ମୟୂରଭଞ୍ଜ :- ତା – ୦୫/୦୬/୨୫ (ବିଏମସି ଟିଭି ଓଡ଼ିଆ)
ଆଜି ବିଶ୍ବ ପରିବେଶ ଦିବସ । ପରିବେଶକୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ବୁକ୍ଷ ନିତ୍ଯାନ୍ତ ଆବଶ୍ଯକ । ଯଦ୍ବାରା ପରିବେଶ ନିର୍ମଳ ହେବା ସହିତ ପ୍ରଦୂଷଣମୁକ୍ତ ହୋଇଥାଏ । ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବହଳଦା ବ୍ଲକ କାଙ୍କି ପଞ୍ଚାୟତ ବିଂଜୁଆ ଗ୍ରାମର ମହୁଲବରେଇ ସାହି ଠାରେ ପ୍ରାୟ ୧୫ଟି ବୁକ୍ଷ ରୋପଣ କରାଯାଇଥିଲା । ଏଥିରେ କାଙ୍କି ପଞ୍ଚାୟତର ସରପଞ୍ଚ ସାରଥୀ ହାଁସଦଃ, ଭିଏଲଡ୍ବ୍ଲୁ ଯମୁନା ଟୁଡୁ, ୱାର୍ଡମେମ୍ବର ଅଶୋକ କୁମାର ସାହୁ ତଥା ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରାଇରଙ୍ଗପୁର ରୁ ଉତ୍ତମ କୁମାର ରାମଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।