁନ ୧୨ ତାରିଖ ଗୁରୁବାର ଠାରୁ ଜୁନ ୨୧ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ବିକାଶ ମେଳା ଆୟୋଜନ କରାଯାଇ ବିକାଶ ବାହନ ପ୍ରତ୍ୟେକ ବ୍ଲକରେ ପହଂଚି ପରେ ଗ୍ରାମ ପଂଚାୟତ ମାନଙ୍କରେ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ସମ୍ବନ୍ଧରେ ବିକାଶ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇବ l ଏହି ବାହନ ପରିକ୍ରମା ସମୟରେ ସରକାରଙ୍କ ବିଭିନ୍ନ ବିଭାଗର ସହାୟତା, ପ୍ରମାଣ ପାତ୍ର, ଖାଉଟି କାର୍ଡ, ଆଧାର କାର୍ଡ, ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା,ଜଙ୍ଗଲ ଜମି ପଟ୍ଟା, ମୃତିକା ସ୍ଵାସ୍ତ୍ୟ କାର୍ଡ, ଓ ଅନ୍ୟାନ୍ୟ ସରକାରୀ ସହାୟତା ମଧ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛିl ଏହି ବାହନ ସୁଚାରୁରୂପେ ପରିଚାଳନା ନିମନ୍ତେ ପ୍ରତ୍ୟେକ ବ୍ଲକରେ ନୋଡାଲ ଅଧିକାରୀ ନିଯୁକ୍ତ କରାଯାଇଛି l ବାହାନକୁ ସ୍ୱାଗତ କରିବା ନିମନ୍ତେ କାର୍ଯ୍ୟକ୍ରମ ବିଡ଼ିଓ, ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କ ଦ୍ୱାରା ବ୍ୟବସ୍ଥା କରାଯାଇଛି l ବିଭିନ୍ନ ବିଭାଗର ଉନ୍ନୟନ ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେବାର ବ୍ୟବସ୍ଥା ରହିଛି ବୋଲି ଶୁଣାଯାଉଛି।  ସୁଭଦ୍ରା ରେ ଏକ କୋଟି ମହିଳା ଙ୍କ ସମ୍ପୃକ୍ତି, ୧୭ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି, କନ୍ୟା ବିବାହ ଯୋଜନାରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଝିଅ ମାନଙ୍କ ପରମ୍ପରା ଅନୁସାରେ ଗଣ ବିବାହ ଯୋଜନା, ଜାତୀୟ ଶିକ୍ଷାନୀତି ୨୦୨୦ କାର୍ଯ୍ୟକାରୀ, ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗ ଛାତ୍ର ଛାତ୍ରୀ ଙ୍କ ପାଇଁ ଉଚ୍ଚ ଶିକ୍ଷାରେ ୧୧.୨୫% ସ୍ଥାନ ସରଂକ୍ଷଣ, ସରକାରୀ ଚାକିରୀ ବୟସ ସୀମା ୪୨ ବର୍ଷ କୁ ବୃଦ୍ଧି, ପ୍ରତ୍ୟେକ ଜିଲାରେ ଶିଳ୍ପ ପାଇଁ ପ୍ରତିଶୃତି ଓ ୧୨.୮୮ଲକ୍ଷ୍ୟ ଯୁବକ ଙ୍କୁ ନିଯୁକ୍ତି ସମ୍ଭାବନା ସୃଷ୍ଟି, କ୍ରୀଡା ର ବିକାଶ ପାଇଁ ୩୧୪ ବ୍ଲକ ର ଷ୍ଟାଡିଅମ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ, ଧାନ ର ସହାୟକ ମୂଲ୍ୟ କୁ ୮୦୦ ଟଙ୍କା ର ଇନପୁଟ ବୃଦ୍ଧି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ ଋଣ ବ୍ୟବସ୍ଥା, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୧୫ ଲକ୍ଷ୍ୟ ରୁ ଉର୍ଦ୍ଧ ଅଧିକ ଦୁଗ୍ଧ ଚାଷୀ ଉପକୃତ ହେବା, ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ରେ ୮୫% ଅଭିଯୋଗ ର ଜନଶୁଣାଣୀ,୬ ଲକ୍ଷରୁ ଉର୍ଦ୍ଧ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ରାସନ ପ୍ରଦାନ,୮୦ ବର୍ଷ ଉର୍ଦ୍ଧ ବୟସ୍କ ତଥା ୮୦ ପ୍ରତିଶତ ରୁ ଅଧିକ ଦିବ୍ୟାଙ୍ଗ ମାନଙ୍କୁ ୩୫୦୦ ଟଙ୍କା ଭତ୍ତା ପ୍ରଦାନ ଆଦି ଯୋଜନା ଏ ବିକାଶ ବାହନ  ବୁଲି ସଚେତନ କରିବାର ମୂଳ ଲକ୍ଷ୍ୟ।  ତେବେ ବିଗତ ୨୪ ବର୍ଷ ଶାସନ ରେ ଯାହା ହୋଇ ନ ଥିଲା ତାହା ଏକ ବର୍ଷ ମଧ୍ୟରେ ଅନେକ ମାତ୍ରାରେ ମୋହନ ସରକାର କାର୍ଯ୍ୟକ୍ଷମ ହୋଇପାରିଛନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।ଏହା ଆରମ୍ଭ ମାତ୍ର ଆଗକୁ ଅନେକ ସମ୍ଭାବନା ଅଛି ବୋଲି ମଧ୍ୟ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।



ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।

Leave a Reply

Your email address will not be published. Required fields are marked *