ନୟାଗଡ ; ତା-୧୫/୦୨(ବିଏମସି ଟିଭି ଓଡ଼ିଆ)
ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ଟି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ପରିଚିତହେବା ସହିତ ଅନ୍ୟ ବ୍ଲକ ତୁଳନାରେ ଆୟତନ ରେ ଅଧିକ। ଅନେକ ସମସ୍ୟା ଏହି ବ୍ଲକରେ ରହିଛି। ହେଲେ ବିଡ଼ିଓ ଙ୍କ ଅଭାବରୁ ତାହା ସମାଧାନ ହୋଇପାରୁନାହିଁ। ଗତ ସାତ ମାସରୁ ଉର୍ଦ୍ଧ ହେଲାଣି ଏହି ବିଡ଼ିଓ ପଦବୀ ଖାଲି ପଡିଛି। ସଞ୍ଜୟ କୁମାର ଆଚାର୍ଯ୍ୟ ଙ୍କ ଅବସର ପରେ ଏହି ପଦବୀ ଖାଲି ପଡିଛି। ତେବେ ଏବିଡ଼ିଓ ସାରଦା ପ୍ରସନ୍ନ ମହାନ୍ତି ଏହି ଦାୟିତ୍ୱ ରେ ରହିଛନ୍ତି। ମାତ୍ର ରାଜନୈତିକ ଚାପରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ଠପ ହୋଇ ରହିଛି। ଏଥିପାଇଁ ଦାୟୀ କିଏ? ଦଶପଲ୍ଲା ବ୍ଲକ ର ଉନ୍ନୟନ ମୂଳକ କାର୍ଯ୍ୟ ନ ହେଉ ଏହି ଭାବନାରେ ରହିଛନ୍ତି। ତେବେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ତିନୋଟି ବ୍ଲକ ଥିବାବେଳେ ନୂଆଗାଁ ବ୍ଲକ ଏବଂ ଗଣିଆଁ ବ୍ଲକ ର ଖାଲିପଡ଼ିଥିବା ବିଡ଼ିଓ ଙ୍କ ପଦବୀ ପୁରଣ ହେଲା କିନ୍ତୁ ଦଶପଲ୍ଲା ବ୍ଲକ ରେ ତାହା ଦେଖିବାକୁ ମିଳୁନି। ରାଜନୈତିକ ଆକ୍ରୋଶର ପରିଭାଷା ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଅଛି।ତେଣୁ ଯଥା ଶୀଘ୍ର ଏହି ପଦବୀ ପୂରଣ କରାଯିବା ସହିତ ଉନ୍ନତିମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବା ନେଇ ଜନସାଧାରଣ ରେ ଦାବି ହେଉଛି।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।