ବାଣପୁରରେ ଭଏସ ଅଫ ମିଡ଼ିଆର ପ୍ରସ୍ତୁତି ବୈଠକ ।

ବାଣପୁର ; ତା-୧୧/୦୬ ( ବିଏମସି ଟିଭି ଓଡ଼ିଆ)

ଖୋର୍ଦ୍ଧା ଜିଲ୍ଲା  ବାଣପୁର ବିଜ୍ଞାପିତ ଅଞ୍ଚଳ ର ଦକ୍ଷେଶ୍ୱର ମନ୍ଦିର ପରିସରରେ ଭଏସ ଅଫ ମିଡ଼ିଆ ତରଫରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।  ଚଳିତମାସ ୨୫ ତାରିଖରେ ଭୟସ ଅଫ ମିଡ଼ିଆ ତରଫରୁ ଖୋର୍ଦ୍ଧା ଜିଲ୍ଲାରେ ରାଜ୍ୟସ୍ତରୟ ବାର୍ଷିକ ଉତ୍ସବ ପାଳନ ନିମନ୍ତେ ସାମ୍ବାଦିକ ଦିଲ୍ଲୀପ କୁମାର ସ୍ବାଇଁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ  ଏଥିରେ ଅତିଥିଭାବେ ଜିଲ୍ଲା ସଭାପତି ଧନେଶ୍ୱର ବିଧାର, ସମ୍ମାନୀତ ଅତିଥିଭାବେ ରାଜ୍ୟ ଉପ ସଭାପତି ପି ବାଲାଜୀ ପାତ୍ର  ଓ ସଂଜୀବ ସାଇ ଯୋଗ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କ ରେ ଆଲୋଚନା କରିବାସହ ।

କିପରି ଶୃଙ୍ଖଳାର ସହ ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବ ପାଳନହେବ ସେ ନେଇ ଏହି ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଥିଲା । ଏହି ଆଲୋଚନା ଚକ୍ରରେ ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ଅନନ୍ତ ଚରଣ ବାରିକି, ଚନ୍ଦନ କୁମାର ସୁନ୍ଦରାୟ, ଶଙ୍କର ବସ୍ତି, ରାକେଶ ସାହୁ, ସୁଜ୍ଞାନ୍ତ କୁମାର ତ୍ରିପାଠୀ, ସୁଶାନ୍ତ ସାହୁ, ଲଷ୍ମୀ ଧର ପ୍ରଧାନ, ଧର୍ମେନ୍ଦ୍ର ଦାସ, ପ୍ରମୁଖ ଯୋଗଦେଇ ଥିଲେ ।

ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *