ଶିକ୍ଷା ଅଧିନିୟମ କୁ ମାନୁଛି କିଏ?




ଦଶପଲ୍ଲା :- ୨୪/୦୫/୨୫ (ବିଏମସି ଟିଭି ଓଡ଼ିଆ)

କେନ୍ଦ୍ର ସରକାର ତଥା ରାଜ୍ୟ ସରକାର ଶିକ୍ଷା କୁ ଗୁରୁତ୍ୱ ଦେଇ ଜାତୀୟ ଶିକ୍ଷାନୀତି ଲାଗୁ କରିଛନ୍ତି। ହେଲେ  ଛାତ୍ର ଛାତ୍ରୀ ଙ୍କ ଉନ୍ନତ ଶିକ୍ଷା ପ୍ରଦାନ ପାଇଁ ସବୁ ଯୋଜନା ହୋଇଯାଇଛି ପାଣି ଫୋଟକା ସଦୃଶ।ଦଶପଲ୍ଲା ରେ ସମସ୍ତ ପ୍ରକାର ଶିକ୍ଷା ଅଧିନିୟମକୁ ଫୁ। ଦଶପଲ୍ଲା ଗୋଷ୍ଠୀ ଶିକ୍ଷାଧିକାରୀ କିମ୍ବା ଜିଲ୍ଲା ଅଧିକାରୀ ବର୍ଷ ମଧ୍ୟ୍ୟରେ ପ୍ରତି ସ୍କୁଲ କୁ ପରିଦର୍ଶନ ରେ ଆସି ସମସ୍ତ ଶିକ୍ଷା ର ବିଷୟ ପ୍ରତି ଧ୍ୟାନ ଦେବା ଦରକାର । ମାତ୍ର ଗୋଷ୍ଠୀ ଶିକ୍ଷାଧିକାରୀ ଓ ଅନ୍ୟ ଅଧିକାରୀ ବିଭିନ୍ନ କାର୍ଯ୍ୟ ଆଳରେ ବିଦ୍ୟାଳୟ କୁ ପରିଦର୍ଶନ କରୁନାହାନ୍ତି।ପ୍ରାଇଭେଟ ସ୍କୁଲ କୁ ମଧ୍ୟ ଗସ୍ତ କରୁନାହାନ୍ତି। ସରକାର ଉନ୍ନତ ଶିକ୍ଷା ଯୋଜନା କରି ନାକେଦମ ହେଲାବେଳେ ଏଠି ନିୟମ ମୁତାବକ ପ୍ରାଇଭେଟ ସ୍କୁଲ ଗୁଡିକରେ ଯଦିଓ କେବଳ ତାଲିମ ପ୍ରାପ୍ତ ଶିକ୍ଷକ ଶିକ୍ଷାଦାନ କରିବାକୁ ନିୟମ ରହିଅଛି ହେଲେ ଏଠି କିନ୍ତୁ ନିୟମ ଓଲଟା। କେବଳ କାଗଜ କଲମରେ ଗୋଷ୍ଠୀଶିକ୍ଷାଧିକାରୀ ଙ୍କ ଗୋଚରରେ ଅଣ ତାଲିମ ପ୍ରାପ୍ତ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି ଏଣୁ ଶିକ୍ଷା ବ୍ୟବସ୍ଥା କିଭଳି ଉନ୍ନତ ମାନର ତାହା ଆପଣ ମାନେ ଅନୁମାନ କରୁଥିବେ। ଆର ଟି ଇ ନିୟମ ର ମଧ୍ୟ ଖୋଲାଖୋଲି ଉଲଂଘନ କରାଯାଉଛି। ୨୫% ସରଂକ୍ଷଣ ବ୍ୟବସ୍ଥା କେବଳ କାଗଜ କଲମରେ ସୀମିତ। ଖେଳ ପାଇଁ ଭଲ ପଡିଆ, ଅଗ୍ନି ନିର୍ବାପକ ଯନ୍ତ୍ର ଓ ସାର୍ଟିଫିକେଟ, ସୁରକ୍ଷା ଦୃଷ୍ଟିରୁ ମଜଭୁତ ବାଉଣ୍ଡରୀ,ସରକାର ଙ୍କ ଦ୍ୱାରା ପ୍ରଚଳିତ ପାଠ୍ୟ ପୁସ୍ତକ,ସ୍କୁଲ ବ୍ୟାଗ ଓଜନ ନିୟମ,ଉପଯୁକ୍ତ ଲାଇବ୍ରେରୀ, ସ୍କୁଲ ବସ ନିୟମ ର ଅନୁପାଳନ,ସ୍ୱାସ୍ଥ୍ୟକର ପରିବେଶ, ପିଇବା ପାଣି ର ବ୍ୟବସ୍ଥା, ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଉନ୍ନତ ମାନ ଓ ଅଲଗା ଅଲଗା ଶୌଚାଳୟ,ଆଦି ନିୟମ କୁ ସଠିକ ଭାବରେ ବ୍ଲକ ଶିକ୍ଷାଧିକାରୀ ଓ ଶିକ୍ଷା ବିଭାଗ ଜାଣି ଶୁଣି ଚୁପ ରହୁନାହାନ୍ତି ତ। କିଭଳି ସେହି ବିଦ୍ୟାଳୟ ଗୁଡିକୁ ଅନୁମତି ଦିଆଯାଉଛି? ତେବେ ଏଥିପାଇଁ ଜିଲ୍ଲା ଶିକ୍ଷାଧିକାରୀ, ଶିକ୍ଷା ବିଭାଗ ସଚିବ ଓ ଶିକ୍ଷାମନ୍ତ୍ରୀ ଗୁରୁତର ସହ ବିଚାର କୁ ନେବା ସହ ଶିକ୍ଷା ର ମାନ ବଦଳାଇବା ଆବଶ୍ୟକ ବୋଲି ଜନସାଧାରଣ ରେ ଆଲୋଚନା ହେଉଛି।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ଟିଭି ଓଡ଼ିଆ।

Leave a Reply

Your email address will not be published. Required fields are marked *