ନରସିଂହପୁର ;ତା-୨୦/୦୩(ବିଏମସି ଟିଭି ଓଡ଼ିଆ)
ଓଡ଼ିଆ ଘରର ସବୁଠାରୁ ପ୍ରିୟ ଖାଦ୍ୟ ହେଉଛି ପଖାଳ। ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଜଗନ୍ନାଥ ମନ୍ଦିରରେ ବିଭିନ୍ନ ପଖାଳ ଭୋଗ କରାଯାଇଥାଏ। କେବଳ ଯେ ଓଡ଼ିଶାରେ ପଖାଳ ଖାଦ୍ୟର ଚାହିଦା ରହିଛି ଏବଂ ଶ୍ରୀମନ୍ଦିରରେ ପଖାଳର ସ୍ୱତନ୍ତ୍ରତା ରହିଛି ତାହା ନୁହେଁ ଓଡିଶା ସମେତ ପଶ୍ଚିମବଙ୍ଗ,ଆସାମ,ତାମିଲନାଡୁ, ଝାଡଖଣ୍ଡ ଏବଂ ଛତିଶଗଡ଼ ସମେତ ପୂର୍ବ ଭାରତର ବିଭିନ୍ନ ରାଜ୍ୟ ସହିତ ନେପାଳ ଓ ମିଆଁମାର ବିଦେଶରେ ମଧ୍ୟ କିଛି ସ୍ଥାନରେ ଏହାର ସ୍ୱତନ୍ତ୍ର ପରିଚୟ ରହିଛି। ଓଡ଼ିଶାରେ ଏହାକୁ ପଖାଳ ଭାତ କୁହା ଯାଉଥିବା ବେଳେ ପଶ୍ଚିମବଙ୍ଗରେ ଏହାକୁ ପନ୍ତ, ଛତିଶଗଡ଼ ରେ ବୋରଭାତ,ଝାରଖଣ୍ଡ ରେ ପାଣି ଭାତ,ଆସାମ ରେ ପୋଇତା ଭାତ କୁହାଯାଏ। ପୁରୀ ଶ୍ରୀମନ୍ଦିର ରେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଘିଅ ପଖାଳ, ଦହି ପଖାଳ, ଆଦି ବିଭିନ୍ନ ପଖାଳ ପୂଜା କରାଯାଇଥାଏ ।କିନ୍ତୁ ଓଡ଼ିଶାର ସବୁଠାରୁ ପ୍ରିୟ ଖାଦ୍ୟ ପଖାଳ ହୋଇଥିବା ବେଳେ ପଖାଳ ଭାତର ସ୍ଵତନ୍ତ୍ରତା ରହିଛି। ଗରିବ ଲୋକର ଜୀବନ ଧାରା ହୋଇ ପ୍ରତିଦିନ ତାର ପେଟର ନିଆଁ କୁ ଥଣ୍ଡା କରୁଥିବା ବେଳେ ଧନୀ ସମ୍ଭ୍ରାନ୍ତ ପରିବାରର ଏହା ସୌଖିନିଆ ଖାଦ୍ୟ
ଉସୁନା ଚାଉଳ ହେଉ କି ଅରୁଆ ଚାଉଳ କୁ ରାନ୍ଧି ଭାତ ହେବା ପରେ ତାକୁ ପାଣିରେ ପୁରାଇ ତୋରାଣି ଦେଇ ରଖାଯାଏ। ତାପର ଦିନ ତାକୁ କଂସା ବେଲାରେ ବଢ଼ାଯାଏ। ଗୋଟିଏ ରାତି ରନ୍ଧା ଭାତ ଟି ପାଣିରେ ବତୁରା ହୋଇ ରହିବା ଦ୍ୱାରା ସେଥିରୁ ଏକ ରାସାୟନିକ ପକ୍ରିୟା ଘଟି ଟିକିଏ ଖଟାଳିଆ ଲାଗେ ଖରାଦିନେ ଆମ ଶରୀରରୁ ଅଧିକ ଝାଳ ବାହାରେ ଓ ଆମକୁ ହାଲିଆ ଲାଗେ ଯାହା ଫଳରେ ପଖାଳ ଭାତ ଓ ତୋରାଣି ଖାଇଲେ ଆମକୁ ଗ୍ଲୋକୋଜ ର କାର୍ଯ୍ୟ ପୂରଣ କରିଥାଏ। ଖରାଦିନେ ପଖାଳ କଂସାରେ ଆବଶ୍ୟକୀୟ ପରିମାଣର ଦହି,ଆମ୍ବକସିଆ ଅଦା,ପୋଦିନା ପତ୍ର,ଲଙ୍କା ମରିଚ, ପୋଦିନା ପତ୍ର, ଲୁଣ ରସୁଣ କୋଲାଏ ସାଙ୍ଗକୁ ପିଆଜ, ଶାଗ ଭଜା,ବଡ଼ି ଚୁରା, ଆଳୁ ଭରତା, ସଜନା ଛୁଇଁ, ବାଇଗଣ, ଟମାଟୋ, ଭେଣ୍ଡି, ଜହ୍ନିପୋଡ଼ା ଏହାକୁ ମଜାଦାର କରିଥାଏ। ଆମିଷ ଖାଉଥିବା ଲୋକ ଏହି ପଖାଳ ସାଙ୍ଗକୁ ମାଛ, ସୁକୁଆ, ଚିଙ୍ଗୁଡ଼ି ପୋଡ଼ା ଏବଂ ଭଜା ସାମିଲ କରିଥାନ୍ତି।ମାତ୍ର ଏହି ପଖାଳ ଗରିବ ଖଟିଖିଆ, ଦିନ ମଜୁରିଆ ଓ ନିମ୍ନ ମଧ୍ୟବିତ୍ତ ପରିବାରର ନୀତି ଦିନିଆ ଖାଦ୍ୟ ତଥା ଓଡ଼ିଆ ଚାଷ ପୁଅର ଏହା ପ୍ରିୟ ଖାଦ୍ୟ ହୋଇଥିବା ବେଳେ ଧନୀ ତଥା ସମ୍ଭାନ୍ତ ଘରର ଏହା ଖରଦିନିଆ ସୌଖିନିଆ ଖାଦ୍ୟ ହୋଇଥାଏ।2015 ମସିହାରୁ ପ୍ରତିବର୍ଷ ମାର୍ଚ୍ଚ ମାସ 20 ତାରିଖ କୁ ପଖାଳ ଦିବସ ଭାବେ ପାଳନ କରାଯାଉଛି। ଯାହା ଫଳରେ ଗରିବ ଠାରୁ ଧନୀ ପର୍ଯ୍ୟନ୍ତ ଝୁମ୍ପୁଡି ହୋଟେଲ ଠାରୁ ଆରମ୍ଭ କରି ଢ଼ାବା , ତାରକା ହୋଟେଲ ପର୍ଯ୍ୟନ୍ତ ସମସ୍ତେ ମାର୍ଚ୍ଚ 20 ତାରିଖ ରେ ଏହି ପଖାଳ ଦିବସ ରେ ପଖାଳ ଖାଇ ଏହି ଦିବସ କୁ ପାଳନ କରିଥାନ୍ତି ।ଏହି ପଖାଳ ଓଡ଼ିଆ ଜାତିର ଗର୍ବ ଆଉ ଗୌରବ ହୋଇଥିବା ବେଳେ ଏହା କେବଳ ଓଡ଼ିଆ ମାନଙ୍କର ପ୍ରିୟ ଖାଦ୍ୟ ହୋଇ ରହି ନାହିଁ,ଏହା ବିଦେଶୀ ପର୍ଯ୍ୟଟକ ମାନଙ୍କର ମଧ୍ୟ ମନ ପସନ୍ଦର ଖାଦ୍ୟ ପାଲଟି ପାରିଛି।। ଗତ କିଛି ବର୍ଷ ହେଲା ଗାଁ ଗହଳି ରେ ପଖାଳ ଦିବସ କୁ ଧୁମ୍ ଧାମରେ ପାଳନ କରାଯାଉଥିବା ଦେଖିବାକୁ ମିଳୁଛି।
ନରସିଂହପୁର ରୁ ବିଶ୍ବନାଥ ଜେନା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।