୫୭ ଲକ୍ଷ ଟଙ୍କାର ପାଣି ପାଇପ ଚୋରି ।୬ଗାଡି ଜବତ , ୧୦ ଜଣ କୋର୍ଟ ଚାଲାଣ।

ମାଲକାନଗିରି ;ତା-୨୪/୦୨(ବିଏମସି ଟିଭି ଓଡ଼ିଆ)

ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟ୍ରେଲ ପଂଚାୟତ ଟେକଗୁଡା ନିକଟରେ ହେଉଥିବା ମେଗା ଜଳ ପ୍ରକଳ୍ପ ର ୫୬ ଲକ୍ଷ ଟଙ୍କାର ଲୁହା ପାଇପ ଚୋରି ଘଟଣା ରେ ୬ଟି ଗାଡି ଜବତ ହେବା ସହ ୧୦ ଜଣକୁ କୋର୍ଟ ଚାଲାଣ କରିଛି ଓରକେଲ ପୋଲିସ । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ରେ ଚାଷୀ ମାନଙ୍କ ଉତ୍ତମ ଚାଷ ନିମନ୍ତେ ସରକାରଙ୍କ ତରଫରୁ ମେଗା ଜଳ ପ୍ରକଳ୍ପ କରାଯାଉଅଛି ଯାହାର ଏକ ଶାଖା ପୋଟ୍ରେଲ ପଂଚାୟତ ଟେକଗୁଡା ନିକଟରେ ହେଉଥିବା ଜଣା ପଡ଼ିଛି । ପ୍ରକଳ୍ପ ର ସୁଗମ ଜଳସେଚନ ନିମନ୍ତେ ତେନ୍ତୁଳି ଗୁଡା ଓ ଏମ ଭି – ୧୨୦ଗ୍ରାମ ନିକଟରେ ଡକଟେଲ ଲୁହା ପାଇପ କମ୍ପାନୀ ( ମେଗା ପାଇପ ଜଳ ସେଚନ ପ୍ରକଳ୍ପ) ତରଫରୁ ରଖାଯାଇଥିଲା । ଏହି କମ୍ପାନୀ ଜିଲ୍ଲା ରେ ଦୁଇଟି ସ୍ଥାନରେ ଯଥା ପଡିଆ ବ୍ଲକ ଓ କରୁକୋଣ୍ଡା ବ୍ଲକ ରେ କାର୍ଯ୍ୟ କରୁଥିବା ବେଳେ, ଗତ ବୁଧବାର ରାତିରେ ଓରକେଲ ପୋଲିସକୁ ଚୋରି ହେବାର ଖବର ଆସିଥିଲା । ଖବର ପାଇଁ ଥାନା ଅଧିକାରୀ ଧୀରେନ ପଟନାୟକ ସଦଳବଳେ ଘଟଣା ସ୍ଥଳରେ ଚଢ଼ାଉ କରିଥିଲେ । ଏମ୍ଭି – ୧୨୦ ଗ୍ରାମ ନିକଟରେ ୬ଟି ଗାଡି ସହ ୧୦ ଜଣଙ୍କୁ ଗିରଫ କରି ୧୦୨ ଖଣ୍ଡ ଲୁହା ପାଇପ ଜବତ କରିଥିବାର ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ୧୦ ଜଣ ହେଲେ ୧-ରମେଶ ଅଶୋକ ଯାଦବ (୩୧)ମହାରାଷ୍ଟ୍ର ର ସଂଗଲି ଜିଲା ଅଗଲଗାଓଁ ,୨- ବାବାସୋ ସୁରେଶ ମସକେ ( ୨୨) ମହାରାଷ୍ଟ୍ର ର ଭୋଶ ଗ୍ରାମର , ୩- ନିତିନ ପ୍ରକାଶ ଭୋସଲେ (୪୮) ମହାରାଷ୍ଟ୍ର ଇନ୍ଦିରାନଗର ,୪-ସୂର୍ଯ୍ୟକୁମାର ଏସ (45)କର୍ଣ୍ଣାଟକ ରାମନଗର ଜିଲ୍ଲା ର ଭାଡ଼ାରହାଲି ,୫-ମହମଦ ହନିଫ ଖାଁ(୪୭) ମଧ୍ୟପ୍ରଦେଶ ଜବଲପୁର ଜିଲ୍ଲା ର ବୋଦିଆମତି ଗ୍ରାମର , ୬- ତ୍ରିପାଲ ଠାକୁର (୪୫)ମଧ୍ୟପ୍ରଦେଶ ଜବଲପୁର ଜିଲ୍ଲା ଜମୁଙ୍ଗିଆ ଗ୍ରାମ ର ,୭- ଇନ୍ଦ୍ର ପ୍ରସାଦ ପରିଜା ଓଡିଶା କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଗ୍ରାମର , ୮- ଅନନ୍ତ ଦାସ (୨୪) ଗଂଜାମ ଜିଲ୍ଲା ବୁଧେଈଶୁଣି ଗ୍ରାମର , ୯-ହେମନ୍ତ ସୁନ୍ଦରା (୨୮) ଖୋର୍ଦ୍ଧା ଜିଲ୍ଲା ର ବୁଧେଈଶୁଣି ଗ୍ରାମର , ୧୦-ମିଥୁନ ବାରିକ (୨୭) ଖୋର୍ଦ୍ଧା ଜିଲ୍ଲା ପାତ୍ରପଡ଼ା ଗ୍ରାମର ବୋଲି ଜଣା ପଡ଼ିଛି । ସୂଚନା ଥାଉକି ଗତ ୨ ମାସ ତଳେ ଜିଲ୍ଲା ର ବିଭିର୍ଣ୍ଣ ସ୍ଥାନରେ ଏହି ମେଘା ଜଳପ୍ରକଳ୍ପ ତାର ପାଇପ ବିଛେଇବା ନିମନ୍ତେ ଷ୍ଟକ ରଖିଥିଲା । କିନ୍ତୁ ଚିନ୍ତାର ବିଷୟ ଏତେବଡ଼ ଜଳ ପ୍ରକଳ୍ପ କାର୍ଯ୍ୟ କରୁଥିବାବେଳେ ଏତେଗୁଡିଏ ଟଙ୍କାର ଜିନିଷ ପ୍ରତି କୌଣସି ସାବଧାନତା ନାହିଁ କିପରି । ଏବଂ କିପରି ବାହାର ରାଜ୍ୟ ର ଗାଡି ଗୁଡିକ ଆସି ଏହି ପାଇପ ଗୁଡିକୁ ବିନା ଡରରେ ଚୋରି କରି ନେଉଛି ଯାହାକି ପ୍ରକଳ୍ପ ରେ କାର୍ଯ୍ୟରତ ଅଧିକାରୀ ଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ପୋଲିସ ଦେଇଥିବା ସୁଚନା ଅନୁଯାଇ ସାଇଟ ଇଂଚାର୍ଜ ଲିପୁନ ଦେହୁରୀ ଙ୍କ ଲିଖିତ ଅଭିଯୋଗ କୁ ଭିତ୍ତିକରି ସମୁଦାୟ ୬୮୧ପାଇପ ବିଛେଇବା ନିମନ୍ତେ ୨ଟି ପୃଥକ ପୃଥକ ଜାଗାରେ ଯଥା ଏମ୍ଭି -୧୨୦ ଗ୍ରାମ ଓ ତେନ୍ତୁଳିଗୁଡା ରେ ରଖାଯାଇଥିଲା ଗୋଟିଏ ଜାଗାରେ ୫୧୪ପାଇପ ରଖାଯାଇଥିବା ବେଳେ ସେଥିରୁ ୩୩୪ ଖଣ୍ଡ ପାଇପ ଚୋରି ହୋଇଛି । ଏବଂ ଅନ୍ୟଜାଗାରୁ ୧୬୭ ଖଣ୍ଡ ପାଇପ ରୁ ୧୦୮ ଟି ଚୋରି ହୋଇଛି ସମୁଦାୟ ୪୪୨ ଟି ପାଇପ ଚୋରି ହେଇଥିବାର କମ୍ପାନୀ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୫୬ଲକ୍ଷ ୩୮ ହଜାର ୧୫୨ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏହି ଚୋରି ଦିନ ଦୁଇପ୍ରହରେ ହେଉଥିବା ବେଳେ ଚୋରି ନିମନ୍ତେ ଶ୍ରମିକ ଭୁବନେଶ୍ୱର ରୁ ଖୋର୍ଦ୍ଧା ଜିଲ୍ଲାର ଅନନ୍ତ ଦାସ ଏକ ପିକପ ଯୋଗେ ଶ୍ରମିକ ଆଣିବା ସହ ନିଜେ ଏକ କାର ଯୋଗେ ଘଟଣା ସ୍ଥଳରେ ଉପସ୍ଥିତ ଥିବାବେଳେ କର୍ଣ୍ଣାଟକ ଓ ମହାରାଷ୍ଟ୍ର ରୁ ଆସିଥିବା ଚାରୁଟି ଟ୍ରକ କୁ ପୋଲିଶ ଜବତ କରିଛି । ଘଟଣା ସ୍ଥଳରୁ ଟ୍ରକ ମଧ୍ୟରୁ ୧୨୦ ଟି ପାଇପ ଜବତ କରିଛି । ଏନେଇ ଓରକେଲ ଥାନାରେ ୬୪/୨୫ ପ୍ରକାର ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି । ଏବଂ ଏହାର ଚେର ମାଲକାନଗିରି ଜିଲ୍ଲା ରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ଥିବାର ସୂଚନା ମିଳିଛି । ଏହି ପ୍ରକଳ୍ପ କେଇସି -କାବେରୀ ଜେଭି ନାମକ ସଂସ୍ଥା କାର୍ଯ୍ୟ କରୁଥିବାବେଳେ ଏହି କାର୍ଯ୍ୟର ଅଟକଳ ମୂଲ୍ୟ ୧୦୪ କୋଟି ୧ଲକ୍ଷ ୮୨ ହଜାର ୩୬୦ଟଙ୍କା ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ବସୁଧା ଯୋଜନା ଅନ୍ତର୍ଗତ ବୋଲି ଜଣା ପଡ଼ିଛି । ଏହି ଚୋରି ବିଷୟରେ କମ୍ପାନୀ କର୍ତ୍ତୃପକ୍ଷ ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଫୋନ ଉଠାଇ ନଥିଲେ । ଏହି ଚୋରି ଭୂବନେଶ୍ୱର ରୁ ମହାରଷ୍ଟ୍ର ପର୍ଯ୍ୟନ୍ତ ହାତଥିବାର ପ୍ରାଥମିକ ତଦନ୍ତ ରୁ ଜଣା ପଡ଼ିଛି ।

ମାଲକାନଗିରି ରୁ ଦିଲିପ କୁମାର ଦାସ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *