ବୋଲଗଡର ନୂତନ ତହସିଲଦାର ବିଜୟଙ୍କୁ ସ୍ବାଗତ  ସମ୍ବର୍ଦ୍ଧନା ।

ବୋଲଗଡ ;  ତା-୩୧/୦୧ (ବିଏମସି ଟିଭି ଓଡ଼ିଆ )

ବୋଲଗଡ ତହସିଲ କାର୍ଯ୍ୟାଳୟରେ ତହସିଲଦାର ଭାବେ ନିବେଦିତା ପରିଡା ଦୀର୍ଘ ଏକବର୍ଷ ଧରି ଲୋକମାନଙ୍କୁ ଉନ୍ନତ ସେବା ଯୋଗାଇଦେଇ କାର୍ଯ୍ୟ କରି ଆସୁଥିଲେ ।  ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ ଆଦେଶ କ୍ରମେ ଗତ ୨ମାସ ତଳେ ତହସିଲଦାର ନିବେଦିତା ପରିଡ଼ାଙ୍କୁ ଡେପୁଟି କଲେକ୍ଟର ଭାବେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବଦଳି କରିଅଛନ୍ତି ।  ତାଙ୍କ ସ୍ଥାନରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଡେପୁଟି କଲେକ୍ଟର ବିଜୟ କୁମାର ସେଠୀଙ୍କୁ ନୂତନ ତହସିଲଦାର ଭାବେ ବୋଲଗଡ ସ୍ଥିତ ତହସିଲ କାର୍ଯ୍ୟାଳୟକୁ ବଦଳି କରାଯାଇଅଛି ।  ନୂତନ ତହସିଲଦାର ବିଜୟ କୁମାର ସେଠୀଙ୍କୁ ବରିଷ୍ଠ ଶିକ୍ଷାବିତ ତଥା ପାଞ୍ଚଗଡ ରତ୍ନ କାଳିଚରଣ ଜୟସିଂହଙ୍କ ନେତୃତ୍ବରେ ଲଛମନ ପରିଡା, ଦୁର୍ଯ୍ୟୋଧନ ପରିଡା, ସୁରେଶ କୁମାର ଭଟ୍ଟ ଓ ଦିବାକର ପରମଗୁରୁ ପ୍ରମୁଖ ସାକ୍ଷାତ କରି  ଫୁଲ ତୋଡ଼ା ଓ ଉତ୍ତରୀୟ ପ୍ରଦାନ କରାଯାଇ ଭବ୍ୟ ସମ୍ବର୍ଦ୍ଧନା କରାଯାଇଅଛି । 

ନୂତନ ତହସିଲଦାର ବିଜୟ କୁମାର ସେଠୀ ବୋଲଗଡ ବ୍ଲକ ଅନ୍ତର୍ଗତ ୧୯ଟି ଗ୍ରାମ ପଞ୍ଚାୟତର ସମସ୍ତ ଜନ ସାଧାରଣ, ବୁଦ୍ଧିଜୀବୀ, ଶିକ୍ଷାବିତ୍, ସମାଜ ସେବୀ, ଓକିଲ ଓ ସାମ୍ବାଦିକ ମାନଙ୍କୁ ସମସ୍ତ ଉତ୍ତମ ସେବା ଯୋଗାଇ ଦେଇ  ଶିକ୍ଷା, ସାମାଜିକ ସୁରକ୍ଷା , ଅର୍ଥନୈତିକ ଓ କୃଷିଭିତ୍ତିକ ସମସ୍ୟାଗୁଡିକୁ ସମାଧାନ କରିବେ ବୋଲି ନିର୍ଭର ପ୍ରତିଶୃତି ଦେଇ ବୋଲଗଡ ବ୍ଲକର ସର୍ବାଙ୍ଗୀନ ବିକାଶ ଘଟାଇବାକୁ ନୂତନ ତହସିଲଦାର ବିଜୟ କୁମାର ସେଠୀ ଘୋଷଣା କରିଅଛନ୍ତି ।  ବୋଲଗଡ ବ୍ଲକ ଅଞ୍ଚଳର ବିକାଶ ପଥରେ ସମସ୍ତ ଜନ ସାଧାରଣ ସହଯୋଗ କରିବାକୁ ନୂତନ ତହସିଲଦାର ଶ୍ରୀ ସେଠୀ ନିବେଦନ କରିଅଛନ୍ତି ।

ବିଏମସି ନ୍ୟୁଜ ଓଡିଶା   ।

Leave a Reply

Your email address will not be published. Required fields are marked *