ନୟାଗଡ ; ତା-୧୪/୦୨(ବିଏମସି ଟିଭି ଓଡ଼ିଆ)
ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଵିକାଶ ପାଇଁ ଗ୍ରାମାଞ୍ଚଳ କୁ ବିଶେଷ ଭାବେ ଗୁରୁତ୍ୱ ଦେଇ ଗାଁ ର ବିକାଶ ରେ ଓଡିଶା ର ବିକାଶ ହୋଇପାରିବ ବୋଲି ଆହ୍ୱାନ ଦେଇଛନ୍ତି । ରାଜ୍ୟର ପ୍ରତ୍ୟେକ ପଂଚାୟତ ସ୍ତରରେ ଗ୍ରାମସଭା ଦ୍ୱାରା ପ୍ରତେକ ଜନସାଧାରଣ ସାମିଲ ହୋଇ ସହାଭାଗିତା ଜରିଆରେ ଗ୍ରାମର ବିକାଶ କୁ ଆଗକୁ ଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏ ନେଇ ଗାଣିଆ ବ୍ଲକ ଅଧିନସ୍ଥ ଛାମୁଣ୍ଡିଆ ଗ୍ରାମପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ର ଗ୍ରାମସଭା ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଗ୍ରାମସଭାରେ ପଂଚାୟତ ର ପ୍ରତ୍ୟେକ ଗ୍ରାମର ଜନସାଧାରଣ ଉପସ୍ଥିତ ରହି ରାଜ୍ୟ ସରକାର ଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ର ବାର୍ଷିକ କାର୍ଯ୍ୟ ଖସଡ଼ା କରାଯାଇଥିଲା ।ସରପଞ୍ଚ ଦିପ୍ତୀରେଖା ସେନାପତି ଙ୍କ ତତ୍ୱାବଧାନ କ୍ରମେ ଛାମୁଣ୍ଡିଆ ପଞ୍ଚାୟତ ନୋଡାଲ ଅଧିକାରୀ ଭାବେ ଅମ୍ବିକା ପ୍ରସାଦ ମିଶ୍ର ଓ ପଂଚାୟତ ନିର୍ବାହୀ ଅଧିକାରୀ ମଳୟ କୁମାର ପଟ୍ଟନାୟକ ଉପସ୍ଥିତ ରହି ଯୋଜନା ର ଉଦେଶ୍ୟ ଓ ବିଷୟରେ ଜନସାଧାରଣଙ୍କୁ ବୁଝାଇଥିଲେ ।ଏଥିରେ ପ୍ରତ୍ୟେକ ଗ୍ରାମର ବିଭିନ୍ନ ଉନ୍ନତି କାରଣ ନିମନ୍ତେ ପ୍ରକଳ୍ପ ଗୁଡିକର ନାମ ଗ୍ରାମସଭା ରେ ସ୍ଥାନିତ କରାଯାଇଥିଲା ।ବିଶେଷ କରି ରାସ୍ତା ଘାଟ ର ଉନ୍ନତି, ଗୋଷ୍ଠୀ କେନ୍ଦ୍ର ନିର୍ମାଣ, ଭାଗବତ ଟୁଙ୍ଗି ର ପୁନଃରୁଦ୍ଧାର ଆଦି ପ୍ରକଳ୍ପ ଗୁଡିକ ର ପ୍ରସ୍ତାବ କୁ ସରକାର ବିଶେଷ ଭାବେ ଗୁରୁତ୍ୱ ପ୍ରଦାନ କରିଥିଲେ।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।