ନୟାଗଡ ;ତା-୦୭/୦୩(ବିଏମସି ଟିଭି ଓଡ଼ିଆ)
ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ମଧ୍ଯଖଣ୍ଡ ପଞ୍ଚାୟତ, ଘୋଳାହାଣ୍ଡି ଓ ଡିହଗାଁ ପଞ୍ଚାୟତ ରେ ଓଡିଶା ସରକାର ଙ୍କ ସ୍ୱୀକୃତି ପ୍ରାପ୍ତ ଓକେସିଏଲ ଓ ଓଏସସିଆଇଟି ଦ୍ୱାରା ପରିଚାଳିତ ଡିଜିଟାଲ ପାଠ୍ୟକ୍ରମ ରଥ କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ବିଶେଷତଃ ରାଜ୍ୟ ସରକାର କମ୍ପୁଟର ଶିକ୍ଷା କୁ ଅଧିକ ଗୁରୁତ୍ୱ ଦେଇ ବିଭିନ୍ନ ସଂସ୍ଥା ମାଧ୍ୟମରେ ପିଲାମାନଙ୍କୁ ସଚେତନ କରିବା ଓ ଏହି ଶିକ୍ଷା କୁ ଗୁରୁତ୍ୱ ଦେବା ନିମନ୍ତେ ଅନେକ ପ୍ରୟାସ ଜାରି ରଖିଛନ୍ତି। ତେବେ ଏ ଅବସରରେ ମଧ୍ଯଖଣ୍ଡ ଠାରେ ଗଢି ଉଠିଥିବା “ଚେଷ୍ଟା କମ୍ପୁଟର ” ନାମକ ସଂସ୍ଥା ଦ୍ୱାରା ଏହି ରଥ କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ପ୍ରଥମେ ଚେଷ୍ଟା କମ୍ପୁଟର ସଂସ୍ଥା, ମଧ୍ଯଖଣ୍ଡ ଗ୍ରାମ ପଞ୍ଚାୟତ ଓ ନୋଡାଲ ହାଇସ୍କୁଲ ଠାରେ ଏହି ରଥକୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ଚେଷ୍ଟା କମ୍ପୁଟର ସଂସ୍ଥା ଠାରେ ସଂସ୍ଥା ର ମୁଖ୍ୟ ଲଷ୍ମୀଧର ମହାରଣା ଙ୍କ ସହିତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ,ମଧ୍ଯଖଣ୍ଡ ପଞ୍ଚାୟତ ଠାରେ ମଧ୍ଯଖଣ୍ଡ ସରପଞ୍ଚ ସସ୍ମିତା ପ୍ରଧାନ ଙ୍କ ସହିତ ଏମ୍ବିକେ ସଦସ୍ୟା,ସିଆରପି ଓ ସ୍ୱୟଂ ସହାୟିକା ଗୋଷ୍ଠୀ ର ସଦସ୍ୟା ଉପସ୍ଥିତ ଥିବା ବେଳେ ନୋଡାଲ ହାଇସ୍କୁଲ ଠାରେ ପ୍ରଧାନଶିକ୍ଷକ ରାମକୃଷ୍ଣ ପ୍ରଧାନ ଙ୍କ ସହିତ ଶିକ୍ଷକ ଶିକ୍ଷୟତ୍ରୀ ଓ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ତେବେ ଚେଷ୍ଟା କମ୍ପ୍ୟୁଟର ସଂସ୍ଥା ର ମୁଖ୍ୟ ଲଷ୍ମୀଧର ମହାରଣା ଙ୍କ ବୈଷ୍ୟୟିକ ଶିକ୍ଷା ର ଗୁରୁତ୍ୱ କୁ ନେଇ ତାଙ୍କର ଏହି ଅଭିନବ ପ୍ରଚେଷ୍ଟା ସତରେ ଅବର୍ଣ୍ଣନୀୟ। ତାଙ୍କ ଚେଷ୍ଟା ଜାରି ରହୁ ଓ ସଂସ୍ଥା ଆଗକୁ ଉନ୍ନତି କରୁ ବୋଲି ଜନମାନସରେ ଚର୍ଚ୍ଚା ଜୋର ଧରିଛି।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।