ନୟାଗଡ :ତା-୨8/୦୫(ବିଏମସି ଟିଭି ଓଡିଆ)
ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ମଧ୍ୟଖଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଟି ବହୁ ପୁରାତନ ହୋଇଥିବା ବେଳେ ବିଗତ ବର୍ଷରେ ସିଏଚସି ମାନ୍ୟତା ପାଇସାରିଛି। ତେବେ ବିଡମ୍ବନା ର ବିଷୟ ଅନେକ ଆନ୍ଦୋଳନ ଓ ଚେଷ୍ଟା ପରେ ଏ ଡାକ୍ତରଖାନା ଟି ଗଢି ଉଠିଥିବା ବେଳେ ଅନେକ ସମସ୍ୟା ମଧ୍ୟ ଦେଇ ଗତି କରିଥିଲା। ପ୍ରାୟତଃ ଆଖ ପାଖ ପଞ୍ଚାୟତ ର ଜନସାଧାରଣ ଏ ଡାକ୍ତରଖାନା ଉପରେ ନିର୍ଭର କରନ୍ତି। ତେବେ ବର୍ତମାନ ଡାକ୍ତର ପାଞ୍ଚ ଜଣ ପୋଷ୍ଟିଙ୍ଗ ହୋଇଛନ୍ତି।

ମାତ୍ର ପାଞ୍ଚ ଜଣ ରୁ ଦୁଇ ଜଣ ଙ୍କ ବଦଳି ହୋଇଛି। ଦିନକୁ ପ୍ରାୟ ୨୦୦ ରୁ ଉର୍ଦ୍ଧ ରୋଗୀ ଏଠାରେ ଚିକିତ୍ସିତ ହେଉଛନ୍ତି। ମାତ୍ର ରୋଗୀଙ୍କ ପାଇଁ ବେଡ଼ ସମ୍ପୂର୍ଣ ମାତ୍ରାରେ ନାହିଁ। ବିଗତ ବିଜେଡ଼ି ସରକାର ସମୟରେ ଉନ୍ନତ ମାନର ଘର ପାଇଁ ୧୪ କୋଟି ଟଙ୍କା ମଂଜୁର ହୋଇଥିବା କଥା ଦଶପଲ୍ଲା ବିଧାୟକ ନିର୍ବାଚନ ପୂର୍ବରୁ ଯୋର ଦେଇ କହିଥିଲେ। ମାତ୍ର ତାହା ଆଜି ପର୍ଯ୍ୟନ୍ତ ପାଣିର ଗାର ହୋଇ ରହିଗଲା। ବୋଧହୁଏ ରାଜନୈତିକ ବୈତରଣୀ ପାର ହେବା ନିମିତ୍ତ ଏକ ପ୍ରକାର ଚାଲ ଥିଲା ବୋଲି ଜନସାଧାରଣ ରେ ଚର୍ଚ୍ଚା ହେଉଛି।

ଏବେ ମଧ୍ୟ ବର୍ଷେ ବିତିଗଲାଣି ସେ ବାବଦରେ କାହାର ଆନ୍ତରିକତା ଆଉ ଦେଖାଯାଉନାହିଁ। ଦଶପଲ୍ଲା ଡାକ୍ତରଖାନା ଟି ଏହି ମଧ୍ଯଖଣ୍ଡ ସିଏଚସି ଅଣ୍ଡରରେ ଯାଉଥିଲେ ମଧ୍ୟ ଦଶପଲ୍ଲା ଡାକ୍ତରଖାନା ରେ ୪ ମହଲା ଅଟାଳିକା ନିର୍ମାଣ ସରିବାକୁ ବସିଲାଣି। ମାତ୍ର ମଧ୍ଯଖଣ୍ଡ ଡାକ୍ତରଖାନା ଯାହା ଥିଲା ସେ ଅବସ୍ଥା ରେ ରହିଛି। ଦେଖାଯାଉ କେବେ ନୂତନ ସରକାର ଏଥି ପ୍ରତି ଦୃଷ୍ଟି ଦେଉଛନ୍ତି ଓ ରୋଗୀଙ୍କ ଦୁଃଖ କୁ ଅତି ସମ୍ବେଦନଶୀଳ ଭାବରେ ଗ୍ରହଣ କରି କାର୍ଯ୍ୟ ଆରମ୍ଭ କରୁଛନ୍ତି ତାହା ଦେଖିବାକୁ ରହିଲା।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।