ଖସଡା ଜଳପ୍ରପାତକୁ ଉନ୍ନତମାର ରାସ୍ତା ନିର୍ମାଣ ହେବ କେବେ ?

ଗଜପତି ;ତା-୨୮/୧୨(ବିଏମସି ଟିଭି ଓଡ଼ିଆ)

ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଖସଡ଼ା ଜଳପ୍ରପାତ କୁ ଏହି ଋତୁରେ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି । ତେବେ ଏଠାରେ ଦୁଇ କିଲୋମିଟର ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ହୋଇଥିବାରୁ ନାହିନଥିବାର ଅସୁବିଧାର ସମ୍ମୁଖିନ ହୁଅନ୍ତି ପର୍ଯ୍ୟଟକ ମାନେ । ଆଜି ରାଜଧାନୀ ଭୁବନେଶ୍ୱର ଲକ୍ଷ୍ମୀ ସାଗର ଓ ଖଣ୍ଡଗିରି ଅଞ୍ଚଳରୁ ପୃଥକ ପୃଥକ୍ ଭାବେ ଦୁଇଟି ବସ ରେ ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥିତ ଖସଡ଼ା ଜଳପ୍ରପାତକୁ ଆସିଥିଲେ ଖୁସି ମଜାରେ ଭୋଜି

କରି ଫେରିବାବେଳେ ଲଗାଣ ବର୍ଷାରେ ସଂକୀର୍ଣ୍ଣ ରାସ୍ତାର ଉଭୟ ପାର୍ଶ୍ବରେ ମାଟି ଓଦା ଥିବାବେଳେ ଅନ୍ୟ ଗାଡ଼ିକୁ ସାଇଡ୍ ଦେବାବେଳେ ରାସ୍ତା ପାର୍ଶ୍ୱକୁ ଖସି ପଡିଥିଲା ।ତେବେ ବୁହୁ ସମୟ ପରେ ଲକ୍ଷ୍ମୀ ସାଗର ବସ ଓ ଖଣ୍ଡଗିରି ବସ ଫସିକି ରହିଥିଲା । ତେବେ ଏଥିରେ କୌଣସି ଯାତ୍ରୀ କିମ୍ବା ବସ ର କିଛି କ୍ଷୟ କ୍ଷତି ହୋଇନଥିବା ଜଣା ପଡ଼ିଛି । ଏହିରାସ୍ତା ପ୍ରତି ପ୍ରଶାସନ ଯଥାଶୀଘ୍ର ଦୃଷ୍ଟି ଦେବାକୁ ଦାବି କରିଛନ୍ତି ପର୍ଯ୍ୟଟକ ମାନେ । ତେବେ ଦୀର୍ଘ ସମୟ ଧରି ଶତାଧିକ ପର୍ଯ୍ୟଟକ ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି ।

ଗଜପତି ରୁ ମନୋଜ କୁମାର ପାଢୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *